ଖୋର୍ଦ୍ଧା:ଓଡ଼ିଶାବାସୀଙ୍କୁ ଆଉ କ୍ୟାନ୍ସର ରୋଗର ଉନ୍ନତ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହୋଇ ମୁମ୍ବାଇ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାର ଜଟଣୀ ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ସହ ରିସର୍ଚ୍ଚ ସେଣ୍ଟରର ଭୂମି ପୂଜନ ସମାରୋହରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ହସ୍ପିଟାଲରେ ରାଜ୍ୟବାସୀ ଉନ୍ନତ ଧରଣର ଚିକିତ୍ସା ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ବି ପଢନ୍ତୁ- କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟରର ଶିଳାନ୍ୟାସ କଲେ ନବୀନ
ଏହି 200 ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ହେଲେ କେବଳ ଓଡିଶାବାସୀ ନୁହଁନ୍ତି, ବରଂ ପଡ଼ୋଶୀ ରାଜ୍ୟ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର କ୍ୟାନ୍ସର ରୋଗୀମାନେ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଠିକ ସମୟରେ ଏହାର କାମ ସରିବା ସହ କର୍କଟ ରୋଗୀମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ଏବଂ ଟାଟା ମେମୋରିଆଲ ସହାୟତାରେ ନାଇଜର କ୍ୟାମ୍ପସ ପରିସରରେ 650 କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର 2 ବର୍ଷ ମଧ୍ୟରେ ନିର୍ମାଣ ହେବ ।
ଏହା ବି ପଢନ୍ତୁ- ରୋଗଶଯ୍ୟାରେ ଘରର ଏକମାତ୍ର ରୋଜଗାରିଆ ମଣିଷ; ଚିକିତ୍ସା ପାଇଁ ସହାୟତା ଲୋଡୁଛନ୍ତି ପରିବାର