ଓଡିଶା

odisha

ETV Bharat / state

ଖୋର୍ଦ୍ଧା ଉପଖଣ୍ଡରେ ଜିରୋ ନାଇଟ ସେଲିବ୍ରେସନକୁ ନା - No Zero Night celebrations

ଜିଲ୍ଲାର ଉପଖଣ୍ଡ ଅଞ୍ଚଳରେ ଜିରୋ ନାଇଟ ସେଲେବ୍ରେସନ ଏବଂ ନୂଆ ବର୍ଷରେ ବଣଭୋଜି ଉପରେ ନିଷେଧାଦେଶ ଜାରି କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରେ ଜିରୋ ନାଇଟ ସେଲିବ୍ରେସନକୁ ନା
ଖୋର୍ଦ୍ଧା ଉପଖଣ୍ଡରେ ଜିରୋ ନାଇଟ ସେଲିବ୍ରେସନକୁ ନା

By

Published : Dec 29, 2020, 9:17 PM IST

ଖୋର୍ଦ୍ଧା:ଜିଲ୍ଲାର ଉପଖଣ୍ଡ ଅଞ୍ଚଳରେ ଜିରୋ ନାଇଟ ସେଲିବ୍ରେସନ ଏବଂ ନୂଆ ବର୍ଷରେ ବଣଭୋଜି ଉପରେ ନିଷେଧାଦେଶ ଜାରି କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ । ଆଜି ଉପଜିଲ୍ଲାପାଳ ଜିଲ୍ଲା ଉପଖଣ୍ଡର ସମସ୍ତ ତହସିଲଦାର, ଥାନା ଅଧିକାରୀମାନଙ୍କୁ ଏକ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧା ଉପଖଣ୍ଡରେ ଜିରୋ ନାଇଟ ସେଲିବ୍ରେସନକୁ ନା

କିଭଳି ଜିଲ୍ଲା ଉପଖଣ୍ଡରେ ଥିବା ହୋଟେଲ, କ୍ଲବ, କଲ୍ୟାଣମଣ୍ଡପ ଆଦିରେ ନବବର୍ଷ ପାଳନ ହେବନି ଏବଂ କୋଭିଡ କଟକଣା ପାଳନ କରାଯିବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ସେହିପରି ଏହି ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କୋଭିଡ଼ ନିୟମାନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details