ଓଡିଶା

odisha

ETV Bharat / state

ବନ୍ୟାରେ ବୁଡିଲା ବେଗୁନିଆର 3ଶହ ଏକର ଫସଲ - ସରକାରୀ ସହାୟତା

ବନ୍ୟାଜଳରେ ବୁଡିଲା ଶହଶହ ଏକର ଫସଲ । କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ । ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ।

ଫଟୋ ସୌଜନ୍ୟ: ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Sep 12, 2019, 11:46 PM IST

ଖୋର୍ଦ୍ଧା: ହୀରାକୁଦ ଡ୍ୟାମରୁ ଏକାଧିକ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଫଳରେ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଅନେକ ଶାଖା ନଦୀରେ ବନ୍ୟାଜଳ ଆସି ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି। ବିଭିନ୍ନ ଶାଖା ନଦୀ ଫୁଲି ଉଠିବା ପରେ ଏବେ ଖୋର୍ଦ୍ଧା ବେଗୁନିଆ ବ୍ଲକର ବଡତୁଳସୀପୁର, ସାନତୁଳସୀପୁର, ପୋଡାଡିହ, ସାରୁଅ, ପତନିବର, ବାଘମାରି, ଭୋଗଡାଓ ଦିନିଆରୀ ଅଞ୍ଚଳର ଶହଶହ ଚାଷ ଜମି ଜଳ ମଗ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବନ୍ୟାପାଣିରେ ଚାଷ ଜମି ବୁଡି ଥିବା ଖବର ପାଇ ବେଗୁନିଆ କୃଷି ଅଧିକାରୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ପରିଦର୍ଶନ ପରେ କୃଷି ଅଧିକାରୀ କହିଛନ୍ତି ବ୍ଲକର 3ଶହ ଏକର ଫସଲ ନଷ୍ଟ ହୋଇଥିବା କହିଛନ୍ତି । ଏହାସହ ଚାଷୀଙ୍କୁ ଆଗାମୀ ରବି ଫସଲ ପାଇଁ ଚାଷୀମାନଙ୍କୁ ସବୁ ପ୍ରକାରର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details