ଭୁବନେଶ୍ବର: ଆଜି ବିଧାନସଭାର ଚତୁର୍ଥ ଦିବସରେ ବିରୋଧୀ ଦଳ ପକ୍ଷରୁ ଏକ ମୁଲତବୀ ନୋଟିସ ଆସିଥିଲା । ବାଚସ୍ପତି ମଧ୍ୟ ପ୍ରସ୍ତାବକୁ ଆଲୋଚନା ପାଇଁ ଗ୍ରହଣ କରିଥିଲେ । ଆଲୋଚନାରେ ଭାଦ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ସବୁ ରାଜ୍ୟରେ ସଫଳ ହେଉଥିବା ବେଳେ ଓଡ଼ିଶାରେ ତାହାର ବ୍ୟତିକ୍ରମ ହୋଇଛି। ଓଡ଼ିଶାରେ ଦୁର୍ନୀତି ଗସ୍ତ ନେତା ଓ ଅଫିସର ପ୍ରକୃତ ହିତାଧିକାରୀଙ୍କୁ ଘର ଦେଲେ ନାହିଁ।
ମୁଲତବୀ ନୋଟିସର ଶୀର୍ଷକ ଥିଲା ‘ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପ୍ରୀୟାପ୍ରିତୀ, ରାଜ୍ୟ ସରକାର କରୁଛନ୍ତି ରାଜନୀତି।’ ମୋହନ କହିଛନ୍ତି । ୨୦୨୨ ମସିହାରେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତୀ ଅବସରରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବାକୁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର । କିନ୍ତୁ ଓଡ଼ିଶାରେ ଏହା ବିଜେଡି ରାଜ୍ୟ ସରକାର ପାଇଁ ହୋଇପାରିଲା ନାହିଁ। ଯାହା ପାଇଁ ୨୦୨୪କୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।
ଏହାବି ପଢନ୍ତୁ- Odisha Budget: ଲୋକଙ୍କ ପାଇଁ ବଜେଟ, ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇଯିବ: ମୁଖ୍ୟମନ୍ତ୍ରୀ
ଚଳିତ ବର୍ଷ ୯ ଲକ୍ଷ ୬୦ହଜାର ୫୧୩ଘର ରାଜ୍ୟକୁ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ନାରେ ଆସିଥିବା ଘରକୁ ବିଜୁ ପକାଘର ନା ରେ ବାଣ୍ଟୁଛି ରାଜ୍ୟ ସରକାର। ଫେକ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଦଳୀୟ ଭିତ୍ତିରେ ଆବାସ ଯୋଗାଇ ଦେଉଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଉଛନ୍ତି ସରକାର। ଫନୀ ସମୟରେ ଘର ଭଙ୍ଗା ମରାମତି ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଦେଲେ କିନ୍ତୁ ଆଜି ବି ଫନି ହିତାଧିକାରୀ ଯୋଗ୍ୟ ତାଲିକାରୁ ବାଦ ପଡିଛନ୍ତି। ରେଭ୍ୟୁନ ତାଲିକାରେ ନା ଅଛି କିନ୍ତୁ ଫନି ତାଲିକାରୁ ଗଲେ କୁଆଡେ। RTI ତଥ୍ୟ ଦେଖାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋହନ ।