ଭୁବନେଶ୍ବର: ଦମନ ଫିଲ୍ମ ପରେ ଏବେ ଫିଲ୍ମ ଜହ୍ନ ରାତିର ସାଥିକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦମନ ଫିଲ୍ମର ସଫଳତା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନୂଅ ଜୀବନ ପ୍ରଦାନ କରିଛି । ସିନେ ପ୍ରେମୀଙ୍କୁ ପୁଣି ଓଡ଼ଆ ସିନେମା ବାଧ୍ୟ କରିଛି। ତେବେ ଏହାରି ମଧ୍ୟରେ ଅଉ ଏକ ଓଡ଼ଆ ସିନେମାକୁ ନେଇ ସିନେ ପ୍ରେମିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦମନ ଫିଲ୍ମର ସଫଳ ପ୍ରଦର୍ଶନ ପରେ ୧୭ ରେ ପରଦାକୁ ଆସିବ ଓଡ଼ିଆ ଚଳଚିତ୍ର ଜହ୍ନ ରାତିର ସାଥି ।
ତେବେ ଓଡିଶା ବିଭିନ୍ନ ଜିଲ୍ଲାରେ ଏହି ଚଳଚିତ୍ରର ପ୍ରସ୍ତୁତି ଚାଲିଥିବା ବେଳେ କଣ ରହିଛି ସିନେମା କେଉଁମାନେ ରହିଛନ୍ତି ଷ୍ଟାରକାଷ୍ଟ ରହିଛନ୍ତି, ଆସନ୍ତୁ ନଜର ପକାଇବା । ସେନେମାଟି ଓଡିଶା ବେଶ ପ୍ରସିଦ୍ଧ ଆର୍ଟ ମାସ କ୍ରିଏଟିଭ ପ୍ରାଇଭେଟ ଲିମିଟେଡ଼ ବ୍ୟାନରରେ ପ୍ରସ୍ତୁତ ହେଉଛି । ଏଥିରେ ପ୍ରଯୋଜନା ଦେଇଛନ୍ତି ଅଜୟ କୁମାର ରାଉତ,ବିକାଶ କୁମାର ରାଉତ, ରାଜା ରାଥୋଡ ନାରାୟଣ ଚନ୍ଦ୍ର ଜେନା । ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜିତେନ୍ଦ୍ର ଜେନା । ସ୍ରିପ୍ଟି ଅଜୟ କୁମାର ଜେନା ଲେଖିଥିବା ବେଳେ ଗୀତକୁ ସ୍ୱରରେ ସଜେଇଛନ୍ତି ସଂଗୀତ ନିର୍ଦ୍ଦେଶନା ଗୁଡଲି ରଥ । ଗୀତିକାର ରହିଛନ୍ତି ନିର୍ମଳ ନାୟକ ସୂର୍ଯ୍ୟ ମହାପାତ୍ର ଓ ଯତୀନ୍ଦ୍ର ପ୍ରଧାନ ।