ଭୁବନେଶ୍ବର: ଅସମ୍ଭାଳ ହେଲାଣି ଖରା । ଗୁଳୁଗୁଳି କାରଣରୁ ହନ୍ତସନ୍ତ ରାଜ୍ୟବାସୀ । ଗରମର ପ୍ରଭାବ ବଢୁଥିବା ବେଳେ ବିଜୁଳି କାଟ୍ କରାଯିବ କି ନାହିଁ ସେନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶକ୍ତିମନ୍ତ୍ରୀ । ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ‘‘ରାଜ୍ୟରେ ପାୱାର କଟ୍ କରାଯିବ ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ବିଜୁଳି ଅଛି । ଗଚ୍ଛିତ ବିଦ୍ୟୁତ ଆବଶ୍ୟକୀୟ ମୁତାବିକ ଯୋଗାଇ ଦିଆଯାଉଛି ।’’
ଅସହ୍ୟ ଖରା ହେବାରୁ ସେ ସହର ହେଉ ଅବା ଗାଁ ଟିକିଏ ଶୀତଳ ପାଇଁ ସବୁଠି ବିଦ୍ୟୁତର ଆଵଶ୍ୟକତା ରହିଛି । ତେବେ ଏପରି ସମୟରେ ସହରର କିଛି ସ୍ଥାନରେ ବିଦ୍ୟୁତ କାଟିବାର ଅଭିଯୋଗ ଆସିଛି । ଏହାକୁ ନେଇ ପ୍ରତିକ୍ରିୟା ରଖି ଶକ୍ତି ମନ୍ତ୍ରୀ, ବିଦ୍ୟୁତ କାଟ ଅଭଯୋଗକୁ ଖଣ୍ଡନ କରିବା ସହ ସିଧା ସଳଖ କହିଛନ୍ତି, ‘‘ଚଳିତବର୍ଷ ଖରାଦିନେ ବିଦ୍ୟୁତ କାଟ ହେବନାହିଁ କି ରାଜ୍ୟ ସରକାରଙ୍କ ସେଭଳି କିଛି ଯୋଜନା ନାହିଁ। କେଉଁଠି ବି ବିଜୁଳି କାଟ ହେଉନି କି ଆଗକୁ ହେବ ନାହିଁ । ଏହି ଅଭିଯୋଗକୁ କାଳ୍ପନିକ ସହ କେବଳ ଗଣମାଧ୍ୟମ ଏନେଇ ଆଶଙ୍କା ସୃଷ୍ଟି କରୁଛି ।’’
ଏହାସହ ମନ୍ତ୍ରୀ କହିଛନ୍ତି, ‘‘ଏଯାବତ ବିଜୁଳି କାଟ ନେଇ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ବିଜୁଳି ଅଛି ଆଉ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନର ବିଜୁଳି କାଟ ର ଅର୍ଥ ନୁହେଁ ପାୱାର କଟ। ହୁଏତ କେଉଁଠି ଟ୍ରାନ୍ସଫର୍ମର ଖରାପ ହୋଇଥିବ ନ ହେଲେ କାଳ ବୈଶାଖୀରେ ତାର ଛିଡି ଥିବ ସେଥିପାଇଁ ବିଦ୍ୟୁତ କାଟ ହୋଇଥିବ କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ କିଛି ଘୋଷଣା ହୋଇ ନାହିଁ ।’’