ଓଡିଶା

odisha

ETV Bharat / state

ରାଜ୍ୟରୁ ଟଳିଲା ବନ୍ୟା ବିପଦ, କମୁଛି ନଦୀଗୁଡ଼ିକର ଜଳସ୍ତର - ମହାନଦୀ ସିଷ୍ଟମରେ ବନ୍ୟା ଜଳ ପତନ ବୃଦ୍ଧି

କମୁଛି ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀର ଜଳସ୍ତର। ରାଜ୍ୟରୁ ଟଳିଲା ବନ୍ୟା ବିପଦ। ଅଧିକ ପଢନ୍ତୁ

no flood situation in odisha
no flood situation in odisha

By

Published : Aug 6, 2023, 3:21 PM IST

ଭୁବନେଶ୍ବର: ରାଜ୍ୟରୁ ଟଳିଲା ବନ୍ୟା ବିପଦ । ଶୃଙ୍ଖଳିତ ଭାବେ ବନ୍ୟାଜଳ ପରିଚାଳନା କରାଯାଇଥିବାରୁ ବନ୍ୟା ବିପଦ ଟଳି ଯାଇଥିବା ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ । ଲଗାଣ ବର୍ଷା ପରେ ମହାନଦୀ ସିଷ୍ଟମ୍‌ରେ ବନ୍ୟା ଜଳ ପତନ ବୃଦ୍ଧି ପାଇଥିଲା । ଫଳରେ ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ଯାହାକୁ ନେଇ ଆଗକୁ ବଡ଼ ଧରଣର ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଥିଲା । ବର୍ଷା କମିଯିବାରୁ ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇଛି । ଏହା ବ୍ୟତୀତ ହୀରାକୁଦର 12ଟି ଗେଟ୍‌ ଦେଇ ନିଷ୍କାସିତ ହୋଇଥିବା ବନ୍ୟାଜଳ ମହାନଦୀର ତଳ ମୁଣ୍ଡରେ ବିଶେଷକରି ନରାଜ ମୁଣ୍ଡଳିରେ ବନ୍ୟା ପରିସ୍ଥିତି କରିବ ବୋଲି ଆଶଙ୍କା କରାଯାଇଥିଲା । କିନ୍ତୁ ଜଳ ସମ୍ପଦ ବିଭାଗର ବନ୍ୟାଜଳ ପରିଚାଳନା ସୃଶୃଙ୍ଖଳିତ କରାଯାଇ ପାରିବା ଫଳରେ ବନ୍ୟା ବିପଦ ଟଳି ଯାଇଛି । ଏହା ମଧ୍ୟ ପଢନ୍ତୁ-Flood Threat: ବନ୍ୟା ସ୍ଥିତି ମୁକାବିଲା ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ୭ ଜିଲ୍ଲାକୁ ଆଲର୍ଟ

ବର୍ତ୍ତମାନ ହୀରାକୁଦର ଜଳସ୍ତର 621.95 ଫୁଟ ରହିଛି । ଘଣ୍ଟାପ୍ରତି ଜଳ ଭଣ୍ଡାରକୁ 3ଲକ୍ଷ 50 ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି ଓ 3ଲକ୍ଷ 50 ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ସବୁଠାରେ ପାଣି ଖସିବା ଆରମ୍ଭ କଲାଣି । ଦିନେ ଦୁଇ ଦିନ ଭିତରେ ସବୁଠାରୁ ପାଣି ଖସି ଯିବ । ଆତଙ୍କିତ ନହେବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି । ଘାଇ ମରାମତି କାମ ହେବା ସହ କିଛି କାମ ସରିଲାଣି । ମୁଣ୍ଡଳୀଠାରେ 2ଲକ୍ଷ 61 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ବରମୁଲଠାରେ 3ଲକ୍ଷ 96 ହଜାର କ୍ୟୁସେକ୍‌ ଓ ଖଇରମାଲ୍‌ଠାରେ 4ଲକ୍ଷ 78 ହଜାର କ୍ୟୁସେକ୍‌ ଜଳ ପ୍ରଭାହିତ ହେଉଛି । ହୀରାକୁଦର 20 ଗେଟ ଖୋଲା ଅଛି । ବର୍ତ୍ତମାନ ଆଉ ଗେଟ ଖୋଲାଯିବ ନାହିଁ, ସ୍ଥିତି ନିରୀକ୍ଷଣ କରାଯାଉଛି । ମୁଣ୍ଡଳୀରେ 9.20 ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରଭାବିତ ହୋଇଥିଲା । ଫଳରେ ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ମାଲକାନଗିରି ଭଳି 11ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ।

ଅଗଷ୍ଟ 3 ତାରିଖରେ ବନ୍ୟା ସ୍ଥିତି ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ବୈଠକ ପରେ 7 ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଥିବାରୁ ଆଲର୍ଟ କରାଯାଇଥିଲା । ତଳିଆ ଅଞ୍ଚଳଗୁଡ଼ିକୁ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ପଠାଯାଇଥିଲା । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ନୟାଗଡ଼, କଟକ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details