ଓଡିଶା

odisha

By

Published : May 1, 2023, 9:45 PM IST

ETV Bharat / state

ପଛୁଆ ବର୍ଗ ସର୍ଭେ ଆରମ୍ଭ, ସାମିଲ ହେବାକୁ ସରକାରଙ୍କ ଅପିଲ୍

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସର୍ଭେ ଆସନ୍ତା 27 ତାରିଖ ଯାଏଁ ଚାଲିବ । ଅଧିକ ପଢନ୍ତୁ

ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ, ସାମିଲ ହେବାକୁ ସରକାରଙ୍କ ଅନୁରୋଧ
ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ, ସାମିଲ ହେବାକୁ ସରକାରଙ୍କ ଅନୁରୋଧ

ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ, ସାମିଲ ହେବାକୁ ସରକାରଙ୍କ ଅନୁରୋଧ

ଭୁବନେଶ୍ବର: ବହୁପ୍ରତୀକ୍ଷାର ଅନ୍ତ ହୋଇଛି । ଆଜିଠାରୁ ଆରମ୍ଭ ହୋଇଯାଇଛି ପଛୁଆ ବର୍ଗ ସର୍ଭେ । ସର୍ଭେର ସମସ୍ତ ପ୍ରକ୍ରିୟା ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ । ସର୍ଭେରେ ସାମିଲ ହେବା ଲାଗି ଓବିସି ବର୍ଗର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ସର୍ଭେ ପାଇଁ ବିଭିନ୍ନ ଗାଇଡ଼ଲାଇନ ଜାରି ହୋଇଛି । ରାଜ୍ୟରେ 50 ପ୍ରତିଶତରୁ ଅଧିକ ଓବିସି ରହିଥିବାବେଳେ ସାଧାରଣ ନିର୍ବାଚନ ପୂର୍ବରୁ ଗଣନା ବିଜେଡି ନେତୃତ୍ୱାଧୀନ ଓଡିଶା ସରକାରଙ୍କ ପାଇଁ ମାଷ୍ଟରଷ୍ଟ୍ରୋକ ହେବ ବୋଲି କୁହାଯାଉଛି ।

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସର୍ଭେ ଆସନ୍ତା 27 ତାରିଖ ଯାଏଁ ଚାଲିବ । ସମସ୍ତ ଓବିସି ଭାଇ ଓ ଭଉଣୀମାନେ ସାମିଲ ହେବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ଦାଖଲ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । କିଏ କ’ଣ ଅଭିଯୋଗ କଲେ ସେଥିରେ କିଛି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

2021 ମେ ମାସରେ ପଛୁଆ ବର୍ଗ ସର୍ଭେ ପାଇଁ ଘୋଷଣା ହୋଇଥିଲା । କୋଭିଡ଼ ସଂକ୍ରମଣ ଲାଗି ସେତେବେଳେ ଗଣନା ସ୍ଥଗିତ ରଖାଯାଇଥିଲା । ସର୍ଭେ ଲାଗି ବିଭିନ୍ନ ଗାଇଡ଼ ଲାଇନ ଜାରି କରାଯାଇଛି । ସର୍ଭେ ମାଧ୍ୟମରେ ରାଜ୍ୟର 30ଟି ଜିଲ୍ଲାର 314 ବ୍ଲକ ଓ 114 ପୌରାଞ୍ଚଳରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସମୀକ୍ଷା ହେବ । ଜିଲ୍ଲାପାଳ ଓ ମହାନଗର କମିଶନର ସର୍ଭେ କାର୍ଯ୍ୟ ତଦାରଖ କରିବେ । 6 ଜଣ ଅତିରିକ୍ତ ସଚିବ ପାହ୍ୟାର ଅଫିସରଙ୍କୁ 30 ଜିଲ୍ଲାର ଜୋନାଲ ଅଫିସର ଦାୟିତ୍ୱ ଦିଆଯାଇଛି ।

ନିର୍ବାଚନ ଓ ଜନଗଣନାରେ ଅଭିଜ୍ଞତା ଥିବା ବରିଷ୍ଠ ଓଏଏସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପଂଚାୟତରେ ଅଙ୍ଗନବାଡ଼ି କର୍ମୀ ଓ ସହରାଂଚଳରେ ୱାର୍ଡ ଅଫିସର, ଟ୍ୟାକ୍ସ କଲେକ୍ଟର ଗଣନାକାରୀ କାର୍ଯ୍ୟ ତୁଲାଉଛନ୍ତି । ପ୍ରତ୍ୟେକ 10 ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ରରେ ସର୍ଭେ କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରତ୍ୟେକ ସର୍ଭେ କେନ୍ଦ୍ରରେ 2ରୁ 5 ଜଣ ଲେଖାଏଁ ଗଣନାକାରୀ ରହିଛନ୍ତି ।

ଘରୋଇ ଡିଲର ଥିବା କେନ୍ଦ୍ରରେ ଜଣେ ଲେଖାଏଁ ଗଣନାକାରୀ ରହିଛନ୍ତି । ନିର୍ଦ୍ଧାରିତ ଅବଧି ମଧ୍ୟରେ ଗଣନା କାର୍ଯ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ କରାଯାଉଛି । ଗଣନା ପାଇଁ ପରିବାରର ମୁଖିଆଙ୍କ ପରିଚୟ ପ୍ରମାଣପତ୍ର ରହିବା ଜରୁରୀ । ଏହି ସର୍ଭେ ସଂକ୍ରାନ୍ତ ତଥ୍ୟ ମଧ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ ହେଉଛି । ରାଜ୍ୟରେ ପଛୁଆ ବର୍ଗଙ୍କ ସର୍ଭେ କରାଇବା ପାଇଁ ରାଜ୍ୟ ଓବିସି କମିଶନଙ୍କୁ ଗତ 2021 ଫେବୃୟାରୀ 26 ତାରିଖରେ ରାଜ୍ୟ ସରକାର ଅନୁମତି ଦେଇଥିଲେ । 2021 ମେ’ ମାସରୁ ଓବିସି ଗଣନା ଆରମ୍ଭ ପାଇଁ ମଧ୍ୟ କମିଶନ ପ୍ରସ୍ତୁତି ହୋଇଥିଲେ । କିନ୍ତୁ କୋଭିଡ ଯୋଗୁଁ ଏହି ସର୍ଭେକୁ ସ୍ଥଗିତ ରଖାଯାଇଥିଲା ।

ଇଟିଭି ଭାରତ ,ଭୁବନେଶ୍ବର

ABOUT THE AUTHOR

...view details