ଓଡିଶା

odisha

ଦେଶର ପ୍ରଥମ ମହିଳା ଏଡିସି ହେଲେ ଓଡ଼ିଆ ଝିଅ ମନୀଷା

By ETV Bharat Odisha Team

Published : Nov 30, 2023, 10:35 AM IST

Updated : Nov 30, 2023, 11:47 AM IST

ମିଜୋରାମ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ଓଡିଆ ଝିଅ ମନୀଷା ପାଢୀ । ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ । ଅଧିକ ପଢ଼ନ୍ତୁ

Manisha Padhi
Manisha Padhi

ଭୁବନେଶ୍ବର: ଓଡିଆ ଝିଅଙ୍କୁ ଗୁରୁ ଦାୟିତ୍ୱ । ଦେଶର ପ୍ରଥମ ମହିଳା ଏଡିସି ହେଲେ ଓଡ଼ିଆ ଝିଅ ମନୀଷା ପାଢ଼ୀ । ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ଏଡିସି ଭାବେ ମନୀଷାଙ୍କୁ ନିଯୁକ୍ତି ଦେଇଛନ୍ତି । ବୁଧବାର ସେ ଦାୟିତ୍ୱ ଗ୍ରହଣ କରିବା ପରେ ଆଇଜଓ୍ବାଲ ରାଜଭବନରେ ତାଙ୍କୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ପରିଚିତ କରାଇଥିଲେ ରାଜ୍ୟପାଳ ।

ବୁଧବାର ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କ୍ବାର୍ଡନ ଲିଡର ମନୀଷା ପାଢୀଙ୍କୁ ଏଡିସି(Aide-De-Camp) ଭାବେ ନିଯୁକ୍ତି ଦେଇଥିଲେ ମିଜୋରାମ ରାଜ୍ୟପାଳ । 2015 ବ୍ୟାଚର ଭାରତୀୟ ବାୟୁସେନା ଅଫିସର ହେଉଛନ୍ତି ମନୀଷା । ଏହା ପୂର୍ବରୁ ସେ ବିଦାର ଏୟାର ଫୋର୍ସ ଷ୍ଟେସନ ବିଦାର, ପୁନେ ଓ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରି ସାରିଛନ୍ତି । ମନୀଷା ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ ହେବା ମହିଳା ଶସକ୍ତି କରଣ ଉପରେ ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ ।

ଏହା ମଧ୍ଯ ପଢନ୍ତୁ-ପୁଣି ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ: ବୈଜ୍ଞାନିକ ଅଜିତ ମହାନ୍ତି ହେଲେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ

ଦେଶର ପ୍ରଥମ ମହିଳା ଓ ଜଣେ ଓଡିଆ ଭାବେ ମନୀଷା ପାଢୀ ଏଡିସି ଭାବେ ନିଯୁକ୍ତି ପାଇଛନ୍ତି । ମନୀଷାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ। ତାଙ୍କର ବାପା ଓ ମାଆ ଭୁବନେଶ୍ବରରେ ରୁହନ୍ତି। ଭୁବନେଶ୍ବର ସି ଭି ରମଣ କଲେଜ ଅଫ ଇଞ୍ଜିନିୟରିଂ କଲେଜରୁ ଶିକ୍ଷାଲାଭ କରିଛନ୍ତି ମନୀଷା । ଝିଅର ଏପରି ସଫଳତା ପରେ ବେଶ ଖୁସି ଅଛନ୍ତି ମନୀଷାଙ୍କ ପରିବାର ବର୍ଗ । ବର୍ତ୍ତମାନ ମନୀଷାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ରାଜ୍ୟପାଳ ହରିବାବୁ କାମଭାମପତି ଟ୍ବିଟ କରି କହିଛନ୍ତି ଯେ, ସ୍କ୍ୱାର୍ଡନ ଲିଡର ମନୀଷା ମିଜୋରାମ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ହୋଇଛନ୍ତି । ଏଥିପାଇଁ ମନୀଷାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମନୀଷା ହେଉଛନ୍ତି ଭାରତୀୟ ବାୟୁସେନାର ପ୍ରଥମ ମହିଳା ଯିଏକି ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି ।

ସ୍କ୍ୱାର୍ଡନ ଲିଡର ମାନୀଷା ପାଢ଼ୀ ଔପଚାରିକ ଭାବରେ ଗତ ବୁଧବାର ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯୋଗ ଦେବା ପରେ ସେ ପ୍ରଥମେ ରାଜ୍ୟପାଳଙ୍କୁ ରିପୋର୍ଟ କରିଥିଲେ, ଯେଉଁଠି ରାଜଭବନରେ ମିଜୋରାମର ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ସହ ପରିଚୟ କରାଯାଇଥିଲା। । ମନୀଷାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ, କିନ୍ତୁ ବର୍ତ୍ତମାନ ତାଙ୍କ ପରିବାର ରାଜଧାନୀ ଭୁବନେଶ୍ୱରରେ ରହୁଛନ୍ତି । ଏଭଳି ଏକ ଉପଲବ୍ଧି ହାସଲ କରି ଜିଲ୍ଲା ରାଜ୍ୟ ସହ ନିଜ ପରିବାର ପାଇଁ ଗୌରବ ଆଣିଛନ୍ତି ମନୀଷା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 30, 2023, 11:47 AM IST

ABOUT THE AUTHOR

...view details