ଭୁବନେଶ୍ୱର:ଶହୀଦ ଧରମାର ଅକୁହା କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ଧର୍ମପଦ' । ‘୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ’, ଏ ଉକ୍ତିଟି ଶୁଣିଲେ ଧର୍ମପଦ କଥା ମନେ ପଡ଼ିଯାଏ । ଇତିହାସରେ ପ୍ରଥମ ଶହୀଦର ମାନ୍ୟତା ପାଇଥିବା ଧର୍ମପଦ । କେବଳ ଜଣେ ୧୨ ବର୍ଷର ପିଲାର ନଥିଲା ସେ ଏକ ଇତିହାସ । ଓଡ଼ିଆ ଜାତି, କଳା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ ଯାହା ଆଜି କୋଣାର୍କ ମନ୍ଦିର ରୂପେ ଠିଆ ହୋଇଛି ଓଡ଼ିଶାରେ । ସେହି ଇତିହାସକୁ ଆଜି ରୂପେଲି ପରଦାରେ ପୁଣି ଜୀବନ୍ୟାସ ଦେବାକୁ ଯାଉଛି ଜାସୋଦୀପ ପ୍ରଡକସନ୍ସ ଏକ ନିଆରା ଫିଲ୍ମ "ଧର୍ମପଦ" । ଯାହାର ଟାଇଟଲ ଆଜି ଘୋଷଣା ହୋଇଛି ।
ହେଲେ ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳୀ ଦେଇ ଇତିହାସରେ ଅମର ହେଇ ରହିଲେ ଧର୍ମପଦ । ଫିଲ୍ମରେ କେବଳ ଇତିହାସ ନୁହେଁ କିଛି ନିଛକ ସତ ଯାହା ଚୀନ ପରିବ୍ରାଜକଙ୍କ ହାତ ଲେଖାରୁ ଉଦ୍ଧୃତ । ସେହି କାହାଣୀ ଯାହା ଆଗରୁ କେହି କେବେ କହି ନାହାନ୍ତି ବା କେହି ଶୁଣି ନାହିାନ୍ତି । ସେହିପରି କାହାଣୀକୁ ନେଇ ନିର୍ମିତ ହେଉଛି ‘ଧର୍ମପଦ’ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଦୀପକ ନାୟକ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିର୍ଦ୍ଦେଶକ ଅଜୟ ପାଢୀ । ଫିଲ୍ମର ଟାଇଟଲ ଘୋଷଣା କରାଯିବା ସହିତ ମୁଖ୍ୟ କଳାକାର କାଷ୍ଟିଂ ମଧ୍ୟ ଚାଲିଛି । ଖୁବ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ । ଏହି ଫିଲ୍ମରେ ଦର୍ଶକ ଏକ ରୋମାଞ୍ଚ ଭରା କାହାଣୀ ଦେଖିବାକୁ ପାଇବେ ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ଏହା ମଧ୍ୟ ପଢନ୍ତୁ......ଜାନୁୟାରୀ ୪ରେ ଆସୁଛି ଓଡିଆ ଚଳଚ୍ଚିତ୍ର 'ଦଶମ', ମହାପ୍ରଭୁଙ୍କ ଶରଣରେ ପୁରା ଟିମ