ଭୁବନେଶ୍ବର: ରାଜ୍ୟରେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ରାଜ୍ୟରେ ୭ଟି ଘରୋଇ ହସ୍ପିଟାଲରେ ଟ୍ରମା ଚିକିତ୍ସା ଉପଲବ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି(Trauma Care Facility)। ଏହି ସମସ୍ତ ଟ୍ରମା କେନ୍ଦ୍ରଗୁଡ଼ିକ ଲେବଲ-୧ ବର୍ଗର ।
ଏହା ମଧ୍ୟ ପଢନ୍ତୁ: Happy Birthday Virat Kohli: 34 ବର୍ଷରେ ପାଦ ଥାପିଲେ ବିରାଟ କୋହଲି
ଖୁବଶୀଘ୍ର ରାଜ୍ୟ ସରକାର ଏହି ହସ୍ପିଟାଲମାନଙ୍କ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିବେ । ଏହାକୁ ମିଶାଇ ରାଜ୍ୟରେ ୧୮ଟି ଘରୋଇ ହସ୍ପିଟାଲରେ ଟ୍ରମା ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ହେବ । ସଡକ ଦୁର୍ଘଟଣା ହେତୁ ମୃତ୍ୟୁହାର ହ୍ରାସ କରିବାକୁ ତଥା ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ସରକାର ଟ୍ରମା ଚିକିତ୍ସା ସୁବିଧାକୁ ମଜବୁତ କରିଛନ୍ତି । ଭାରତ ସରକାରଙ୍କ ସହଯୋଗରେ ଆରମ୍ଭ କରିବା ପାଇଁ ଆର୍ଥିକ ବର୍ଷ ଯୋଜନା କରାଯାଇଛି । ସଡକ ଟ୍ରାଫିକ ଦୁର୍ଘଟଣା ହେତୁ ଅଧିକ ମୃତ୍ୟୁହାର ହ୍ରାସ କରିବା ପାଇଁ ଟ୍ରମା କେୟାର ସୁବିଧା ଥିବା 7ଟି ଘରୋଇ ଡାକ୍ତରଖାନାକୁ ଅନୁମୋଦନ କରାଯାଇଛି ।