ଭୁବନେଶ୍ବର:ଦିନକ ପୂର୍ବରୁ ଆଜି ଶେଷ ହୋଇଛି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ବିରୋଧୀଙ୍କ ହୋହଲ୍ଲା ଭିତରେ ଗୋଟିଏ ଦିନ ପୂର୍ବରୁ ସରିଛି ଅଧିବେଶନ । ଶେଷ ଦିନରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ । 28 ହଜାର 200 କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ବିଧାନସଭାର ସିକୃତି ଲାଭ କରିଛି । ଚଳିତ ଅଧିବେଶନରେ 12ଟି ବିଲ ପାରିତ ହୋଇଛି ।
ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଓ ଶାସକଙ୍କ ହଟ୍ଟଗୋଳ ଯୋଗୁଁ ଗୋଟିଏ ବି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନାହିଁ । ଅନେକ ଜନସ୍ବାର୍ଥ୍ୟ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହୋଇଥିବାରୁ ବାଚସ୍ପତି, ଉପବାଚସ୍ପତି ଓ ଅନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଅଧିବେଶନରେ 12ଟି ବିଲ ପାରିତ ହୋଇଛି । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ, ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ବିଲ, ନିଷ୍ଟ ଓ ସିଲିକନ ଏକକ ବିଶ୍ବବିଦ୍ୟାଳୟ ବିଲ, ଏସସି ଏସଟି ସଂଶୋଧନ ବିଲ, ଓଡ଼ିଶା ଜିଏସଟି ସଂଶୋଧନ ବିଲ, ଭୂଅର୍ଜନ ପୁର୍ନବାସ ଓ ଥଇଥାନ ସଂଶୋଧନ ବିଲ, ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ ପାରିତ ହୋଇଛି ।
ଏହା ବି ପଢନ୍ତୁ- ଶ୍ରଦ୍ଧା କିଏ ଚର୍ଚ୍ଚାର ଅବସାନ ! ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ଗଣତନ୍ତ୍ର ବିରୋଧୀ ସରକାର । ଜାଣିଶୁଣି ବିଧାନସଭା ବନ୍ଦ କରିଦେଲେ । ବିଧାନସଭାରେ ଯାହା ଆଲୋଚନା ହେବା କଥା ଆଲୋଚନା ହୋଇପାରିଲା ନାହିଁ । ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ଅଗଣତାନ୍ତ୍ରିକ ଭାବେ ଦୁଇ ଜଣ ବିଧାୟକଙ୍କୁ ସସପେଣ୍ଡ କରାଗଲା । ଆମେ 5ଟି ସମ୍ବନ୍ଧିତ ଅନେକ ପ୍ରଶ୍ନ ଉଠାଇଥିଲୁ ତାହାକୁ ପ୍ରତ୍ୟାଖ୍ୟାନ କରିଦିଆଗଲା । ହଜାର ହଜାର ଲୋକ ବିଧାନସଭା ବାହାରେ ଆନ୍ଦୋଳନ କରୁଛନ୍ତି, ସେ ବାବଦରେ ଆଲୋଚନା ହୋଇପାରିଲା ନାହିଁ । ସର୍ବଦଳୀୟ ବୈଠକ ପରେ ଶାସକ ଦଳ ବିଧାନସଭାକୁ ଅଚଳ କରିଦିଅନ୍ତି । ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟରେ ଶାସକ ଦଳ ସମ୍ପୃକ୍ତ ହୋଇଛି ।"