ଭୁବନେଶ୍ବର:ଓଡିଶା ଫେରିଲେ ବାଇକରାଣୀ ଅମିତା ସିଂ (Odia bike rider Amita Singh) । ବାଇକରେ ଦୁଃସାହସିକ ଭାରତ ଭ୍ରମଣ କରି ଓଡ଼ିଆ ବୋହୂ ଅମିତା ଜାତୀୟ ସ୍ତରରେ ଓଡିଶାର ଗୌରବ ବୃଦ୍ଧି କରିଛନ୍ତି (Odia Bride visits India by riding bike) । ରାଜ୍ୟରେ ପହଞ୍ଚିବା ପରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ଅମିତା ବାଇକ ଆରୋହୀ ସହ ଜଣେ ସମାଜସେବୀ । ଗତ ସେପ୍ଟେମ୍ବର ୬ ତାରିଖରୁ ଅମିତା ଓଡିଶାରୁ ବାହାରି ଦିଲ୍ଲୀରୁ ୯ ତାରିଖରୁ ବାଇକରେ ଆରମ୍ଭ କରିଥିଲେ ଭାରତ ଭ୍ରମଣ ଯାତ୍ରା । ସ୍ବାଧୀନତାର ୭୫ବର୍ଷ ଅବସରରେ ଫ୍ରିଡମ ମୋଟୋ ରାଇଡ ପକ୍ଷରୁ ଆୟୋଜିତ ଏକ ମୋଟୋର ରାଇଡ କାର୍ଯ୍ୟକ୍ରମରେ ଓଡିଶାରୁ ଜଣେ ମହିଳା ବାଇକ ରାଇଡ଼ର ଭାବେ ସେ ପ୍ରତିନିଧିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଦେଶର ୭୫ ବାଇକ ରାଇଡ଼ର ଯାଇଥିଲେ। ଆଉ ଏହି ୭୫ ବାଇକ ରାଇଡ଼ର ଦେଶର ୨୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୭୫ଟି ଐତିହ୍ୟ ସ୍ଥଳ ଓ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି।
ଏହା ବି ପଢନ୍ତୁ- ଓଡିଆ ବୋହୂଙ୍କ କମାଲ, ବାଇକରେ ବୁଲି ବାଣ୍ଟୁଛନ୍ତି ବାର୍ତ୍ତା