ଓଡିଶା

odisha

ETV Bharat / state

ବିଧାନସଭା ପ୍ରଶ୍ନୋତ୍ତର: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ - ବିଜେଡି ବିଧାୟକ ଭୂପିନ୍ଦର ସିଂ

ରାଜ୍ୟରେ କେତେ ସଂଖ୍ୟକ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଅଛି । ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନରେ କେତେ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି । କେତୋଟି ପଞ୍ଚାୟତରେ ହାଇସ୍କୁଲ ନାହିଁ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଭୂପିନ୍ଦର ସିଂ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୫୨୮୦୭ଟି ସ୍କୁଲ ରହିଛି । ଅଧିକ ପଢନ୍ତୁ

ବିଧାନସଭା ପ୍ରଶ୍ନୋତ୍ତର; ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ
ବିଧାନସଭା ପ୍ରଶ୍ନୋତ୍ତର; ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ

By ETV Bharat Odisha Team

Published : Nov 22, 2023, 10:34 PM IST

ଭୁବନେଶ୍ବର: ଶିକ୍ଷାର ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଥିବା ରାଜ୍ୟ ସରକାର କହୁଛନ୍ତି । କିନ୍ତୁ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ବାବଦରେ ଖୋଦ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ବିଜେଡି ବିଧାୟକ ଭୂପିନ୍ଦର ସିଂଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

ରାଜ୍ୟରେ କେତେ ସଂଖ୍ୟକ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ଅଛି । ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନରେ କେତେ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି । କେତୋଟି ପଞ୍ଚାୟତରେ ହାଇସ୍କୁଲ ନାହିଁ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଭୂପିନ୍ଦର ସିଂ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୫୨୮୦୭ଟି ସ୍କୁଲ ରହିଛି । ଚଳିତ ବର୍ଷ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଥିବା ୨୦୦୦୦ କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶିତ ହେବା ସହ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ସେହିଭଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫୪୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ଓଏସଏସସି ଜରିଆରେ ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି । ସେହିଭଳି ୬୯୦ ପୂର୍ଣ୍ଣ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ପାଇଁ ୨୦୬୪ଟି ଶିକ୍ଷକ ପଦବୀ ପୂରଣ ପାଇଁ ଏସଏସବି ଜରିଆରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

ଅଧିକ ପଢନ୍ତୁ- ହଟ୍ଟଗୋଳ ଭିତରେ ଆଗତ ହେଲା ଭୂ-ସଂସ୍କାର ଦ୍ଵିତୀୟ ସଂଶୋଧନ ବିଧେୟକ

ସେହିଭଳି ଚଳିତ ବର୍ଷ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୨ଟି ପ୍ରଧାନ ଶିକ୍ଷକ ପଦବୀରେ ଯୋଗ୍ୟ ବିବେଚିତ ଓଇଏସ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଷୟରେ ୩୩୫ଟି ପିଜିଟି ପଦବୀ ପୂରଣ ନିମନ୍ତେ ଓପିଏସସି ଜରିଆରେ ଚୟନ କରାଯାଇ ୩୨୭ଟି ପିଜିଟି ପଦବୀରେ ନିଯୁକ୍ତି ଦିଆଯାଇଛି । ଏହାବାଦ ୧୦୦୮ଟି ପିଜିଟି ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯାଉଛି । ୨୨୬ଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୫୪୩ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଉକ୍ତ ପଦବୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୫୫ଟି ପଦବୀ ପୂରଣ ନିମନ୍ତେ ଏସଏସବି ମାଧ୍ୟମରେ ପ୍ରକ୍ରିୟା ଜାରି ରହିଛି । ସେହିପରି ୭୯୯୮ ପଞ୍ଚାୟତରେ ୮୦୯୯ ଉଚ୍ଚ ବିଦ୍ୟାଳୟ ଥିବା ବେଳେ ୪୨୬ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details