ଓଡିଶା

odisha

ETV Bharat / state

ଥାନାରେ ଅଭିଯୋଗ ରଖୁନାହାନ୍ତି, 3 ଦିନରେ 3ଥାନା ବୁଲିଲେଣି 30 ମହିଳା

ଠକେଇର ଶିକାର ହେଲେ 30ରୁ ଊର୍ଦ୍ଧ୍ବ ମହିଳା । ୩ ଥାନା ବୁଲିବା ପରେ ଶେଷରେ ପୋଲିସ କମିଶନରଙ୍କ ପାଖରେ ଫେରାଦ । ଅଧିକ ପଢନ୍ତୁ

ଠକେଇର ଶିକାର ହେଲେ 33ରୁ ଉର୍ଦ୍ଧ୍ବ ମହିଳା
ଠକେଇର ଶିକାର ହେଲେ 33ରୁ ଉର୍ଦ୍ଧ୍ବ ମହିଳା

By ETV Bharat Odisha Team

Published : Sep 26, 2023, 9:59 PM IST

ଠକେଇର ଶିକାର ହେଲେ 30ରୁ ଉର୍ଦ୍ଧ୍ବ ମହିଳା

ଭୁବନେଶ୍ବର: ବ୍ୟୁଉଟି ପ୍ରଡକ୍ଟ କିଣିଲେ ମାଲେସିଆ କାଶ୍ମିରୀ ଯିବ କହି 30ରୁ ଊର୍ଦ୍ଧ୍ବ ଜଣ ମହିଳା ହୋଇଛନ୍ତି ଠକେଇର ଶିକାର । ଜଣକା ପିଛି 60ରୁ 70 ହଜାର ଟଙ୍କା ନେଇ ଛୁ ମାରିଛି ଜଣେ ଠକ ମହିଳା । ୩ ଥାନା ବୁଲିବା ପରେ ଶେଷରେ ପୋଲିସ କମିଶନରଙ୍କ ପାଖରେ ଫେରାଦ ହୋଇଛନ୍ତି ୩୩ଜଣ ମହିଳା । ଥାନା ଅଧିକାରୀ ସମାନଙ୍କ ଏତଲା ଗ୍ରହଣ କରୁନଥିବା ଅଭିଯୋଗ ଅଣିଛନ୍ତି ମହିଳାମାନେ । ଏକ ବଡ଼ ଧରଣର ଠକେଇରେ ଫସିଯାଇ ନିଜର କଷ୍ଟ ଅର୍ଜିତ ଜମା ପୁଞ୍ଜି ହରାଇଥିବା ସର୍ବଶାନ୍ତ ହୋଇଥିବା ବେଳେ ତୁରନ୍ତ ଠକକୁ ଧରିବା ପାଇଁ ଦାବି କରିଛନ୍ତି ମହିଳାମାନେ ।

ସୁଚନା ଅନୁଯାୟୀ, ଗତ ୨୫ତାରିଖରେ ମାଲେସିଆ ଯିବା ପାଇଁ ଭୁବନେଶ୍ବର ଏୟାରପୋର୍ଟ ଆସିଥିଲେ 33ଜଣ ମହିଳା । ପୂର୍ବରୁ ସେମାନଙ୍କ ଠୁ ଟଙ୍କା ନେଇଥିବା ମହିଳା ସେମାନଙ୍କୁ ଏୟାରପୋର୍ଟରେ ସମୟରେ ଆସିବାକୁ କହିଥିଲେ। ଏପରିକି ସଭିଙ୍କର ଟିକେଟ ସରିଛି ତେଣୁ ନିର୍ଦ୍ଧିଷ୍ଟ ସମୟ ଭିତରେ ପହଁଞ୍ଚିଲେ ମାଲେସିଆ ଯାଇ ପାରିବେ ବୋଲି ମହିଳା ଜଣକ କହିଥିଲେ । ହେଲେ ଯେଉଁ ସମୟ କୁହାଯାଇଥିଲା ସେହି ସମୟରେ ସବୁ ମହିଳାମାନେ ପହଞ୍ଚି ଟଙ୍କା ନେଇଥିବା ମହିଳାଙ୍କୁ ଅପେକ୍ଷା କରିଥିଲେ । ବିଳମ୍ବ ହେବା ପରେ ସମସ୍ତ ମହିଳା ଟଙ୍କା ନେଇଥିବା ମହିଳାଙ୍କୁ ଯୋଗାଯୋଗ ରହିଥିଲେ। ଫ୍ଲାଇଟ କ୍ୟାନସଲ ହୋଇଥିବା ଟଙ୍କା ନେଇଥିବା ମହିଳା ଜଣକ ସମସ୍ତ ମହିଳାମାନଙ୍କୁ କହିଥିଲା । ହେଲେ ପରେ ଫୋନ କରିବା ପରେ ମଧ୍ୟ ଠକ ମହିଳା ଜଣକ ଫୋନର ଉତ୍ତର ଦେଇ ନଥିଲେ ।

ଅଧିକ ପଢନ୍ତୁ...ଠକେଇର ଶିକାର ହେଲେ 200ରୁ ଉର୍ଦ୍ଧ୍ବ ମହିଳା, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ କଲେ ନିବେଦନ

ଅଭିଯୋଗକାରୀ ବୌଶାଳି ମହାପାତ୍ର କହିଛନ୍ତି , ‘‘ବାରମ୍ବାର ଫୋନ କରିବା ପରେ ମଧ୍ୟ ଠକ ମହିଳା ଜଣକ ଫୋନର ଉତ୍ତର ଦେଇନଥିଲେ । ଏହା ପରେ ଆମେ ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଇଥିଲୁ । ଟଙ୍କା ଦେଇଥିବା ସମସ୍ତ ମହିଳା ପାର୍ଲରର ମାଲିକ ତଥା ବ୍ୟୁଟିସିଆନ । ଜଣେ ଠକ ଲେଡି ବ୍ୟୁଟିସିଆନ କିଛି ବ୍ୟୁଉଟି ପ୍ରଡକ୍ଟ କିଣିଲେ ମାଲେସିଆ କାଶ୍ମିରୀ ଓ ବିଭିନ୍ନ ଫରେନ୍ ଟୁର ଲୋଭ ଦେଖାଇ ଜଣକା 70 ରୁ 80 ହଜାର ପର୍ଯ୍ୟନ୍ତ ଠକି ନେଇଛି । ଠକାମିର ଶୀକାର ହୋଇଥିବା ଜାଣିବା ପରେ ଆମେ ଏତଲା ପାଇଁ ପ୍ରଥମେ ଲିଙ୍ଗରାଜ ଥାନାରେ ପରେ ଏୟାରପୋର୍ଟ ଥାନାରେ ଓ ପରେ ଖାରବେଳ ନଗର ଥାନାରେ ଅଭିଯୋଗ ପାଇଁ ପହଞ୍ଚିଥିଲୁ। ହେଲେ ଆମକୁ ବିଭିନ ଆଳ ଦେଖାଇ ଥାନା ଅଧିକାରୀ ଅଭିଯୋଗ ରଖିଲେ ନାହିଁ । ଫଳରେ 3ଟି ଥାନା ବୁଲିବା ପରେ ଶେଷରେ ପୋଲିସ କମିଶନରଙ୍କ କାର୍ଯାଳୟରେ ଦ୍ବାରସ୍ଥ ହୋଇଛୁ । ’’ ପାଖାପାଖି ୩୬ଜଣଙ୍କ ଠାରୁ ୨.୫କୋଟି ନେଇ ଛୁ ମାରିଛନ୍ତି ଜଣେ ମହିଳା ଓ ପୁରୁଷ । ସେମନଙ୍କୁ ଅନ୍ୟ କାହାକୁ ଠକିବା ପୂର୍ବରୁ ତୁରନ୍ତ ସେମାନଙ୍କୁ ଧରିବାକୁ ଦାବି କରିଛନ୍ତି ମହିଳାମାନେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details