ଖୋର୍ଦ୍ଧା: ଶ୍ରାବଣ ମାସ ଶେଷ ହେଲାଣି ମାତ୍ର ବର୍ଷାର ଦେଖା ନାହିଁ । ଫଳରେ ଜିଲ୍ଲାର ଚିଲିକା ବ୍ଲକ ଅଧୀନରେ ଥିବା କୁହୁଡି, ସିଙ୍ଗେଶ୍ବର, ଅଠରବାଟିଆ, ବଡ଼କୂଳ, ଡୁଙ୍ଗମାଳ ଭଳି ବହୁ ଅଞ୍ଚଳରେ ହଜାର ହଜାର ଚାଷ ଜମିରେ ଆସନ୍ନ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ।
ବର୍ଷା ନହେବା କାରଣରୁ ଛୋଟ ଧାନ ଗଛ(ତଳି) ସବୁ ଜଳି ଗଲାଣି । ପାଣି ଅଭାବରୁ ଯେଉଁ ସବୁ ଜମିରେ ଧାନ ଫସଲ ବଞ୍ଚିବା କଷ୍ଟକର ହେବା ସହ ନଷ୍ଟ ହେଲାଣି । ଚାଷ ଜମିରେ ଗୋରୁ ଗାଈ ଚରୁଥିବା ଦେଖିବାକୁ ମିଳୁଛି । ଯାହା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି ।