ଖୋର୍ଦ୍ଧା: ଆଧୁନିକ ଛାପରେ ନିଜ ସଂସ୍କୃତିକୁ ଭୁଲି ଅଶ୍ଲିଳତା ଦିଗରେ ଗତି କରୁଛନ୍ତି ଆଜିର ଯୁବପିଢି । ଆଧୁନିକ ନାଚ ନାଁରେ ଅଙ୍ଗ ପରିଦର୍ଶନ କରିବା କଳା ସଂସ୍କୃତି ଉପରେ ଏକ ପ୍ରକାର କୁପ୍ରଭାବ ପକାଉଛି(Obscene dance at Kali Puja cultural programme) । ଯୁବପିଢି ମଧ୍ୟ ଏଥିରେ ମତୁଆଲା ହୋଇ ଅଶ୍ଳୀଳତାକୁ ପ୍ରଶୟ ଦେଉଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । କାଳୀପୂଜା ପାଇଁ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ କଳାକାର ଅଶ୍ଲିଳତାର ସୀମା ଟପି ଯାଇଥିବା ଦେଖିବାକୁ ମିଳିଛି ।
ଆଧୁନିକତା ନାମରେ ନଗ୍ନତା, କାଳୀପୂଜାରେ ଅଶ୍ଳୀଳ ନୃତ୍ୟ ପରିବେଷଣ - ମେଲୋଡିରେ ନଗ୍ନ ନୃତ୍ୟ
ଖୋର୍ଦ୍ଧା ଜିଲ୍ଲା ବିନୋଦପଡ଼ାରେ କାଳୀ ପୂଜା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଶ୍ଲୀଳ ନୃତ୍ୟ ଦେଖିବାକୁ ମିଳିଛି(obscene dance at Kali Puja cultural programme) । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ଆଧୁନିକତା ନାମରେ ନଗ୍ନତା, କାଳୀପୂଜାରେ ଅଶ୍ଳୀଳ ନୃତ୍ୟ ପରିବେଷଣ
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବିନୋଦପଡା ଠାରେ କାଳୀପୂଜା ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଆସିଥିବା ଡ୍ୟାନ୍ସ ଗ୍ରୁପଙ୍କ ଦ୍ବାରା ଏଭଳି ଅଶ୍ଳୀଳ ନୃତ୍ୟ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି । ଜଣେ ମହିଳା ହଜାର ହଜାର ଦର୍ଶକ ମଧ୍ୟରେ ଅଙ୍ଗ ପ୍ରଦର୍ଶନ କରି ଅଶ୍ଳୀଳ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଡ୍ୟାନ୍ସ ଗ୍ରୁପ ଗୁଡିକ ଅଶ୍ଳୀଳତା ଆଡକୁ ଯିବାନେଇ ବୃଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଇଟିଭି ଭାରତ, ଖୋର୍ଦ୍ଧା
Last Updated : Oct 28, 2022, 5:11 PM IST