ଓଡିଶା

odisha

ETV Bharat / state

ଡ୍ରିଙ୍କ ଫ୍ରମ ଟ୍ୟାପକୁ ନୋବେଲ ବିଜେତାଙ୍କ ପ୍ରଶଂସା: ଟ୍ୟାପରୁ ପାଣି ପିଇଲେ, ଜଳସାଥୀଙ୍କ ସହ କଥା ହେଲେ - ଜଳସାଥୀଙ୍କ ସହ କଥା ହେଲେ

ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳୁଛି । ଏହି ସେବା ଯୋଗାଣ ପରେ ସରକାର ଓ ସାଧାରଣ ଲୋକମାନେ କି ପ୍ରକାର ସୁବିଧା ପାଉଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଆଦି ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରାଯାଉଛି । ଏହି କ୍ରମରେ କ୍ରେମର ଓଡ଼ିଶାର ପୁରୀ ଓ ଭୁବନେଶ୍ବର ଭଳି ସ୍ଥାନକୁ ଯାଇ ଡ୍ରିଙ୍କ ଫ୍ରମ ଟ୍ୟାପ ସହ ଯଡ଼ିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିଛନ୍ତି । ଅଧିକ ପଢନ୍ତୁ

Nobel Laureate Michael Kremer
Nobel Laureate Michael Kremer

By

Published : Jan 29, 2023, 10:38 AM IST

ଭୁବନେଶ୍ବର: ଓଡିଶାରେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର । କ୍ରେମର ଓଡ଼ିଶାର ପୁରୀ ଓ ଭୁବନେଶ୍ବର ଭଳି ସ୍ଥାନକୁ ଯାଇ ଡ୍ରିଙ୍କ ଫ୍ରମ ଟ୍ୟାପ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିଛନ୍ତି । ଏହାସହ ଏଥିରେ ଉପକୃତ ହେଉଥିବା ହିତାଧିକାରୀ ଓ ଜଳସାଥୀଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ’କୁ ପ୍ରଶଂସା କରିଛନ୍ତି କ୍ରେମର ।

‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ନୋବେଲ ବିଜେତାଙ୍କ ପ୍ରଶଂସା, ଟ୍ୟାପରୁ ପାଣି ପିଇଲେ, ଜଳସାଥୀଙ୍କ ସହ କଥା ହେଲେ

ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳୁଛି । ଏହି ସେବା ଯୋଗାଣ ପରେ ସରକାର ଓ ସାଧାରଣ ଲୋକମାନେ କି ପ୍ରକାର ସୁବିଧା ପାଉଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଆଦି ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରାଯାଉଛି । ଏହି କ୍ରମରେ କ୍ରେମର ଓଡ଼ିଶାର ପୁରୀ ଓ ଭୁବନେଶ୍ବର ଭଳି ସ୍ଥାନକୁ ଯାଇ ଡ୍ରିଙ୍କ ଫ୍ରମ ଟ୍ୟାପ ସହ ଯଡ଼ିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିଛନ୍ତି । ଏହା ସହ ଏଥିରେ ଉପକୃତ ହେଉଥିବା ହିତାଧିକାରୀ ଓ ଜଳସାଥୀଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ପରେ କ୍ରେମର ଓ ତାଙ୍କ ଟିମ୍‌ ରାଜ୍ୟ ସରକାରଙ୍କ ଏହି ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଏହା ସହ ଏହା ଦ୍ବାରା ସହରାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ଲୋକମାନେ ମଧ୍ୟ ପାଣି ପାଇପାରୁଛନ୍ତି ବୋଲି କହିଛନ୍ତି ।

‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ନୋବେଲ ବିଜେତାଙ୍କ ପ୍ରଶଂସା, ଟ୍ୟାପରୁ ପାଣି ପିଇଲେ, ଜଳସାଥୀଙ୍କ ସହ କଥା ହେଲେ

ଏହି ଅବସରରେ କ୍ରେମର ଟ୍ୟାପରୁ ପାଣି ମଧ୍ୟ ପିଇଛନ୍ତି । ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିସାରି କ୍ରେମର ଓ ତାଙ୍କ ଟିମ ଗୃହ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥି ଭାତନନ୍‌ଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟର ସହରାଞ୍ଚଳ ବିକାଶ କ୍ଷେତ୍ରରେ ସହଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଥିବା ପ୍ରକାଶ । ଆଲୋଚନା ସମୟରେ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ପୁରୀ ଓ ଗୋପାଳପୁର ସହରରେ ଶତ ପ୍ରତିଶତ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ସାରିଛି । ସେହିପରି ଗତ ଡିସେମ୍ବର ମାସରେ ଆଉ ୩ଟି ସହରରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ଯୋଜନାରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୫ଟି ସହରାଞ୍ଚଳରୁ ୮୫ଟିରେ ଶତ ପ୍ରତିଶତ ପାଇପ ଜଳ ଯୋଗାଣରେ ବ୍ୟବସ୍ଥା କରିସାରିଛି । ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ।

ଏନେଇ ଲକ୍ଷ୍ୟ ରଖିଛି ରାଜ୍ୟ ନଗର ଉନ୍ନୟନ ବିଭାଗ । ୩ ବର୍ଷ ତଳେ ୫ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଦେଶର ରୋଲ ମଡେଲ ସାଜିଛି । ଏହିଦ୍ବାରା ମିଶନ ଶକ୍ତିର ମହିଳାମାନେ ସହରାଞ୍ଚଳରେ ଜଳସାଥୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଏ ବାବଦରେ ପାଖାପାଖି ୭୦ କୋଟି ଟଙ୍କା ଜଳକର ଆଦାୟ କରି ସାରିଛନ୍ତି । ଜାଗା ମିଶନ ଓ ଡ୍ରିଙ୍କ୍‌ ଫ୍ରମ ଟ୍ୟାପ ପରି କାର୍ଯ୍ୟକ୍ରମ ଓଡ଼ିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details