ଓଡିଶା

odisha

ETV Bharat / state

ମେଡିକାଲରେ ନାହାଁନ୍ତି ଡାକ୍ତର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟଙ୍କ ଭରସାରେ ରୋଗୀ - ଗୌଡନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟା ନାହାଁନ୍ତି ଡାକ୍ତର

ଗୌଡନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟା କେନ୍ଦ୍ର । ଡାକ୍ତର ଖାନାରେ ସମସ୍ତ ସୁବିଧା ରହିଥିଲେ ବି ନାହିଁନ୍ତି ଡାକ୍ତର । ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟଙ୍କ ଭରସାରେ ରୋଗୀ । ଅଧିକ ପଢ଼ନ୍ତୁ

ଫାର୍ମାସିଷ୍ଟଙ୍କ ଔଷଧ ହିଁ ଭରାସା
ଫାର୍ମାସିଷ୍ଟଙ୍କ ଔଷଧ ହିଁ ଭରାସା

By

Published : Apr 23, 2023, 9:07 PM IST

ଗୌଡନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟା ନାହାଁନ୍ତି ଡାକ୍ତର, ଫାର୍ମାସିଷ୍ଟଙ୍କ ଔଷଧ ହିଁ ଭରାସା

ଖୋର୍ଦ୍ଧା: ରାଜ୍ୟ ସରକାର ମେଡକାଲଗୁଡିକରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ସମସ୍ତ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । କେଉଁଠି ଡାକ୍ତରଙ୍କ ଅଭାବ ରହିଛି ତ କେଉଁଠି ବେଡ ଓ ମେଡିକାଲ ସାରଞ୍ଜାମର । ବିଭିନ୍ନ ମେଡିକାଲରେ ଡାକ୍ତର ନଥିବା ଫଳରେ ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟଙ୍କ ଚିକିତ୍ସାଙ୍କ ଭରସାରେ ରୋଗୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୌଡ ନୂଆଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଦାୟିତ୍ବରେ ଥାଇ ମଧ୍ୟ ହସ୍ପିଟାଲ ଯାଉ ନାହାଁନ୍ତି ଡାକ୍ତର । ଡାକ୍ତର ଅନୁପସ୍ଥିତି କାରଣରୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଗେଡିଆପଲ୍ଲୀର ଗୌଡ ନୂଆର ଗ୍ରାମବାସୀ । ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ ଏହା ରାଜଧାନୀ ନାକତଳ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୌଡ ନୂଆଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ବାରଣ୍ଡାରେ ଚୌକିରେ ବସିଛନ୍ତି ଫାର୍ମାସିଷ୍ଟ । ବାହାରେ ଧାଡି ହୋଇ ଠିଆ ହୋଇଛନ୍ତି ରୋଗୀ । ଜଣେଜଣେ ରୋଗୀଙ୍କ ପାଇଁ ଔଷଧ ଓ ଇଞ୍ଜେକ୍ସନ ଲେଖୁଛନ୍ତି ଫାର୍ମାସିଷ୍ଟ । ଏହା ଦିନେ କି ଦୁଇଦିନ ଘଟଣା ନୁହଁ ବର୍ଷ ତମାମ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ଗୌଡ ନୂଆଗାଁରେ ।

ରୋଗୀଙ୍କ କହିବା ଅନୁଯାୟୀ, ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ 5ଟି ପଞ୍ଚାୟତର 20ରୁ ଊର୍ଦ୍ଧ୍ବ ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାଆନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ସେ କେବେ ସପ୍ତାହକୁ ଥରେ ଆସନ୍ତି । ଡାକ୍ତର ତାଙ୍କ ଇଚ୍ଛାରେ ଆସନ୍ତି ଓ ଯାଆନ୍ତି । ଦୀର୍ଘ ଏକ ବର୍ଷ ହେବ ଡାକ୍ତର ପଦବୀ ଖାଲି ପଡ଼ିଛି । କୈଣସି ସ୍ବାସ୍ଥ୍ୟ ଜନିତ ସମସ୍ୟା ହେଲେ ଫାର୍ମାସିଷ୍ଟଙ୍କ ଔଷଧ ହିଁ ଭରାସା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଅନୁଯୟୀ, ଗତ 2022 ମସିହାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୋଟ 26 ହଜାର 919 ଜଣ ରୋଗୀ ଆସି ଚିକିତ୍ସିତ ହୋଇଛନ୍ତି । କିନ୍ତୁ ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଏଥିପ୍ରତି କୌଣସି ଲୋକପ୍ରତିନିଧି କି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଘା ନାହିଁ । ଏଠାରେ ଡାକ୍ତରଙ୍କ ରହଣି ପାଇଁ ବାସଗୃହ ସମେତ ଆନୁଷଙ୍ଗିକ ବ୍ୟବସ୍ଥା ଥିଲେ ମଧ୍ୟ ଡାକ୍ତର ନରହିବାରୁ ଏହା ଭୁତ କୋଠିରେ ପରିଣତ ହେଲାଣି । ସେହିପରି ଡାକ୍ତର ପଦବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗ ପରେ ବି କୌଣସି ଡାକ୍ତରଙ୍କ ଖୋଜଖବର ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ବାଧ୍ୟ ହୋଇ କାମଚଳାରେ ସନ୍ତୁଷ୍ଟ ହେଉଛନ୍ତ ଗ୍ରାମବାସୀ ।


ଇଟିଭି ଭାରତ ଖୋର୍ଦ୍ଧା

ABOUT THE AUTHOR

...view details