ଉତ୍ତରକାଶୀ (ଡେରାଡୁନ): ପବିତ୍ର ବାହୁଡା ଯାତ୍ରାରେ ଉତ୍ତରକାଶୀରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ଅଭିନେତା ସବ୍ୟସାଚୀ ମହାପାତ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଉଭୟ ଦମ୍ପତି ଆଜି ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ବରୁଣାଘାଟି ଅନ୍ତର୍ଗତ ସାଲ୍ଡ ଗାଁରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚନା କରିବା ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।
ଏହାବି ପଢନ୍ତୁ- ଉତ୍ତରକାଶୀରେ ପରିତ୍ୟକ୍ତ ଜଗନ୍ନାଥ ମନ୍ଦିର, ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଲେ ସବ୍ୟସାଚୀ
ଦ୍ବାଦଶ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଐତିହାସିକ ସର୍ବପୁରାତନ ଜଗନ୍ନାଥ ମନ୍ଦିର ପୁନଃରୁଦ୍ଧାର ପାଇଁ ସବ୍ୟସାଚୀ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଆଜି ପତ୍ନୀ ଅର୍ଚ୍ଚିତା ଓ ଆଚାର୍ଯ୍ୟ ସଚିଦାନନ୍ଦଙ୍କ ସହ ସବ୍ୟସାଚୀ ଉତ୍ତରକାଶୀ ସ୍ଥିତ ବରୁଣାଘାଟି ଅନ୍ତର୍ଗତ ସାଲ୍ଡ ଗାଁରେ ପହଞ୍ଚିଥିଲେ । ସାଲ୍ଡରେ ପହଞ୍ଚିବା ପରେ ଗ୍ରାମବାସୀ ସବ୍ୟସାଚୀଙ୍କୁ ସ୍ବାଗତ କରିଥିଲେ । ପରେ ଗ୍ରାମବାସୀଙ୍କ ସହିତ ମନ୍ଦିରକୁ ଯାଇ ଭଗବାନ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପୂଜକ ପ୍ରେମବଲ୍ଲଭ ନୌଟିୟାଲ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିଥିଲେ ।
ଏହାବି ପଢନ୍ତୁ- ଜଗନ୍ନାଥ ମନ୍ଦିର ପୁନଃଉଦ୍ଧାର, ଉତ୍ତରକାଶୀରେ ପହଞ୍ଚିଲେ ସବ୍ୟସାଚୀ
ଏନେଇ ସବ୍ୟସାଚୀ ମିଶ୍ର କହିଛନ୍ତି, ‘‘ଏହି ଭବ୍ୟ ମନ୍ଦିର ସମ୍ପର୍କରେ ସେ ପୁରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ପାଟ୍ଟଯୋଶୀ ମହାରାଜଙ୍କ ଠାରୁ ଜାଣିବାକୁ ପାଇଥିଲେ । ତାଙ୍କରି ପରାମର୍ଶ ଓ ମାର୍ଗଦର୍ଶନରେ ଆଜି ଏହି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହିତ, କିଭଳି ଦୈନନ୍ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚାନ ହେବ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି ।’’
ସେହିପରି ସବ୍ୟସାଚୀ କହିଛନ୍ତି ସେ ଚାହୁଁଛନ୍ତି ଉତ୍ତରକାଶୀ ସ୍ଥିତ ବରୁଣାଘାଟି ଅନ୍ତର୍ଗତ ସାଲ୍ଡ ଗାଁରେ ଥିବା ଏହି ମନ୍ଦିର ଟି ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର ଭଳି ପ୍ରଚାର ପ୍ରସାର ହେଉ । ଏଠାରେ ମଧ୍ୟ ଭକ୍ତଙ୍କ ଭିଡ ଲାଗୁ । ସବୁଦିନ ପୂଜାର୍ଚ୍ଚନା ହେଉ । ସାଲ୍ଡ ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ମନ୍ଦିରର ବିକାଶ ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସହ ଆଲୋଚନା କରିବା ଉଦ୍ୟମ କରାଯିବ ବୋଲି ଆଲୋଚନା ହୋଇଛି ।
ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ଅଭିନେତା ସବ୍ୟସାଚୀ ମିଶ୍ର ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହି ମନ୍ଦିର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହାସହ ବାହୁଡା ଦିନ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ପୁନଃରୁଦ୍ଧାର ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ । ଏଥିପାଇଁ ସେ ରାଜ୍ୟବାସୀ ତଥା ଓଡିଆ ଜାତିର ସହଯୋଗ ସମର୍ଥନ ଲୋଡିଥିଲେ । ଏତତ ବ୍ୟତୀତ ବାହୁଡା ଦିନ ଏହି ମନ୍ଦିରକୁ ଆସିବାକୁ ଅନୁରୋଧ କରିଥିଲେ।