ଓଡିଶା

odisha

By

Published : May 1, 2023, 11:00 PM IST

ETV Bharat / state

OBC ସର୍ଭେ ଆରମ୍ଭ, ରାଜଧାନୀର ୬୭ୱାର୍ଡରେ ଚାଲିଛି ଗଣନା

ମେ’ ୧ ତାରିଖ ବା ଆଜିଠୁ ଆରମ୍ଭ ହୋଇଛି ପଛୁଆ ବର୍ଗଙ୍କ ଗଣନା । ତେବେ ରାଜଧାନୀ ଭୁବନେଶ୍ବରର ୬୭ ୱାର୍ଡରେ ଚାଲିଛି ଗଣନା । ଅଧିକ ପଢନ୍ତୁ

Etv Bharat
Etv Bharat

ରାଜଧାନୀରେ ୬୭ ୱାର୍ଡରେ ଚାଲିଛି ଗଣନା

ଭୁବନେଶ୍ବର: ସାରା ରାଜ୍ୟରେ ଆଜିଠୁ ଆରମ୍ଭ ଓବିସି ସର୍ଭେ ବା ପଛୁଆ ବର୍ଗ ଗଣନା । ଏହି କ୍ରମରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ପଛୁଆ ବର୍ଗ ଗଣନା । ବିଏମସି ପକ୍ଷରୁ ୬୭ ୱାର୍ଡରେ ଆରମ୍ଭ ହୋଇଛି ପଛୁଆ ବର୍ଗ ଗଣନା । ଭୁବନେଶ୍ବରର ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ହେଉଛି ଏହି ସର୍ଭେ । କୋରୋନା ପାଇଁ ସ୍ଥଗିତ ଥିବା ଏହି ଗଣନାକୁ ସାରା ରାଜ୍ୟରେ ଓବିସି କମିଶନ ପକ୍ଷରୁ ଏହି ଗଣନା କରାଯାଉଛି ।

ଭୋଟର ଆଇ କାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ, ଆଧାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ତଥ୍ୟ ଦେଇ ସର୍ଭେରେ ନିଜ ନାଁ ସାମିଲ କରୁଛନ୍ତି ଏହି ବର୍ଗର ଲୋକେ । ଏହି ସର୍ଭେର ସଠିକ ପରିଚାଳନା ପାଇଁ ନୋଡାଲ ଅଫିସର, ମେୟର ସେଣ୍ଟରଗୁଡ଼ିକ ବୁଲି ଦେଖୁଛନ୍ତି। ତେବେ ଏହି ପଛୁଆ ବର୍ଗ ସର୍ଭେ ମେ ୧ ଅର୍ଥାତ ଆଜିଠାରୁ ୨୭ ତାରିଖ ଯାଏଁ ଚାଲିବ । ୧ ରୁ ୨୦ ମେ ତାରିଖ ଯାଏ ସର୍ଭେ ହେବାକୁ ଥିବା ବେଳେ ୨୦ରୁ ୨୭ ତାରିଖ ଯାଏଁ ସ୍ପେଶାଲ୍ ସର୍ଭେ ହେବ । ବ୍ରାହ୍ମଣ, କରଣ, ଏସସି, ଏସଟିକୁ ବାଦ ଦେଲେ ୨୦୮ ଟି ଜାତି ଏହି ସର୍ଭେରେ ଭାଗ ନେବେ।

ଏହା ବି ପଢନ୍ତୁ- ପଛୁଆ ବର୍ଗ ସର୍ଭେ ଆରମ୍ଭ, ସାମିଲ ହେବାକୁ ସରକାରଙ୍କ ଅପିଲ୍

ଏହି ବର୍ଗର ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତି ଜାଣିବା ହେଉଛି ଏହି ଗଣନାର ପ୍ରମୁଖ ଉଦ୍ଦେଶ୍ୟ । ଅନ୍ୟପଟେ ୨୦୨୧ ମେ ମାସରେ ଏହି ସର୍ଭେ ହେବାକୁ ଥିବା ବେଳେ କୋରୋନା ପାଇଁ ସ୍ଥଗିତ ରହିଥିଲା। ଆଉ ଆଜି ୨୦୨୩ରେ ପୁଣି ଆରମ୍ଭ ହୋଇଛି । ସାରା ରାଜ୍ୟରେ ଓବିସି କମିଶନ ପକ୍ଷରୁ ଏହି ଗଣନା କରାଯାଉଛି । ଏନେଇ ଭୁବନେଶ୍ବର ମେୟର କହିଛନ୍ତି, "ଓଡ଼ିଶାର ପଛୁଆ ବର୍ଗଙ୍କ ସାମାଜିକ ଶୈକ୍ଷିକ ଓ ଅର୍ଥନୈତିକ ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଛୁଆ ବର୍ଗଙ୍କ ପାଇଁ ଏହା ଏକ ବଡ ଉପହାର । ପ୍ରଥମେ ପଛୁଆ ବର୍ଗ କମିଶନ ଆଉ ପରେ ଓବିସି ସର୍ଭେ ଚାଲିଛି। ଆଉ ଏହି ସର୍ଭେରେ ଯେଉଁ ପରିସଂଖ୍ୟାନ ମିଳିବ ବା ବାହାରିବା ଏହାକୁ ନେଇ ସରକାର ଏହି ଗୋଷ୍ଠୀର ଲୋକଙ୍କ ପାଇଁ ନିଶ୍ଚୟ ଏକ ବଡ ଓ ଭଲ ପଦକ୍ଷେପ ନେବେ ।

ଯେଉଁଥିରେ କି ସେମାନଙ୍କର ଉନ୍ନତି ହେବ ଆଉ ନିର୍ଦ୍ଦିଷ୍ଟ ଭାବେ ସେମାନେ ସୁବିଧା ସୁଯୋଗ ପାଇବେ । ସେଥିପାଇଁ ଆଜି ବିଏମସି ପକ୍ଷରୁ ଏହି ସର୍ଭେ ପାଇଁ ୭୦ ସେଣ୍ଟରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ତେଣୁ ମୁଁ ରାଜଧାନୀବାସୀଙ୍କୁ ଅନୁରୋଧ କରୁଛି ସମସ୍ତ ପଛୁଆ ବର୍ଗର ବ୍ୟକ୍ତି ଆସନ୍ତୁ ଏବଂ ନିଜର ସହଭାଗିତାକୁ ପ୍ରମାଣ କରନ୍ତୁ । ଏଠାରେ ଆପଣମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କିଭଳି ଫର୍ମ ପୂରଣ କରିବେ ସେନେଇ ଅଭିଜ୍ଞ ଜନଗଣନା ଅଧିକାରୀମାନେ ରହିଛନ୍ତି । ଆପଣଙ୍କୁ ବୁଝାଇଦେବେ। ଖାଲି ଏନୁମେଣ୍ଟର ନୁହନ୍ତି କର୍ପୋରେଟର ବିଏମସି ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଆପଣଙ୍କୁ ସହାୟତ କରିବେ । ତେଣୁ ଆପଣମାନେ ଆସନ୍ତୁ ଆଉ ଜାତିଗତ ପ୍ରମାଣପତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details