ଓଡିଶା

odisha

ETV Bharat / state

ସରିଲା ଦେବଦମ୍ପତିଙ୍କ ବିବାହ, ଆଜି ନଗରପରିକ୍ରମା ସହ ସ୍ବଗୃହକୁ କରିବେ ପ୍ରତ୍ୟାବର୍ତ୍ତନ - ଲିଙ୍ଗରାଜ ଶିବ ପାର୍ବତୀ ବିବାହ

ବୈଦିକ ରୀତି ନୀତିରେ ଦେବ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଦେବଦମ୍ପତିଙ୍କୁ ଦର୍ଶନ କରି ଆନନ୍ଦିତ ହୋଇଛନ୍ତି ଭକ୍ତ । ଅଧିକ ପଢନ୍ତୁ

ସରିଲା ଦେବଦମ୍ପତିଙ୍କ ବିବାହ
ସରିଲା ଦେବଦମ୍ପତିଙ୍କ ବିବାହ

By

Published : May 25, 2023, 1:55 PM IST

ସରିଲା ଦେବଦମ୍ପତିଙ୍କ ବିବାହ

ଭୁବନେଶ୍ବର:ସରିଲା ଦେବଦମ୍ପତିଙ୍କ ବିବାହ । ବୈଦିକ ରୀତି ନୀତିରେ ଦେବ ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଛି । ଆଜି ନଗରପରିକ୍ରମା ସହ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିବେ ଲିଙ୍ଗରାଜ ଓ ମାତା ପାର୍ବତୀ । ଦେବ ଦମ୍ପତିଙ୍କ ହାତଗଣ୍ଠି ପଡି ବିବାହ ସମ୍ପର୍ଣ୍ଣ ହୋଇଥିବା ବେଳେ ଭକ୍ତଙ୍କୁ ନବ ଦମ୍ପତି ମିଶି ଦର୍ଶନ ଦେଉଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାହାଘର ହୋଇଥିବା ବେଳେ ଆଜି ଦେବଦମ୍ପତିଙ୍କ ନବ ଦମ୍ପତି ଦର୍ଶନ । ତେଣୁ ଉଭୟ ମାତା କେଦାର ଗୌରୀ ଓ ଲିଙ୍ଗରାଜଙ୍କ ପକ୍ଷ ଲୋକ ଭୋଜି ଖାଇବା ସହ ଦେବଦମ୍ପତିଙ୍କୁ ଦର୍ଶନ କରି ଆନନ୍ଦିତ ହୋଇଛନ୍ତି ।

ତେବେ ଦେବ ଦମ୍ପତିଙ୍କ ବିବାହ ସରିଥିବା ବେଳେ ମାତା ପାର୍ବତୀଙ୍କୁ ସାଥିରେ ଧରି ଅର୍ଥାତ ନବ ଦମ୍ପତି ନଗର ପରିକ୍ରମା କରି ସ୍ଵମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ଆଉ ଏହାର ପୂର୍ବରୁ ଗତକାଲି ବିବାହ ବିଧି ଶେଷ ହୋଇଛି । ମହାପ୍ରଭୁ ଲିଙ୍ଗରାଜ ବୁଧବାର ରାତି ୧୧ଟା ୩୦ ରେ ପାଳିଆ ସେବାୟତଙ୍କ ଗହଣରେ ବିରାଟ ପଟୁଆରରେ ବାହାରିଥିଲେ । ମନ୍ଦିରର ନୀତିକାନ୍ତି ପରେ ବିବାହର ପାରମ୍ପରିକ ରୀତିନୀତି ଅନୁସାରେ ଘଣ୍ଟଘଟି କାହାଳି ଭେରିତୁରୀ ବାଦ୍ୟର ବରଯାତ୍ରୀ ବାହାରିଥିଲେ । ମନ୍ଦିରରୁ ରୋଷଣୀ ଆରମ୍ଭ ହୋଇ ବଢେଇବାଙ୍କ ଓ ତିନିମୁଣ୍ଡିଆ ଚକ ଦେଇ ଆସି ମନ୍ଦିରରେ ପହଞ୍ଚିଥିଲେ । ପାରମ୍ପରିକ ବାଦ୍ୟ ସହ ଶଙ୍ଖ ହୁଳହୁଳି ଓ ଶିବଶମ୍ଭୁଙ୍କ ଗୀତର ତାଳେ ତାଳେ ବରଯାତ୍ରୀ ନାଚିଥିଲେ ଆଉ ଲିଙ୍ଗରାଜ ଆସି କେଦାରଗୌରୀରେ ପହଞ୍ଚିଥିଲେ । ସେଠି ବୈଦିକ ନୀତିରେ ମହାପ୍ରଭୁଙ୍କୁ ବାଟବରଣୀ କରି ପାଛୋଟି ନିଆଯାଇଥିଲା ସାଥିରେ ଥିଲେ ମଧ୍ୟସ୍ଥି ଭାବେ ଅନନ୍ତ ବାସୁଦେବ ।

କେଦାରଗୌରୀ ମନ୍ଦିରର ସେବାୟତମାନେ ଲିଙ୍ଗରାଜଙ୍କୁ ବନ୍ଦାପନା କରି ପାଛୋଟି ନେବା ପରେ ଠାକୁରଙ୍କ ବରଯାତ୍ରୀଙ୍କ ଅପାୟିତ କରିଥିଲେ । ପରେ କେଦାରଗୌରୀଙ୍କର ଅଳତା ସିନ୍ଦୁର ନୀତି ପରେ ଦେବଦମ୍ପତିଙ୍କ ବିବାହ ହୋଇଥିଲା । ବିଳମ୍ବିତ ରାତି ଅର୍ଥାତ ୩ଟା ବେଳକୁ ଅନନ୍ତ ବାସୁଦେବଙ୍କୁ ସାକ୍ଷୀ ରଖି ବିବାହ କାର୍ଯ୍ୟ ଆରମ୍ଭ ହୋଇ ସକାଳୁ ସକାଳୁ ସମ୍ପନ୍ନ ହୋଇଛି । ପ୍ରଥମେ ହାତଗଣ୍ଠି ପରେ ସିନ୍ଦୁର ପିନ୍ଧା ଓ କଉଡ଼ି ଖେଳ ହୋଇ ଵିଵାହ ସମ୍ପନ୍ନ ହୋଇଛି । ଉଭୟ ସେବାୟତ ନିଜ ନିଜର ଦେବନୀତି ସମ୍ପର୍ଣ୍ଣ କରିଥିବା ବେଳେ ବେଶ ମାତା ପାର୍ବତୀ ଓ ଲିଙ୍ଗରାଜ ଏକାଠି ଆସ୍ଥାନରେ ବସି ଭକ୍ତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦର୍ଶନ ପରେ ପୁଣି ସେଠାରୁ ବିରାଟ ପଟୁଆରରେ ଶଙ୍ଖ ମହୁରୀ ବାଦ୍ୟରେ ନଗର ପରିକ୍ରମା କରି ମନ୍ଦିରକୁ ଉଭୟ ପ୍ରତ୍ୟାବର୍ତ୍ତନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details