ଖୋର୍ଦ୍ଧା: ଗରିବମାନଙ୍କୁ ଖାଇବାକୁ ଆହାର ଓ ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ରାଜ୍ୟସରକାର ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଆରିକିମା ପଞ୍ଚାୟତ କୋଟସିଙ୍ଗା ଗ୍ରାମରେ । ଏଠାରେ ଥିହା ନିର୍ମଳା ସାହୁଙ୍କ ପାଖେ ପହଞ୍ଚିପାରିନି ସରକାରୀ ସହୟତା ।
ଅଙ୍ଗନବାଡି କେନ୍ଦ୍ରରେ ବିତୁଛି ଜୀବନ, ମିଳିପାରୁନି ସରକାରୀ ସହାୟତା - helpless family need govt help
ଗରିବଙ୍କୁ ଖାଇବାକୁ ଆହାର ଓ ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ରାଜ୍ୟସରକାର ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଆରିକିମା ପଞ୍ଚାୟତ କୋଟସିଙ୍ଗା ଗ୍ରାମରେ ।
ଅଙ୍ଗନବାଡି କେନ୍ଦ୍ରରେ ବିତୁଛି ଜୀବନ, ମିଳିପାରୁନି ସରକାରୀ ସହାୟତା
ଅଙ୍ଗନବାଡି କେନ୍ଦ୍ରରେ ବିତୁଛି ଜୀବନ, ମିଳିପାରୁନି ସରକାରୀ ସହାୟତା
ଦୁଇବର୍ଷ ତଳୁ ନିର୍ମଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ନିଜର ଘର ଖଣ୍ଡକ ଭାଙ୍ଗି ଯାଇଥିବା କରଣରୁ ସେ ତାଙ୍କ ପୁଅକୁ ଧରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ପଡିରହିଛନ୍ତି । ସରକାର ଗରିବଙ୍କୁ ଯୋଗାଉଥିବା ବିଜୁ ପକ୍କା ଘର ତାଙ୍କ ପାଇଁ ହୋଇଛି ସାତ ସପନ । ତୁରନ୍ତ ନିର୍ମଳାଙ୍କୁ ପକାଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ବୋଲଗଡ଼ ବିଡିଓଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ