ଓଡିଶା

odisha

By ETV Bharat Odisha Team

Published : Nov 28, 2023, 2:03 PM IST

ETV Bharat / state

ରାଜଧାନୀରେ ଆମିଷ ବେପାର ମାନ୍ଦା, ବୁଧବାର ଜମିବ ଛାଡଖାଇ

ଛାଡଖାଇରେ ଭୁବନେଶ୍ବର ଆମିଷ ବାଜାର ଖାଁ ଖାଁ ହୋଇଛି । ମଙ୍ଗଳବାର ପଡୁଥିବାରୁ ଅଧିକାଂଶ ଲୋକ ଆମିଷ ଖାଇନଥାନ୍ତି ତେଣୁ ବେପାର ମାନ୍ଦା ଥିବା କହିଛନ୍ତି ଆମିଷ ବ୍ୟବସାୟୀ । ଅଧିକ ପଢନ୍ତୁ

non veg market down on chhadakhai
ଛାଡ଼ଖାଇରେ ରାଜଧାନୀର ଆମିଷ ବେପାର ମାନ୍ଦା

ଛାଡ଼ଖାଇରେ ରାଜଧାନୀର ଆମିଷ ବେପାର ମାନ୍ଦା

ଭୁବନେଶ୍ବର: ଆଜି ଘରେ ଘରେ ଆମିଷ ହୋଇଥାନ୍ତା । କାହା ଘରେ ମାଛ ତ କାହା ଘରେ ମାଂସ କସା ହୋଇଥାନ୍ତା । କେଉଁ ରାତିରୁ ଦୋକାନରେ ଗ୍ରାହକଙ୍କ ଲାଇନ ଲାଗିଥାନ୍ତା । ଚଳଚଞ୍ଚଳ ହୋଇ ଉଠିଥାନ୍ତା ଆମିଷ ବଜାର । ଭଲ ଦୁଇ ପଇସା ବେପାର ମଧ୍ୟ ହୋଇଥାନ୍ତା । ହେଲେ ଏଥର ଛାଡଖାଇରେ ସେମିତି କିଛି ଦେଖିବାକୁ ମିଳିନାହିଁ । ମଙ୍ଗଳବାର ଛାଡଖାଇ ପଡିଥିବାକୁ ଅଧିକାଂଶ ଲୋକଙ୍କ ଘରେ ଆମିଷ ହୋଇନାହିଁ । ଫଳରେ ରାଜଧାନୀ ଭୁବନେଶ୍ବରରେ ଛାଡଖାଇ ବଜାର ଖାଁ ଖାଁ ହୋଇଛି । ବେପାର ବି ମାନ୍ଦା ହୋଇଛି । କାଁ ଭାଁ କିଛି ଲୋକ ଆମିଷ କିଣୁଥିବା ଦେଖିବାକୁ ମିଳୁଛି । ତେବେ ଆସନ୍ତାକାଲି ବୁଧବାର ଥିବାରୁ ଛାଡଖାଇ ଜମିବ ବୋଲି ଆଶା କରାଯାଉଛି ।

ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଥିବା ବ୍ୟବସାୟୀ ଅଳ୍ପ କିଛି ବ୍ୟବସାୟ କରିଛନ୍ତି ବୋଲି କହିଛନ୍ତି । ଯେହେତୁ ଆଜି ମଙ୍ଗଳବାର ଛଡାଖାଇ ପଡିଥିବାରୁ କିଛି ଲୋକେ ଆସି ଆମିଷ ଖାଇନଥାନ୍ତି ତେଣୁ ବେପାର ମାନ୍ଦା ହୋଇଛି । ଖୁବ କମ୍ ଲୋକ ଆମିଷ କିଣୁଛନ୍ତି । ବେପାରୀ ଯେତିକି ଆଶା କରିଥିଲେ ତାଠୁ କମ ବେପାର ହୋଇଛି । ଆଶା ମୁତାବକ ବେପାର ହୋଇନଥିବାରୁ ବ୍ୟବସାୟୀ ଚିନ୍ତାରେ ଅଛନ୍ତି । ଆମିଷ ଦାମ ବି ସାଧାରଣ ଦିନ ପରି ରହିଛି । ଛେଳି ମାଂସ ୭୦୦ ରୁ ୮୦୦ ଟଙ୍କା ରହିଥିବା ବେଳେ ଚିକେନ ଦର ୧୪୦ ରୁ ୧୮୦ ଏବଂ ମାଛର ଦାମ ୧୮୦ ରୁ ୨୦୦ ଚିଙ୍ଗୁଡ଼ି ୫୦୦ ରୁ ୧୦୦୦ ଟଙ୍କା କଙ୍କଡା ୮୦୦ ଟଙ୍କାରୁ ୧୦୦୦ ଟଙ୍କା ରହିଛି ।

ମଙ୍ଗଳବାର ଯଦିଓ ବେଶୀ ଲୋକେ ଆମିଷକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ କିନ୍ତୁ ଏକ ମାସ ଧରି ନିରାମିଷ ଖାଇବା ଖାଇ ମୁହଁରେ ଟିକେ ଆମିଷ ବାଜିବା ବୋଲି କିଛି ଲୋକ ଆମିଷ କିଣିଛନ୍ତି । ମଙ୍ଗଳବାର ହେଉ ପଛେ ଟିକେ ଆମିଷ ଖାଇବା ପାଇଁ ମାଛ ହେଉ ଚିକେନ କିଣି ନେଇଛନ୍ତି । ଆଜି ଅପେକ୍ଷା ଆସନ୍ତାକାଲି ବେପାର ଭଲ ହେବ ବୋଲି ଅନୁମାନ କରାଯାଉଛି । ବ୍ୟବସାୟ ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ଏହା ବି ପଢନ୍ତୁ...ଛାଡ଼ଖାଇରେ ବେପାର ମାନ୍ଦା; ମଙ୍ଗଳବାର ବୋଲି ଜମୁନି ଗ୍ରାହକଙ୍କ ଭିଡ

ଖାଲି ଭୁବନେଶ୍ବର ନୁହେଁ କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ମଙ୍ଗଳବାର ଅଧିକାଂଶ ଲୋକ ଆମିଷ ଖାଇନଥାନ୍ତି । ତେଣୁ ଛାଡଖାଇରେ ଆମିଷ ବଜାର ଖାଁ ଖାଁ ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲି ବୁଧବାର ଥିବାରୁ ଆମିଷ ବେପାର ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details