ଭୁବନେଶ୍ବର: ବଦଳିଛନ୍ତି ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିକୁଞ୍ଜ ବିହାରୀ ଧଳ ହୋଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସୁଶୀଲ କୁମାର ଲୋହାନୀଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ନିକୁଞ୍ଜ ବିହାରୀ ଧଳ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଓ ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ ।
ଏହାବି ପଢନ୍ତୁ- Odisha Assembly: ବଲାଙ୍ଗୀରରେ ଏକ ଟେକ୍ସଟାଇଲ କାରଖାନା ସ୍ଥାପନ କରିବେ କି ?
ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗତ ମାସ ୨୬ ତାରିଖରେ ରାଜ୍ୟର ବରିଷ୍ଠ ଆଇଏଏସ ଅଧିକାରୀଙ୍କ ଅଦଳବଦଳ ସମୟରେ ନୀକୁଞ୍ଜଙ୍କୁ ନିଯୁକ୍ତି ମିଳିଥିଲା । ନିଯୁକ୍ତିର ମାସକ ମଧ୍ୟରେ ନୀକୁଞ୍ଜଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିକୁଞ୍ଜଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଦାୟିତ୍ୱ ମୁକ୍ତ କରାଯିବ । ସିଇଓ ସହିତ ସେ ଓଡ଼ିଶା ସରକାରରେ କୌଣସି ଦାୟିତ୍ୱରେ ରହିବେ ନାହିଁ । ନୀକୁଞ୍ଜ ସିଇଓ ଭାବେ ହେବା ପରେ ତାଙ୍କ ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗ କାର୍ଯ୍ୟ ଅନ୍ୟ ସଚିବଙ୍କୁ ହସ୍ତାନ୍ତର କରାଯିବ । ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ । ସେହିପରି ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ । OSDMA ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ଜ୍ଞାନରଞ୍ଜନ ଦାସ ।
ଚଳିତ ମାସ ପ୍ରଥମରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ବ ନେବା ପରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ ହେବ ବୋଲି ଚର୍ଚ୍ଚା ହେଉଥିଲା । ଏହାସହ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବସ୍ତରରେ ମଧ୍ୟ ଅବଦଳ ବଦଳ ହୋଇପାରେ । ସେହିପରି ଆସନ୍ତା କିଛି ଦିନ ମଧ୍ୟରେ ଜିଲ୍ଲାପାଳ ସ୍ତରରେ ମଧ୍ୟ ବଡ ଧରଣର ଅଦଳ ବଦଳ ହୋଇପାରେ ବୋଲି ଏବେ ଚର୍ଚ୍ଚା ଧରିଛି । ଚଳିତ ମାସ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିବା ପ୍ରଦୀପ ଜେନା ବର୍ଷ ଶେଷ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ । ଯଦିଓ ଆଗାମୀ ବର୍ଷ ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ରହିଛି, ତାଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି ହୋଇପାରେ ।
ଇଟିଭି ଭାରତ, ଭୁବନେଶ୍ବର