ଖୋର୍ଦ୍ଧା:ଠିକାଦାର ସହ କାମ କରିବାକୁ ସୁଦୁର ଚେନ୍ନାଇ ଯାଇଥିଲେ ଯୁବକ । ତେବେ କୌଣସି କାରଣରୁ ମୃତ୍ୟୁ ହେବା ପରେ ଏବେ ଘରକୁ ଫେରି ପାରୁନାହିଁ ଯୁବକଙ୍କ ମୃତଦେହ । ଘଟଣାକୁ 10 ଦିନ ବିତି ଯାଇଥିବାବେଳେ ମୃତଦେହ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ପତ୍ନୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବାଲେଡ଼ିହ ଗ୍ରାମର ଶ୍ରମିକ ଅଜୟ ନାୟକଙ୍କୁ ଠିକାଦାର ଅଭି ନାୟକ ଦେଢ ମାସ ତଳେ ଚେନ୍ନାଇର ଏକ କମ୍ପାନୀକୁ କାମ କରିବାକୁ ନେଇଥିଲେ । ଗତ ୨୫ ତାରିଖରେ ଶ୍ରମିକ ଅଜୟଙ୍କ ମୃତ୍ୟୁ ହୋଇଥିବା ନେଇ ପତ୍ନୀଙ୍କୁ ଫୋନ କରି କହିଥିଲେ ସମ୍ପୃକ୍ତ ଠିକାଦାର । ତେବେ ମୃତଦେହ ଓଡିଶା ଆଣିବା ପାଇଁ 30 ହଜାର ଟଙ୍କା ମଧ୍ୟ ଦାବି କରିଥିଲେ ସମ୍ପୃକ୍ତ ଠିକାଦାର।