ଓଡିଶା

odisha

ETV Bharat / state

ବସ ଷ୍ଟାଣ୍ଡରେ ଚାଲିଥିଲା ଲାଞ୍ଚ କାରବାର, ନିମାପଡା ପଣ୍ୟାଗାର ଅଧିକ୍ଷକ ଗିରଫ - ବସଷ୍ଟାଣ୍ଡରେ ଲାଞ୍ଚ କାରବାର

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବସଷ୍ଟାଣ୍ଡରେ ହେଉଥିଲା ଲକ୍ଷାଧିକ ଟଙ୍କାର ଲାଞ୍ଚ କାରବାର । ଟଙ୍କା ନେଉଥିବା ବେଳେ ଧରାପଡିଲେ ନିମାପଡା ପଣ୍ୟାଗାର ଅଧିକ୍ଷକ ଦେବିପ୍ରସାଦ ମହାନ୍ତି । ଘର ଓ ଅଫିସ ସମେତ ସମ୍ପର୍କୀୟଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ରେଡ ସମୟରେ ପଣ୍ୟାଗାର ଅଧିକ୍ଷକଙ୍କ ଘରୁ ଆହୁରି ନଗଦ ୧ଲକ୍ଷ ୮୦ହଜାର ଟଙ୍କା ସମେତ କିଛି ସୁନା ଗହଣା ଓ ପାସବୁକ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

ନିମାପଡା ପଣ୍ୟାଗାର ଅଧିକ୍ଷକ ଗିରଫ
ନିମାପଡା ପଣ୍ୟାଗାର ଅଧିକ୍ଷକ ଗିରଫ

By ETV Bharat Odisha Team

Published : Sep 8, 2023, 7:56 PM IST

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବସଷ୍ଟାଣ୍ଡରେ ହେଉଥିଲା ଲକ୍ଷାଧିକ ଟଙ୍କାର ଲାଞ୍ଚ କାରବାର । ଟଙ୍କା ନେଉଥିବା ବେଳେ ଧରାପଡିଲେ ନିମାପଡା ପଣ୍ୟାଗାର ଅଧିକ୍ଷକ ଦେବିପ୍ରସାଦ ମହାନ୍ତି । ନିମାପଡା ବସଷ୍ଟାଣ୍ଡ ରୁ ଲାଞ୍ଚ ଟଙ୍କା ସହ ପଣ୍ୟାଗାର ଅଧିକ୍ଷକ ଗିରଫ କରିଛି ଭୁବନେଶ୍ୱରର ଭିଜିଲାନ୍ସ ଟିମ୍‌ ।

ତେବେ ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ଭାବେ ଟଙ୍କା ନେଉଥିବା ନେଇ ଏହି ସରକାରୀ ବାବୁଙ୍କ ନାଁରେ ବାରମ୍ବାର ଅଭିଯୋଗ ଆସିବା ପରେ କିଛି ଦିନ ହେବ ଭିଜିଲାନ୍ସ ରାଡରରେ ଥିଲେ ନିମାପଡ଼ା ପଣ୍ୟାଗାର ଅଧିକ୍ଷକ । ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ । ଜଣେ ଅଭିଯୋଗକାରୀଙ୍କୁ ମୋହରା କରି ନିମାପଡ଼ା ବସଷ୍ଟାଣ୍ଡରେ ଛକି ବସିଥିଲେ ଭିଜିଲାନ୍ସ ଅଧିକାରୀ । ୨ଲକ୍ଷ ୧୪ହଜାର ଟଙ୍କା ଲାଞ୍ଚ ନେଇ ଡିଲ୍‌ ହୋଇଥିବା ବେଳେ ସେହି ଅଭିଯୋଗକାରୀଙ୍କଠାରୁ ଟଙ୍କା ନେବା ବେଳେ ଦେବିପ୍ରସାଦ ମହାନ୍ତିଙ୍କୁ ଲାଞ୍ଚ ଟଙ୍କା ସହ ଧରିଥିଲା ଭୁବନେଶ୍ୱରର ଏକ ଭିଜିଲାନ୍ସ ଟିମ୍ ।

ଆଉ ମଧ୍ୟ ପଢନ୍ତୁ..ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଅନ୍ୟପଟେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବିପ୍ରସାଦଙ୍କ ବିଭିନ୍ନ ଘର ଓ ଅଫିସ ସମେତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ରେଡ୍‌ ସମୟରେ ପଣ୍ୟାଗାର ଅଧିକ୍ଷକଙ୍କ ଘରୁ ଆହୁରି ନଗଦ ୧ଲକ୍ଷ ୮୦ହଜାର ଟଙ୍କା ସମେତ କିଛି ସୁନା ଗହଣା ଓ ପାସବୁକ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏଥିସହ ତଦନ୍ତ ଜାରି ରହିଛି ।

ଆଉ ମଧ୍ୟ ପଢନ୍ତୁ...Vigilance Raid: ଅବକାରୀ ASIଙ୍କ ଘରେ ଭିଜିଲାନ୍ସ ରେଡ୍‌

ସେହିଭଳି ସେପ୍ଟେମ୍ୱର 1 ତାରିଖରେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ ମୟୂରଭଞ୍ଜ ଜୟପୁର ସର୍କଲର ରାଜସ୍ୱ ନିରୀକ୍ଷକ ରାକେଶ କୁମାର ପାତ୍ର । ଜଣେ ବ୍ୟକ୍ତିଙ୍କଠାରୁ ଏକ କାମ କରିବା ବାବଦକୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ରାଜସ୍ୱ ନିରୀକ୍ଷକ ।ରାଇରଙ୍ଗପୁର ନିବାସୀ ରାମଦାସ ସାହୁୁ 5ଟି ଜାଗାର ମାପଚୁପ କରିବା ପାଇଁ ପୂର୍ବରୁ ଆରଆଇ ଅଫିସରେ ଆବେଦନ କରିଥିଲେ । ଏନେଇ ଜୟପୁର ଆର୍‌ଆଇ ରାକେଶ କୁମାର ପାତ୍ର ତାଙ୍କୁ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ରାମ ଦାସ ସାହୁ ବାଲେଶ୍ୱର ଭିଜିଲାନ୍ସ ବିଭାଗରେ ଏନେଇ ଅଭିଯୋଗ କରିବା ପରେ ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଚଢ଼ାଉ କରି ରେଭେନ୍ୟୁ ଇନ୍ସପେକ୍ଟର ରାକେଶ କୁମାର ପାତ୍ରଙ୍କୁ ଗିରଫ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details