ଓଡିଶା

odisha

ETV Bharat / state

ଟିକା ଅଭାବ: ଦ୍ବିତୀୟ ଡୋଜ୍ ପାଇଁ ଆସି ଫେରିଗଲେ - ଟୀକା ଅଭାବ

ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ଟୀକାକରଣ କେନ୍ଦ୍ରକୁ ଲୋକେ ଟିକା ନେବାକୁ ଆସି ଟିକା ନପାଇ ଫେରିଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଟିକା ଅଭାବ: ଅସନ୍ତୋଷ ବ୍ୟକ୍ତ କଲେ ଜନସାଧାରଣ
ଟିକା ଅଭାବ: ଅସନ୍ତୋଷ ବ୍ୟକ୍ତ କଲେ ଜନସାଧାରଣ

By

Published : Jul 2, 2021, 9:04 PM IST

ଖୋର୍ଦ୍ଧା:ଶୁକ୍ରବାର ରାଜ୍ୟରେ 17ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ଲୋକଙ୍କୁ ଠିକ ଭାବରେ ସୂଚନା ପ୍ରଦାନ କରାଯାଉ ନଥିବାରୁ ବହୁ ଲୋକ ଖରାରେ ଆସି ଟୀକାକରଣ କେନ୍ଦ୍ରରୁ ଫେରି ଯାଉଥିବାର ଦେଖାଯାଇଛି । ସୂଚନା ପାଇଁ କେବଳ କାଗଜରେ ଲେଖାଯାଇ ଟିକା ଦାନ ମରାଯାଇଛି ।

ଟିକା ଅଭାବ: ଅସନ୍ତୋଷ ବ୍ୟକ୍ତ କଲେ ଜନସାଧାରଣ

ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ଟୀକାକରଣ କେନ୍ଦ୍ରରେ କିଛି ଏପରି ଚିତ୍ର ଦେଖିବାକୁ ମିଳିଛି । ଅନେକ ବୟସ୍କ ଲୋକ ଦ୍ବିତୀୟ ଡୋଜ ଟିକା ପାଇଁ ମ୍ୟାସେଜ ପାଇ ଆଜି (ଶୁକ୍ରବାର) ଆସିଥିଲେ । ହେଲେ ବର୍ତ୍ତମାନ ଟିକା ନଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କୁହନ୍ତି ଯେ, ଟିକା ଆସିଲେ ଠିକ ସମୟରେ ସମସ୍ତ ଲୋକଙ୍କୁ ଦିଆଯିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details