ଓଡିଶା

odisha

ETV Bharat / state

ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗରେ ଶୁଭିଲା ‘ଜୟ ଜଗନ୍ନାଥ’ - ମାଉଣ୍ଟ ଏଲବ୍ରସ ଆରୋହଣ କଲେ ଓଡ଼ିଆ ଯୁବକ

ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସରେ ତ୍ରିରଙ୍ଗା ଉଡାଇଲେ ଓଡ଼ିଆ ଯୁବ ପର୍ବତାରୋହୀ । ପର୍ବତ ଶିଖରରେ ଶୁଭିଲା ‘ଜୟ ଜଗନ୍ନାଥ’ ଧ୍ବନି । ଅଧିକ ପଢନ୍ତୁ

ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗରେ ଶୁଭିଲା ‘ଜୟ ଜଗନ୍ନାଥ’
ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗରେ ଶୁଭିଲା ‘ଜୟ ଜଗନ୍ନାଥ’

By

Published : Aug 19, 2023, 10:15 AM IST

Updated : Aug 19, 2023, 1:17 PM IST

ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗରେ ଶୁଭିଲା ‘ଜୟ ଜଗନ୍ନାଥ’

ଭୁବନେଶ୍ବର:ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସର ୧୮ ହଜାର ଫୁଟ୍ ଉଚ୍ଚରେ ଶୁଭିଲା 'ଜୟ ଜଗନ୍ନାଥ' ଧ୍ବନି । ଗିରିଶୃଙ୍ଗରେ ଜଗନ୍ନାଥ ବାନା ଉଡାଇଲେ ଓଡ଼ିଆ ପର୍ବତାରୋହୀ । ଗୋ ଇଣ୍ଡିଆ ଆଡ଼ଭେଞ୍ଜର୍‌ ଟିମ୍ ପକ୍ଷରୁ ଓଡ଼ିଆ ଯୁବ ପର୍ବତ ଆରୋହଣକାରୀ ଦଳ ମାଉଣ୍ଟ ଏଲବ୍ରସ ଆରୋହଣ କରିଛନ୍ତି । ଏହି ଟିମ୍ ପର୍ବତ ଶିଖରରେ ଜାତୀୟ ପତାକା ସହ ଜଗନ୍ନାଥ ବାନା ଉଡାଇଛନ୍ତି । ଓଡ଼ିଶାରୁ ୫ ଜଣ ଏହି ଅଭିଯାନରେ ସାମିଲ ଅଛନ୍ତି ।

ଓଡ଼ିଆ ଯୁବ ପର୍ବତ ଆରୋହଣକାରୀ ଦଳ ଗତ ଅଗଷ୍ଟ ୭ ତାରିଖରେ ଓଡ଼ିଶାରୁ ଯାତ୍ରା ଆରମ୍ଭ କରିଥିଲେ । ଅଗଷ୍ଟ ୧୬ ତାରିଖରେ ସକାଳ ୮ ଟା ୫ ମିନିଟରେ ନୀଳାଚଳ ପରିଡ଼ାଙ୍କ ସମେତ ୯ ଜଣିଆ ପର୍ବତ ଆରୋହୀ ଦଳ ସଫଳତାର ସହ ମାଉଣ୍ଟ ଏଲବ୍ରସ ଆରୋହଣ କରିଥିଲେ । ଏହି ଅଭିଯାନରେ ଅନ୍ୟ ଦେଶ ଓ ବିଦେଶରୁ ୮ ଜଣ ପର୍ବତାରୋହୀ ସଦସ୍ୟଙ୍କ ସମୁଦାୟ ୧୧ ଜଣ ଥିଲେ । ଅଭିଯାନ ଆରମ୍ଭରୁ ସବୁ କିଛି ଠିକ୍ ଚାଲିଥିବା ବେଳେ କିଛି ସମୟ ପରେ ତୁଷାରପାତ ଓ ଖରାପ ପାଗ ଯୋଗୁଁ କିଛି ଜଣ ସଦସ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଅନେକ ବାଧା ବିଘ୍ନ ପରେ ଓଡ଼ିଆ ଆରୋହଣକାରୀମାନେ ଶେଷରେ ପର୍ବତ ଶିଖରରେ ପହଞ୍ଚିଥିଲେ ।

ଏହାମଧ୍ୟ ପଢନ୍ତୁ: ଏଲବ୍ରସ ଗିରିଶୃଙ୍ଗ ଶିଖର ଛୁଇଁ ଫେରିଲେ ସିଦ୍ଧାର୍ଥ ରାଉତରାୟ

ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଆମ ରାଜ୍ୟ ଓଡ଼ିଶା ଏବଂ ଭାରତ ବର୍ଷର ପରମ୍ପରା ଓ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ଏବଂ ଦୁଃସାହାସିକ କ୍ରୀଡା ମାଧ୍ୟମରେ ଭାରତୀୟ ସୈନିକ, କୋଭିଡରେ ପ୍ରାଣ ହରାଇଥିବା ସୈନ୍ୟ ବାହିନୀ, ପୋଲିସ, ସାମ୍ବାଦିକ, ଡାକ୍ତର, ନର୍ସ ଆଦିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଏଥ‌ିସହିତ ଦେଶ ପାଇଁ ଶହୀଦ ହୋଇଥ‌ିବା ଭାରତ ବର୍ଷର ସେନା, ଓଡ଼ିଆ ପାଇକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ।

ଅଗଷ୍ଟ ୧୬ ତାରିଖ ସମୟ ସକାଳ ୮ ଟା ୫ ମିନିଟରେ ଓଡ଼ିଆ ଯୁବ ପର୍ବତ ଆରୋହଣକାରୀ ସଫଳତାର ସହ ପର୍ବତାରୋହଣ କରି ଜାତୀୟ ପତକା ସହିତ ଓଡିଆ ଜାତିର ଗୌରବ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାନା ଉଡ଼ାଇଛନ୍ତି । ଉକ୍ତ ଅଭିଯାନ ପାଇଁ ଓଡ଼ିଶା ସରକାରଙ୍କ ଅଧୀନରେ ଥ‌ିବା ଓଡ଼ିଶା ଖଣି ନିଗମ, ଖୋର୍ଦ୍ଧା ଜିଲ୍ଲାପାଳ, ଏବଂ ବରିଷ୍ଠ ସାମ୍ୱାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସହଯୋଗର ହାତ ବଢ଼ାଇଥିଲେ । ଏନେଇ ନୀଳାଚଳ ପରିଡ଼ା କହିଛନ୍ତି ଯେ, ଏହି ଅଭିଯାନର ଏହାର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶା ଓ ଭାରତ ବର୍ଷର ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ଓ ୭ଟି ପର୍ବତ ଶିଖରରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା । ଓଡ଼ିଶାରେ ଯୁବପିଢିଙ୍କ ମଧ୍ୟରେ ପର୍ବତ ଆରୋହଣ ସମ୍ପର୍କରେ ପ୍ରଚାର ପ୍ରସାର କରିବା । ଶହୀଦ ଓ ଖୋର୍ଦ୍ଧା ପାଇକମାନଙ୍କ ପରିଚୟକୁ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ନୀଳାଚଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 19, 2023, 1:17 PM IST

ABOUT THE AUTHOR

...view details