ଖୋର୍ଦ୍ଧା:ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ତେବେ ଏହି ପର୍ବ ଯେ କେବଳ ପଶ୍ଚିମ ଓଡିଶାରେ ପାଳନ ହୁଏ, ତାହା ନୁହେଁ ବରଂ ପୂର୍ବ ଓଡିଶାରେ ମଧ୍ୟ ପାଳିତ ହୁଏ ନୂଆଁଖାଇ । ଯାହାର ଝଲକ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗ୍ରାମରେ । ଏଠାରେ ନୂଆଁଖାଇ ପର୍ବ ଆଡମ୍ବର ସହକାରେ ପାଳନ ହେଉଥିବା ଦେଖିବାକୁ ମିଳିଛି ।
ସଂପୁର ଗ୍ରାମବାସୀ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ନୂଆ ପୋଷାକ ପରିଧାନ କରି ବାଲୁଙ୍କେଶ୍ବର ମନ୍ଦିରରେ ହାଜିର ହୋଇଯାଆନ୍ତି । ସ୍ନେହ ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ନୂଆଁଖାଇରେ ନୂଆ ଚାଉଳ ନୂଆ ଚୁଡ଼ା ସହ ଠାକୁରଙ୍କ ପାଖରେ ନଅ ପ୍ରକାର ବ୍ୟଞ୍ଜନ ଲାଗି ହୋଇଥାଏ । ନବାନ୍ନ ଲାଗିବା ପରେ ସମସ୍ତେ ଉକ୍ତ ପ୍ରସାଦକୁ ନିଜ ନିଜ ଘରକୁ ନେଇ ଆନନ୍ଦରେ ସମସ୍ତେ ମିଶି ଏକାଠି ବସି ନୂଆଁଖାଇ ପାଳନ କରିଥାଆନ୍ତି ।