ଓଡିଶା

odisha

By ETV Bharat Odisha Team

Published : Nov 11, 2023, 9:43 PM IST

ETV Bharat / state

ବେଲଜିୟମରେ ଶୁଭିଲା 'ବନ୍ଦେ ଉତ୍କଳ ଜନନୀ', ଧୁମଧାମରେ ପ୍ରବାସୀ ଓଡ଼ିଆ ପାଳିଲେ ଦୀପାବଳି

ବେଲଜିୟମର ରାଜଧାନୀ ବ୍ରୁସଲେସରେ ପ୍ରବାସୀ ଓଡ଼ିଆ ପାଳନ କରିଛନ୍ତି ଦୀପାବଳି ପର୍ବ । କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି, ଏତିହ୍ୟ, କଳା ଓ ସ୍ଥାପତ୍ୟର ଝଲକ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

diwali in belgium
ବେଲଜିୟମରେ ଦୀପାବଳି

ବେଲଜିୟମରେ ଦୀପାବଳି

ଭୁବନେଶ୍ବର:ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର । ବିଦେଶରେ ମଧ୍ୟ ଦୀପାବଳିକୁ ଧୁମଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ । ବେଲଜିୟମର ରାଜଧାନୀ ବ୍ରୁସଲେସରେ ପ୍ରବାସୀ ଓଡ଼ିଆ ପାଳନ କରିଛନ୍ତି ଦୀପାବଳି ପର୍ବ । ବିଦେଶରେ ଏକତା ବୃଦ୍ଧିକୁ ନଜରରେ ରଖି ଓଡ଼ିଆ ସମ୍ପଦ୍ରାୟ ପକ୍ଷରୁ ଦୀପାବଳି ପାଳନ ହୋଇଛି ।

ସୂଚନା ଅନୁସାରେ, ବେଲଜିୟମର ରାଜଧାନୀ ବ୍ରୁସଲେସରେ ବହୁ ଓଡ଼ିଆ ବସବାସ କରନ୍ତି । ସେହି ପ୍ରବାସୀ ଓଡ଼ିଆ ପାଳନ କରିଛନ୍ତି ଆଲୋକର ପର୍ବ ଦୀପାବଳି । ସେମାନଙ୍କ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତେ 'ବନ୍ଦେ ଉତ୍କଳ ଜନନୀ' ଗୀତରେ ଝୁମିଥିବା ଦେଖିବାକୁ ମିଳିଛି । ବରିଷ୍ଠରୁ କନିଷ୍ଠ ସମସ୍ତେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତେ ଶାସ୍ତ୍ରୀୟ ସଙ୍ଗୀତ ପ୍ରଦର୍ଶନ କରିଛନ୍ତି । ଛୋଟ ପିଲାମାନେ ନୃତ୍ୟ ଏବଂ ଗୀତ ପ୍ରତିଭା ପ୍ରଦର୍ଶନ କରିଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି, ଏତିହ୍ୟ, କଳା ଓ ସ୍ଥାପତ୍ୟର ଝଲକ ଦେଖିବାକୁ ମିଳିଛି ।

ସମସ୍ତେ ଓଡ଼ିଆ ଓ ସମ୍ବଲପୁରୀ ଗୀତରେ ତାଳେ ତାଳେ ନାଚି ଉଠିଥିଲେ । ବନ୍ଦେ ଉତ୍କଳ ଜନନୀ ପ୍ରଦର୍ଶିତ ହୋଇଥିଲା । ଏହି ଉତ୍ସବ ସଫଳତାର ସହ ଆୟୋଜିତ ହୋଇଥିବାବେଳେ ପ୍ରାୟ ୬୦ ଜଣ ଓଡିଆ ଏକାଠି ହୋଇଥିଲେ । ସମସ୍ତେ ମିଳିମିଶି ଓଡ଼ିଶାର ପିଠା ଓ ବିଭିନ୍ନ ପ୍ରକାରର ଖାଦ୍ୟର ମଜା ନେଇଛନ୍ତି । ପୂର୍ଣ୍ଣିମା ମିଶ୍ର, ପ୍ରଣବ କର, ଇନ୍ଦିରା ବର୍ମା, ସୁଚିସ୍ମିତା ହୋତା କାର୍ଯ୍ୟକ୍ରମକୁ ଆୟୋଜନ କରିଛନ୍ତି । ରାଜ ଦାସ, ଶାଶ୍ୱତୀ ପଣ୍ଡା, ଅଭିଷେକ ସମାନ୍ତରାୟ, ଜିତେନ୍ଦ୍ର ରଥ ଓ ଅନ୍ୟ ପ୍ରମୁଖ ସଦସ୍ୟ ସଂଯୋଜନା କରିଛନ୍ତି ।

ଏହା ବି ପଢନ୍ତୁ...Bhadrak Kali Puja: ରାତି ପାହିଲେ କାଳୀ ପୂଜା, ଉତ୍ସବମୁଖର ଭଦ୍ରକ

ପ୍ରବାସୀ ଓଡ଼ିଆ ଶାଶ୍ୱତୀ ପଣ୍ଡା କହିଛନ୍ତି, "ମୁଁ ଓଡିଶାରେ ନାହିଁ ସତ । ମୁଁ ମୋର କଳା, ସଂସ୍କୃତି ଓ ପରମ୍ପରାକୁ ଜମା ଭୁଲିନାହିଁ । ମୋ ଭଳି ଅନେକ ଭାରତୀୟ ଭାଇ ଭଉଣୀମାନେ ବେଲଜିୟମର ରାଜଧାନୀ ବ୍ରୁସଲେସରେ ଏକାଠି ହୋଇଛୁ । ଆଉ ଏହି ଦୀପାବଳି ଉତ୍ସବକୁ ସେଲିବ୍ରେଟ କରିଛୁ । ପିଠା ଓ ପଣା ଆଦି ପ୍ରସ୍ତୁତ କରି ଖାଇଛୁ । ସମ୍ବଲପୁରୀ ଗୀତ ତାଳେ ତାଳେ ନାଚିଛୁ । ଖୁବ ମଉଜ କରିଛୁ । ଏହାସହ ଆମେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛୁ । ଏହି ଦୀପାବଳି ସମସ୍ତଙ୍କ ଜୀବନକୁ ଉଜ୍ଜ୍ବଳମୟ କରୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details