ଓଡିଶା

odisha

ETV Bharat / state

ନୂଆ-ଓ ଡିଜିଟାଲ ପ୍ରତିଯୋଗିତା, ରିଲ୍ସ ଓ ଭିଡ଼ିଓ କଲେ ମିଳିବ ପୁରସ୍କାର - ନୂଆ ଓ କାର୍ଯ୍ୟକ୍ରମ

Nua-O digital fest competition: ରାଜ୍ୟରେ ନୂଆ-ଓ ଅଧୀନରେ କଲେଜରେ କରାଯାଉଥିବା ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମର ରିଲ୍ସ ଓ ଭିଡିଓ କରି ପୁରସ୍କାର ଜିତିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ନୁଆ - ଓ ଡିଜିଟାଲ ପ୍ରତିଯୋଗିତା
ନୁଆ - ଓ ଡିଜିଟାଲ ପ୍ରତିଯୋଗିତା

By ETV Bharat Odisha Team

Published : Jan 13, 2024, 10:11 AM IST

ଭୁବନେଶ୍ୱର:ରାଜ୍ୟରେ ନୂଆ - ଓ ଯୁବ ଓଡିଶା ନବୀନ ଓଡିଶା ଅଧୀନରେ କଲେଜରେ କରାଯାଉଥିବା ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମର ରିଲ୍ସ ଓ ଭିଡିଓ କରିବେ ଛାତ୍ରଛାତ୍ରୀ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନୂଆ-ଓ ଡିଜିଟାଲ ଉତ୍ସବ ପ୍ରତିଯୋଗିତା କରାଯିବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜରିଆରେ ହେବାକୁ ଥିବା ନୂଆ-ଓ ଡିଜିଟାଲ ପୋଷ୍ଟ କରିବେ ଛାତ୍ରଛାତ୍ରୀ । କଲେଜରେ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା ଆୟୋଜନ କରାଯିବ । ରାଜ୍ୟରେ ଯୁବପୀଢିଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ କରିବା ଉଦ୍ଦେଶ୍ୟରେ ନୂଆ-ଓ ଡିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ, ଗରମ ତେଲ ପଡି ଛାତ୍ରୀ ଗୁରୁତର

ଏହି ପ୍ରତିଯୋଗିତା ମଧ୍ୟରେ ରହିଛି: 1. ରିଲ ମେକିଂ ପ୍ରତିଯୋଗିତା ( ଆମ ଓଡ଼ିଶା ନବୀନ ଓଡ଼ିଶା ଶୀର୍ଷକରେ ଓଡ଼ିଶାର ରୂପାନ୍ତରଣ ଉପରେ ୬୦ ସେକେଣ୍ଡର ରିଲ୍ ପ୍ରସ୍ତୁତ କରାଯିବ)

2. ଭିଡିଓ ମେକିଂ ପ୍ରତିଯୋଗିତା ( ଆମ ଓଡ଼ିଶା ନବୀନ ଓଡ଼ିଆ ବିଷୟ ବସ୍ତୁ ଉପରେ ୨ ରୁ ୩ ମିନିଟ ର ଏକ ଛୋଟ ଚଳିଚିତ୍ର ପ୍ରସ୍ତୁତ କରିବା)

3. ଫଟୋଗ୍ରାଫି ପ୍ରତିଯୋଗିତା( ଆମ ଓଡ଼ିଶା ନବୀନ ଓଡ଼ିଶା ଶୀର୍ଷକ ରେ ଓଡ଼ିଶାର ରୂପାନ୍ତରଣ କୁ ଆଧାର କରି ପ୍ରସ୍ତୁତ କରାଯିବ)
4. କୁଇଜ ପ୍ରତିଯୋଗିତା ( ଓଡ଼ିଶାର ଅତୀତ, ବର୍ତ୍ତମାନ, ଓ ଭବିଷ୍ୟତ ସମ୍ପର୍କରେ କୁଇଯା ପ୍ରସ୍ତୁତ କରାଯିବ)।


ଏହି ସମସ୍ତ କାର୍ଯ୍ୟକ୍ରମ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏନେଇ ପ୍ରଥମ ପୁରସ୍କାର ଭାବରେ ଦିଆଯିବ ୫୦ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ଭାବରେ ୪୦ ହଜାର ଟଙ୍କା, ତୃତୀୟ ବିଜେତାକୁ ୩୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ ଦିଆଯିବ । ୩ଟି ବର୍ଗର ୫୦ ଜଣଙ୍କୁ ୧୦ ହଜାର ଟଙ୍କା ସ୍ୱତନ୍ତ୍ର ପୁରସ୍କାର ରାଶି ଦିଆଯିବ । ସାପ୍ତାହିକ କୁଇଜ ପ୍ରତିଯୋଗିତାରେ ୫୦ ଜଣ ବିଜେତାଙ୍କୁ ୫ ହଜାର ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯିବ । ତେବେ ରିଲ୍ସ, ଭିଡିଓ ଫଟୋଗ୍ରାଫି ରେ ମୋଟ ବିଜେତାଙ୍କ ସଂଖ୍ୟା ୭୯୫ ରହିଥିବା ବେଳେ ମୋଟ ୯୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି କୁଇଜ୍ ପାଇଁ ୪୫୦ ଜଣ ବିଜେତାଙ୍କ ସଂଖ୍ୟା ରହିଥିବା ବେଳେ ୨୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ । ତେବେ ଏହି ପ୍ରତିଯୋଗିତା ପାଇଁ ମୋଟ ୧ କୋଟି ୬୫ ଲକ୍ଷ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।



ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details