ଓଡିଶା

odisha

ETV Bharat / state

ଜହ୍ନ ରାତିର ସାଥୀ: ଟ୍ରେଲର ଏବଂ ଅଡିଓ ରିଲିଜ, ଜୁଲାଇ ୨୧ରେ ସିଲଭର ସ୍କ୍ରିନ୍‌କୁ ଆସିବ ଫିଲ୍ମ

"ଜହ୍ନ ରାତିର ସାଥୀ" ସହ ପୁଣି ପରଦାରେ ଧମାକା କରିବାକୁ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର । ଫିଲ୍ମର ଟ୍ରେଲର ଏବଂ ଅଡିଓ ରିଲିଜ କରିଛନ୍ତି ନିର୍ମାତା । ଏକ ମୌଳିକଙ୍କ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ଜୁଲାଇ 21ରେ ବଡ ପରଦାରେ ରିଲିଜ ହେବ । ଅଧିକ ପଢନ୍ତୁ

By

Published : Jul 7, 2023, 12:00 PM IST

ଜହ୍ନ ରାତିର ସାଥୀ: ଟ୍ରେଲର ଏବଂ ଅଡିଓ ରିଲିଜ, ଜୁଲାଇ ୨୧ରେ ବଡ ପରଦାରେ ଆସିବ ଫିଲ୍ମ
ଜହ୍ନ ରାତିର ସାଥୀ: ଟ୍ରେଲର ଏବଂ ଅଡିଓ ରିଲିଜ, ଜୁଲାଇ ୨୧ରେ ବଡ ପରଦାରେ ଆସିବ ଫିଲ୍ମ

ଜହ୍ନ ରାତିର ସାଥୀ: ଟ୍ରେଲର ଏବଂ ଅଡିଓ ରିଲିଜ, ଜୁଲାଇ ୨୧ରେ ବଡ ପରଦାରେ ଆସିବ ଫିଲ୍ମ

ଭୁବନେଶ୍ବର: ଓଡିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ବଡ଼ ପରଦାରେ ଧାମାକା କରିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ରିଲିଜ ହେବାକୁ ଯାଉଛି ସିଦ୍ଧାନ୍ତଙ୍କ ଆଗାମୀ ଓଡିଆ ଚଳଚ୍ଚିତ୍ର "ଜହ୍ନ ରାତିର ସାଥୀ"। ଏକ ରହସ୍ୟ ଓ ରୋମାଞ୍ଚଭରା ମୌଳିକ କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ। ଫିଲ୍ମର ଟ୍ରେଲର ଏବଂ ଅଡିଓ ରିଲିଜ କରିଛନ୍ତି ନିର୍ମାତା। ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ତେବେ ଏହି ଫିଲ୍ମ ଜୁଲାଇ ୨୧ ରେ ବଡ ପରଦାରେ ରିଲିଜ ହେବ।

ଗୁରୁବାର ଅର୍ଥାତ ଜୁନ୍‌ 6 ରେ "ଜହ୍ନ ରାତିର ସାଥୀ" ଫିଲ୍ମର ଟ୍ରେଲର ରିଲିଜ୍ ହେବା ସହ ଅଡିଓ ରିଲିଜ୍ ହୋଇଛି । ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ସମ୍ବିତ ଆଚାର୍ଯ୍ୟ, ଅଭିନେତ୍ରୀ ଶୀତଲ ପାତ୍ର, ପୁନମ ଓ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଭୂମିକାରେ ନଜର ଆସିବେ । ଏଭଳି ଏକ ରହସ୍ୟ, ରୋମାଞ୍ଚଭରା, ହରର ଥୀଲରକୁ ନେଇ କାହାଣୀ ପ୍ରସ୍ତୁତ ହୋଇଛି। ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ତିନି ତିନୋଟି ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ସମ୍ବିତ ଓ ଶୀତଲଙ୍କୁ ଦୁଇଦୁଇଟି ଦମଦାର ଚରିତ୍ରରେ ଦେଖିବାକୁ ମିଳିବ। ଏଥିସହ ପ୍ରଥମ ଥର ପୁନମକୁ ଏହି ଫିଲ୍ମରେ ଏକ ନୂଆ ଚରିତ୍ରରେ ଦେଖିବାକୁ ମିଳିବ। ଅନ୍ୟ ଭୂମିକାରେ ସମରେଶ ପୃଥ୍ଵୀରାଜ ଓ ନେନା ଦାସଙ୍କ ସମେତ ପ୍ରଜ୍ଞା ଓ ଶଙ୍କର ମଧ୍ୟ ନଜର ଆସିବେ। ତେବେ ଏଭଳି ତାରକା ମାନଙ୍କ ଭିନ୍ନ ଚରିତ୍ରକୁ ବେଶ ନିଖୁଣ ଭାବେ ଫିଲ୍ମରେ ପ୍ରଦର୍ଶିତ କରାଯାଇଥିବା ବେଳେ ଦର୍ଶକଙ୍କ ବେଶ ପସନ୍ଦ ଆସିବ ବୋଲି କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ: ସିଲଭର ସ୍କ୍ରିନରେ ଅମ୍ଲାନ-ଏଲିନାଙ୍କ ରୋମାନ୍ସ, ରିଲିଜ ହେଲା ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’

ଫିଲ୍ମର କାହାଣୀ କହିବାକୁ ଗଲେ, ଏକ ରହସ୍ୟ ଓ ରୋମାଞ୍ଚଭରା ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ। ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବାକୁ ପାଇବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ଗୁଣିଗାରେଡ଼ି, ଅନେକ ଅନ୍ଧବିଶ୍ବାସ, କୁସଂସ୍କାରର କାହାଣୀ। ଯାହା ବର୍ତ୍ତମାନ ବି ହୋଇଆସୁଛି ସମାଜରେ ପ୍ରଚଳିତ , ଅନେକ କ୍ଷତି କରୁଛି, ନିରୀହ ଲୋକଙ୍କ ଜୀବନ ମଧ୍ୟ ନେଉଛି । ଏହାକୁ କିଭଳି ଦୂର କରାଯାଇପାରିବ, ତାହା ଏହି କାହାଣୀରେ ଦର୍ଶାଯାଇଛି।

ସୂଚନା ଥାଉ କି, "ଜହ୍ନ ରାତିର ସାଥୀ" ଫିଲ୍ମକୁ ଜିତେନ୍ଦ୍ର ଜେନା ନିର୍ଦ୍ଦେଶନା ଦେଇଥିବା ବେଳେ ଅଜୟ ରାଉତ ପ୍ରଯୋଜନା ଦେଇଛନ୍ତି । ଏହି ଫିଲ୍ମରେ 5ଟି ଗୀତ ରହିଥିବା ବେଳେ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡୁଲି ରଥ। ଏହି ଚଳଚ୍ଚିତ୍ରଟିର ଅନେକ ସିନ ଦଶପଲ୍ଲା ଜଙ୍ଗଲ ଓ ନରଣଗଡ଼ ପ୍ୟାଲେସ୍‌ରେ ସୁଟିଂ କରାଯାଇଛି। ଅଜୟ ରାଉତ କାହାଣୀ ଲେଖିଥିବା ବେଳେ ଜଣାଶୁଣା ଅଭିନେତା ମାନଙ୍କର ଏହି ଭରପୁର ପ୍ୟାକେଜ ନିଶ୍ଚୟ ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details