ଭୁବନେଶ୍ବର:ରାଜ୍ୟ ଆପ୍ ଦଳୀୟ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ମିଥ୍ୟା ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କୁ CBI ଦ୍ଵାରା ସମନ କରାଯିବା ଅଭିଯୋଗ କରି ଭୁବନେଶ୍ବରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପ୍ରତିବାଦ । ଏନେଇ ରାଜ୍ୟ ଆପ୍ର ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ସାରା ଦେଶରେ ଆଦାନୀ ଘୋଟାଲା ନେଇ ଚର୍ଚ୍ଚା ଚାଲିଛି । ସମସ୍ତ ରାଜନୈତିକ ଦଳ ଆଦାନୀ ଘୋଟଲାର ତଦନ୍ତ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଦ୍ଵାରା କରିବା ପାଇଁ ଦାବି କରିଥିଲେ । କିନ୍ତୁ ଏହାକୁ ମୋଦି ସରକାର ମାନିଲେନି । ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ଯେ ଆଦାନି ଘୋଟାଲାରୁ ନଜର ହଟାଇବା ପାଇଁ କିଛି ନେତାଙ୍କର ଯେଉଁ ପଇସା ଆଦାନୀରେ ଲାଗିଛି ସେ ଚର୍ଚ୍ଚାକୁ ଏଡାଇବ ପାଇଁ ଆଜି ସିବିଆଇ ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରାଯାଇଛି ।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲ୍ରେ ଥିବାବେଳେ ଏବେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇବାକୁ ନେଇ ପ୍ରଶ୍ନ ଉଠାଇଛି ଆମ ଆଦମି ପାର୍ଟି । 3ଟି ଚାର୍ଜ ସିଟ ହୋଇଛି । ଏଭଳି ଅନେକ କଥା ସାମ୍ନାକୁ ଆସୁଛି । ଆଦାନି ଘୋଟାଲାରୁ ଦୃଷ୍ଟି ଏଡାଇବା ପାଇଁ ଏକ ମୋହୋରା କରାଯାଉଛି । ସେହିପରି ଆମ ଆଦମି ପାର୍ଟିକୁ ଲୋକମାନେ ଜାଣିଛନ୍ତି ଲୋକମାନେ ହିଁ ଭଲ ପାଇବା ଦେଉଛନ୍ତି । ଆଗାକୁ ମଧ୍ୟ ଆମ ଆଦମି ପାର୍ଟି ବଢିବ ବୋଲି କହିଛନ୍ତି ରାଜ୍ୟ ଆପ ର ଆବାହକ ନିଶିକାନ୍ତ ମହାପାତ୍ର ।