ଓଡିଶା

odisha

By ETV Bharat Odisha Team

Published : Dec 14, 2023, 8:27 PM IST

ETV Bharat / state

ଉଡ଼ାଣରେ NUA ଓଡିଶା ସାମିଲ, କୋଚିରେ ୧୭ ପ୍ରଶିକ୍ଷକ ନେବେ ତାଲିମ

NUA Odisha added in Udan Scheme: ଉଡ଼ାଣରେ ସାମିଲ ହେଲା NUA ଓଡିଶା । କେରଳର କୋଚିରେ ୧୭ ଜଣ ପ୍ରଶିକ୍ଷକ ନେବେ ତାଲିମ । ଆଗକୁ ପଢ଼ନ୍ତୁ

NUA ଓଡିଶା
NUA ଓଡିଶା

ଭୁବନେଶ୍ବର: ଉଡ଼ାଣରେ ସାମିଲ ହେଲା NUA ଓଡିଶା । କେରଳର କୋଚିରେ ୧୭ ଜଣ ପ୍ରଶିକ୍ଷକ ନେବେ ତାଲିମ । ସମସ୍ତେ ବାର୍ଡ ଏକାଡେମୀରେ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଟ୍ରେନିଂ ପାଇଁ ନେବେ କୋଚିଂ । ଆଗାମୀ ତିନି ବର୍ଷ ମଧ୍ୟରେ ବାର୍ଷିକ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଉଡ଼ାଣରେ ସାମିଲ ହେଲା NUA ଓଡିଶା । କେରଳର କୋଚିରେ ୧୭ ଜଣ ପ୍ରଶିକ୍ଷକ ତାଲିମ ନେବେ ପାଇଁ ବିବେଚିତ ହୋଇଛନ୍ତି । ସମସ୍ତେ ବାର୍ଡ ଏକାଡେମୀରେ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଟ୍ରେନିଂ ପାଇଁ କୋଚିଂ ନେବେ ବୋଲି ସୂଚନା ମିଳିଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୭୦ ଦିନ ବ୍ୟାପି ଚାଲିବ । ୯୦ ଦିନର ତତ୍ତ୍ଵଭିତ୍ତିକ ନିର୍ଦ୍ଦେଶାବଳୀ ସହିତ ୧୮୦ ଦିନ ଅନ-ଜବ୍‌ ଟ୍ରେନିଙ୍ଗ (OJT) ଅନ୍ତର୍ଭୁକ୍ତ ରହିବ । ଭୁବନେଶ୍ୱରରେ ବାର୍ଡ ଏକାଡେମୀର ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ଏକ ଯତ୍ନଶୀଳ ସାକ୍ଷାତକାର ଏବଂ ବ୍ୟକ୍ତିଗତ ପରୀକ୍ଷଣ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମର ଚୟନ ପ୍ରକ୍ରିୟାରେ ୧୭ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...କ୍ବାଟର୍ସ ଆବଣ୍ଟନ ହେବ ସୁବିଧା: କ୍ୟୁଏମଏସ ୨.୦ କାଲିଠୁ ହେବ କାର୍ଯ୍ୟକ୍ଷମ

NUA ଓଡିଶା କାର୍ଯ୍ୟକ୍ରମ ଅଧୀନରେ ଏହି ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ତାଲିମ, ରହଣି, ବୋର୍ଡିଂ ଏବଂ ଭ୍ରମଣ ସହ ଜଡିତ ସମସ୍ତ ଖର୍ଚ୍ଚ ସ୍କିଲ୍‌ ଡେଭଲପମେଣ୍ଟ ବହନ କରିବ । ବାର୍ଡ ଏକାଡେମୀ ଏହି ବିଶେଷ ବିମାନ ଚଳାଚଳ ଚାକିରିରେ ତାଲିମପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପଦକ୍ଷେପ କେବଳ ଦକ୍ଷତା ବିକାଶ ପାଇଁ ଏକ ପ୍ରତିବଦ୍ଧତାକୁ ସୂଚିତ କରେ । ତା’ ସହିତ ପ୍ରତିଭା ପ୍ରତିପୋଷଣ ତଥା ଓଡିଶାର ଯୁବକମାନଙ୍କୁ ବିମାନ ଚଳାଚଳ କ୍ଷେତ୍ରରେ ନୂତନ ଉଚ୍ଚତାକୁ ବୃଦ୍ଧି ପାଇଁ ସୁଯୋଗ ଯୋଗାଇ ପାଇଁ ଏକ ଗୁରୁତ୍ଵ ବହନ କରୁଛି ।

ଆଗାମୀ ତିନିବର୍ଷ ମଧ୍ୟରେ ଉଦୀୟମାନ ଶିଳ୍ପରେ ବାର୍ଷିକ ଏକ ଲକ୍ଷ ଯୁବକଙ୍କୁ ଦକ୍ଷତା ହାସଲ କରିବାକୁ NUA ଓଡିଶା ଲକ୍ଷ୍ୟ ରଖିଛି । ଶିଳ୍ପ ସଂଯୋଗ ସହିତ ନିଯୁକ୍ତିକୁ ବଢାଇବା ପାଇଁ ଯୁବକମାନଙ୍କୁ ଉଚ୍ଚ-ଗୁଣାତ୍ମକ ତାଲିମ ପ୍ରଦାନ କରାଯିବ । ରାଜ୍ୟରେ ନୂଆ ଓଡ଼ିଶା ପ୍ରତ୍ୟେକ କଲେଜ ମାନଙ୍କରେ ଆରମ୍ଭ ହୋଇଛି । କଲେଜ ସ୍ତରରେ ଆରମ୍ଭ ହୋଇଥିବା ନୂଆ ଓଡ଼ିଶା ଯୁବପିଢିଙ୍କୁ ସଶକ୍ତ କରିବା ସହ ନିଜେ କିଭଳି ଭାବରେ ନିଜକୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ ରଖିବେ ସେନେଇ ପଦକ୍ଷେପ ନିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details