ଓଡିଶା

odisha

ETV Bharat / state

ପରଦାକୁ ଆସିଲା 'ଦଶମ', ସ୍କୁଲରେ ଘଟୁଥିବା ଖଟାମିଠା ସ୍ମୃତିକୁ ତାଜା କରିବେ ଦର୍ଶକ - ଓଡ଼ିଆ ଫିଲ୍ମ ଦଶମ

Odia Film Dasama Release: ସିଲଭର ସ୍କ୍ରିନରେ ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଦଶମ' । ଜାନୁଆରୀ ୧୮ ଗୁରୁବାର ଦିନ ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ପ୍ରଥମ ଦିନରେ ହାଉସଫୁଲ ରହିଥିଲା ଶୋ' ।

ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଦଶମ', ସ୍କୁଲରେ ଘଟୁଥିବା ଖଟାମିଠା ସ୍ମୃତିକୁ ତାଜା କରିବେ ଦର୍ଶକ
ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଦଶମ', ସ୍କୁଲରେ ଘଟୁଥିବା ଖଟାମିଠା ସ୍ମୃତିକୁ ତାଜା କରିବେ ଦର୍ଶକ

By ETV Bharat Odisha Team

Published : Jan 19, 2024, 12:59 PM IST

ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଦଶମ', ସ୍କୁଲରେ ଘଟୁଥିବା ଖଟାମିଠା ସ୍ମୃତିକୁ ତାଜା କରିବେ ଦର୍ଶକ

ଭୁବନେଶ୍ବର: ବଡ ପରଦାରେ ରିଲିଜ ହେଲା ଓଡିଆ ଫିଲ୍ମ 'ଦଶମ' । ଜାନୁଆରୀ ୧୮ ଗୁରୁବାର ଦିନ ଫିଲ୍ମ ସାରା ରାଜ୍ୟରେ ରିଲିଜ ହୋଇଛି । ୯୦ ଦଶକରେ ସ୍କୁଲରେ ଘଟୁଥିବା ଖଟାମିଠା ସ୍ମୃତିକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକ ଏହି ଫିଲ୍ମ ଦେଖି ସେହି ପୁରୁଣା ଦିନକୁ ମନେ ପକାଇବା ସହ ସମସ୍ତଙ୍କୁ ବେଶ ଭଲ ଲାଗିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବର ଏକ୍ସପ୍ଲାନେଡର ସିନେପଲିସରେ ଓଡ଼ିଆ ଚଳଚ୍ଚିତ୍ର 'ଦଶମ'ର ପ୍ରଥମ ପ୍ରିମିୟର ହୋଇଥିଲା । ପ୍ରଥମ ଦିନରେ ସିନେ କଳାକାର ପ୍ରଯୋଜକ ଓ ନିର୍ଦ୍ଦେଶକ ଫିଲ୍ମ ଦେଖିଥିବା ବେଳେ ଆଜି ଠାରୁ ସାରା ରାଜ୍ୟରେ ଫିଲ୍ଛମର ମଜା ନେଉଛନ୍ତି ଦର୍ଶକ। ପ୍ରଥମ ଦିନରେ ହାଉସଫୁଲ ରହିଥିଲା ସିନେମା ହଲ। ଏହି ଫିଲ୍ମରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠର ଯାଦୁ ଶ୍ରୋତାଙ୍କୁ ବିମୋହିତ କରିଛି । ଚଳଚ୍ଚିତ୍ରରେ ଯୁବ ନିର୍ଦ୍ଦେଶକ ରାଜା ଡି ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା ଏବଂ ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ ।

'ଦଶମ' ଚଳଚ୍ଚିତ୍ର ମ୍ୟୁଜିକାଲ ସିନେମା ହୋଇଥିବା ବେଳେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ସମୁଦାୟ ୯ଟି ଗୀତ ଦର୍ଶକଙ୍କୁ ଭେଟିଦେଇଛନ୍ତି । ଫିଲ୍ମରେ ଏକା ସାଙ୍ଗରେ ୭ ଜଣ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, କ୍ରିତ ପ୍ରିୟୋ, ସନ୍ଦୀପ ପଣ୍ଡା, ଶୁଭ୍ରଜିତ ମହାନ୍ତି, ବିଜୟ ରଥ, ସୁବ୍ରତ ବେହେରା ଏବଂ ଅନୁରାଗ ପଟ୍ଟନାୟକ ଥିବା ବେଳେ ଅନନ୍ୟା ଶ୍ରୀତମ ନନ୍ଦ, କୁଲଦୀପ ପଟ୍ଟନାୟକ, ବିରାଜ, ଗୌରବ ଆନନ୍ଦ, ଆଶ୍ରିତା, ସୌଜନ୍ୟ, ସୌରଭ, ଆଶୁତୋଷ, ସନ୍ଧ୍ୟାରାଣୀ, ସନ୍ଦୀପ ପଣ୍ଡା, ଶୈଳେନ୍ଦ୍ର ଏବଂ ସଞ୍ଜୀବ କୁମାର କଣ୍ଠଦାନ କରିଛନ୍ତି ।


ଏହା ମଧ୍ୟ ପଢନ୍ତୁ:ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଦଶମ' ଟିଜର ଏବଂ ଅଡିଓ, ୧୮ରେ ପରଦାକୁ ଆସିବ ଫିଲ୍ମ


ତେବେ ୯୦ ଦଶକରେ ସ୍କୁଲରେ ଘଟିଥିବା ଖଟାମିଠା ସ୍ମୃତିକୁ ନେଇ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ସିନେମା ଦେଖିସାରି ଦର୍ଶକ ପୁଣି ସେଇ ପୁରୁଣା ସ୍ମୃତିକୁ ମନେ ପକେଇଥିବା କହିଛନ୍ତି । ସିନେମାଟି ନିଶ୍ଚୟ ସବୁ ବର୍ଗର ଲୋକଙ୍କ ହୃଦୟକୁ ଛୁଇଁବା ସହ ପ୍ରତିଟି ଯୁବ ପିଢ଼ି ନିଜର କାହାଣୀକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ପାଇପାରିବେ ବୋଲି କହିଛି ପ୍ରଯୋଜନା ସଂସ୍ଥା । ତେବେ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଓଲିଉଡ ଲୋକପ୍ରିୟ ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନି ପ୍ରତୀକ, ଅର୍ମାନ ମହାନ୍ତି, ବଣ୍ଟି, ଜ୍ୟୋତି, ନୀଳାକ୍ଷୀ ପାତ୍ର, ସିମ୍ରନ, ସୁମନ ପଟ୍ଟନାୟକ, ସୁଶାନ୍ତ ଦାସ ମହାପାତ୍ର, ସନ୍ତୁ ନିଜେ, ବାପି ଖୋର୍ଦ୍ଧା ଟୋକା ଏବଂ ଅଭିନେତା ରବି ମିଶ୍ର ଅଭିନୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details