ଓଡିଶା

odisha

ETV Bharat / state

ଅତିଷ୍ଠ କଲା ନ୍ୟୁଡ୍ କଲ୍ ବ୍ଲାକମେଲିଂ, ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ - କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ

ନ୍ୟୁଡ୍ କଲ୍‌ର ଶିକାର ହେବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନିଜ ପେଟରେ କଇଁଚି ସାହାଯ୍ୟରେ ୨୫ରୁ ଅଧିକ ଥର ଭୁସି ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢ଼ନ୍ତୁ

ନ୍ୟୁଡ୍ କଲ୍‌ର ଶିକାର ହୋଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ
nude call blackmail victim attempts suicide

By

Published : Jul 12, 2023, 5:08 PM IST

Updated : Jul 12, 2023, 5:47 PM IST

nude call blackmail victim attempts suicide

ଭୁବନେଶ୍ବର: ହ୍ବାଟସପରେ ଆସିଲା ଭିଡିଓ କଲ୍ । ଉଠାଇବା ପରେ ଦେଖିଲେ ନ୍ୟୁଡ୍ କଲ୍ । ନ୍ୟୁଡ୍ ଫଟୋକୁ ନେଇ ଟଙ୍କା ମାଗିଲା ଠକ । ଭୟରେ ଲୋକ ଲଜ୍ଜା ସହି ନପାରି ନିଜର ପେଟକୁ ୨୫ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେଲୁନ‌ ମାଲିକ । ନୟାପଲ୍ଲୀ ଥାନା ଆଇଆରସି ଭିଲେଜରେ ଏମିତି ଏକ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆହତ ହୋଇଥିବା ସେଲୁନ‌ ମାଲିକ ହେଉଛନ୍ତି ଦଣ୍ଡଧର ବାରିକ । ସେ ଢେଙ୍କାନାଳ ଅଞ୍ଚଳର ମୂଳବାସିନ୍ଦା ହୋଇଥିବା ବେଳେ ନିଜ ସ୍ତ୍ରୀ ଓ ଦୁଇ ପିଲା ସହ ନୟାପଲ୍ଲୀ N-1ରେ ରୁହନ୍ତି । ଏକ ସେଲୁନ ଦୋକାନ କରି ପରିବାର ଚଳାନ୍ତି ଦଣ୍ଡଧର । ତେବେ ସବୁ ଦିନ‌ପରି ମଙ୍ଗଳବାର ମଧ୍ୟ ସେ ନିଜ ସେଲୁନ ଆସିଥିଲେ । ହେଲେ କିଛି ସମୟ ପରେ ଚୁଟି କାଟିବାରେ ବ୍ୟବହୃତ ହେଉଥିବା କଇଁଚିରେ ସେ ନିଜ ପେଟରେ ୨୫ରୁ ଅଧିକ ଥର ଭୁସିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ‘‘ସୋସିଆଲ ମିଡିଆ ଭିଡିଓ କଲକୁ ନେଇ ସେ ଅତିଷ୍ଠ ହୋଇପଡ଼ିଥିଲେ । କାରଣ କିଛି ଦିନ‌ହେବ ସେ କିଛି ଭିଡିଓ କଲକୁ ନେଇ ବିଚଳିତ ଥିଲେ ବୋଲି ଶୁଣିବାକୁ ମିଳିଛି । ହୁଏତ କେହି ତାଙ୍କୁ ଚାଟିଂ ଆଳରେ କଲ କରି ନ୍ୟୁଡ୍ ଭିଡିଓ କଲ୍ ସହ ତାଙ୍କୁ ବ୍ଲାକମେଲ କରୁଥିଲେ । ତେଣୁ ଲୋକଲଜ୍ଜା ସହି ନପାରି ସେ ଏପରି କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।’’

ଏହା ମଧ୍ୟ ପଢ଼ନ୍ତୁ:ନ୍ୟୁଡ କଲ ପରେ ବ୍ଲାକମେଲର ଶିକାର ହେଲେ ଯନ୍ତ୍ରୀ, 6 ଲକ୍ଷ ଦେବା ପରେ ଥାନାରେ କଲେ ଅଭିଯୋଗ

ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଅଜଣା ନମ୍ବରରୁ ଭିଡିଓ କଲ୍ ଆସୁଛି । ଯାହାକୁ ଉଠାଇବା ମାତ୍ରେ କଲ କରିଥିବା ଲୋକ ପଟୁ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ଆସୁଥିବାର ନଜର ଆସୁଛନ୍ତି । ଏହାର ଭିଡିଓ ରେକର୍ଡିଂ ପରେ ଆରମ୍ଭ ହେଉଛି ବ୍ଲାକମେଲିଂ । ଟଙ୍କା ନ ଦେଲେ ଯେଉଁ ନ୍ୟୁଡ୍ କଲ୍ ଫଟୋକୁ ଭାଇରାଲ କରିବାକୁ ଧମକ ଦେଉଛନ୍ତି । ବିଗତ ଦିନରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଯେଉଁମାନେ ଜାଣୁଛନ୍ତି ଏହା ଠକଙ୍କ କଲ ସେମାନେ ଏସବୁକୁ ଅଣଦେଖା କରୁଛନ୍ତି । କିନ୍ତୁ ଯେଉଁମାନେ ଲୋକଲଜ୍ଜା ଭୟରେ ତାଙ୍କ କଥାରେ ପଡି ଟଙ୍କା ପଠାଉଛନ୍ତି । ଶେଷରେ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ତେଣୁ ଏସବୁ କଲ ଠାରୁ ଦୂରେଇ ରୁହନ୍ତୁ । ଏନେଇ ସାଇବର ଥାନା ବା ହେଲ୍ପଲାଇନକୁ ଜଣାନ୍ତୁ । ଏଭଳି ଠକାମିର ଶିକାର ବା ଚାପଗ୍ରସ୍ତ ହୋଇ କିଛି ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Jul 12, 2023, 5:47 PM IST

ABOUT THE AUTHOR

...view details