ଓଡିଶା

odisha

ETV Bharat / state

ବଡ଼ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ', ପ୍ରଥମ ଦିନରେ ହାଉସଫୁଲ୍ ଶୋ' - Dear Purusha Release

Dear Purusha Release: ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ଡ଼ିଅର୍ ପୁରୁଷ' ବର୍ତ୍ତମାନ ରିଲିଜ ହୋଇଛି । ଗୁରୁବାର ଅର୍ଥାତ୍ ଜାନୁଆରୀ ୧୧ ତାରିଖରେ ଫିଲ୍ମ ରିଲିଜ ହୋଇଥିବା ବେଳେ ପ୍ରଥମ ଦିନରେ ହାଉସଫୁଲ ଥିଲା ଥିଏଟର । ତେବେ ଆଗାମୀ ଦିନରେ ମଧ୍ୟ ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରିବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ,

ବଡ଼ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ', ପ୍ରଥମ ଦିନରେ ହାଉସଫୁଲ୍ ଶୋ'
ବଡ଼ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ', ପ୍ରଥମ ଦିନରେ ହାଉସଫୁଲ୍ ଶୋ'

By ETV Bharat Odisha Team

Published : Jan 12, 2024, 12:32 PM IST

ବଡ଼ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ', ପ୍ରଥମ ଦିନରେ ହାଉସଫୁଲ୍ ଶୋ'

ଭୁବନେଶ୍ବର:ଦୀର୍ଘ ଦିନର ଅପେକ୍ଷା ପରେ ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ଡ଼ିଅର୍ ପୁରୁଷ' । ଗୁରୁବାର ଅର୍ଥାତ୍ ଜାନୁଆରୀ ୧୧ରେ ଫିଲ୍ମ ରିଲିଜ ହୋଇଛି । ସମାଜରେ ନାରୀ-ପୁରୁଷର ସମ୍ପର୍କ ତଥା ପୁରୁଷ ସାମ୍ନା କରୁଥିବା ଆହ୍ୱାନ ବିଷୟରେ ଚଳଚ୍ଚିତ୍ରରେ ଉପସ୍ଥାପନ କରାଯାଇଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେବେ ଏହି ଫିଲ୍ମ ମକର ସଂକ୍ରାନ୍ତି ଅବସରରେ ରିଲିଜ ହୋଇଥିବା ବେଲେ ଲୋକଙ୍କୁ ବେଶ ମନୋରଞ୍ଜନ ଖୋରାକ ଯୋଗାଇବା ବୋଲି ଆଶା କରାଯାଉଛି ।

'ଡ଼ିଅର୍ ପୁରୁଷ'ର ପ୍ରଥମ ପ୍ରିମିୟର ଭୁବନେଶ୍ବର ସ୍ବାତୀ ହଲରେ ହୋଇଥିବା ବେଳେ ପ୍ରଥମ ଦିନରେ ଶୋ' ହାଉସଫୁଲ ରହିଥିଲା । ଏହି ସମୟରେ ଫିଲ୍ମର ପୁରା ଟିମ ଏଥିରେ ଯୋଗ ଦେଇଥିଲେ । ମେଲୋଡି, ଚମତ୍କାର ଅଭିନୟ ଏବଂ ଆକର୍ଷଣୀୟ କାହାଣୀ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି । ସେପଟେ ପୂର୍ବରୁ ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ଡିଅର ପୁରୁଷର ଟ୍ରେଲର ଆମେରିକା,‌ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଥିଲା । ବର୍ତ୍ତମାନ 'ଡ଼ିଅର୍ ପୁରୁଷ' ଫିଲ୍ମଟି ବିଶ୍ବବ୍ୟାପୀ ଦର୍ଶକଙ୍କୁ ଆକର୍ଷିତ କରିବା ସହ ପୁରୁଷଙ୍କ ମାନସିକ ସ୍ବାସ୍ଥ୍ୟ ବିଷୟରେ ବିଶ୍ବ ସ୍ତରରେ ଆଲୋଚ୍ୟ ପ୍ରସଙ୍ଗ ହେବ ବୋଲି‌ ସିନେମାର ପୁରା ଟିମ୍ ଆଶାବାଦୀ ରହିଛନ୍ତି ।

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ,ସମାଜରେ ନାରୀ-ପୁରୁଷର ସମ୍ପର୍କ ତଥା ଏଥିରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ସମୃଦ୍ଧ ହୋଇଥିବା ଏହି ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ'ରେ ୬ ଜଣ ଦମ୍ପତ୍ତିଙ୍କ ଜୀବନଯାତ୍ରା ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ଦେଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଏହି ସିନେମାରେ ଓଡ଼ିଆ ସିନେ ପ୍ରଯୋଜିକା ତଥା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ଭିନ୍ନ ଳୁକରେ ନଜର ଆସିଛନ୍ତି । ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ଚିତ୍ରାଙ୍ଗଦା । ସମାଜର ନୀତି ନିୟମ ଭିତରେ ନ୍ୟାୟ ପାଇଁ ଲଢ଼ୁଥିବା ବୀର ଯୋଦ୍ଧା ଭାବରେ ତାଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ ।


ଏହା ମଧ୍ୟ ପଢନ୍ତୁ:'ଡ଼ିଅର୍ ପୁରୁଷ'ର ଟ୍ରେଲର ରିଲିଜ, ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ


ଫିଲ୍ମର କାଷ୍ଟ ବିଷୟରେ କହିବାକୁ ଗଲେ,ଲୋକପ୍ରିୟ ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଝିଲିକଙ୍କ ବ୍ୟତୀତ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ମହାଶ୍ବେତା ରାୟ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂ, ସମରେଶ ରାଉତରାୟ, ପିଙ୍କି ପ୍ରଧାନ, ବବି ମିଶ୍ର, ବି.ଏମ୍. ବୈଶାଳୀ, ଦେବାଶିଷ ପାତ୍ର, ଅନୁରାଧା ପାଣିଗ୍ରାହୀ, ଦିପନ୍ବିତ ଦାସ ମହାପାତ୍ର, ଦିବ୍ୟାଦିଶା ମହାନ୍ତି, ପାର୍ଥ ସାରଥୀ ରାୟ, ହିମାଗ୍ନି ଦତ୍ତ, ଅନନ୍ୟା ମିଶ୍ର, ଇପ୍ସିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ସୁକାନ୍ତ ରଥ, ନାୟା ଜିଦାନ୍, ଐଶ୍ୱର୍ଯ୍ୟା ବେହେରା, ରବି ମିଶ୍ର, ମନୀଷା ମିଶ୍ର, ରାକ୍ଷୀ ଦାସ, ସୁଦୀପ୍ତ ସୁନ୍ଦର ସ୍ୱାଇଁ, ବିକି ମିଶ୍ର ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଯୁବ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦଙ୍କ ନିର୍ଦ୍ଦେଶିତ ଗୀତ କାହାଣୀକୁ ଲେଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details