ଓଡିଶା

odisha

ETV Bharat / state

ବାୟୁ ପ୍ରବାହକୁ ନେଇ ରାଜ୍ୟରେ କୋହଲା ପାଗ - ସାମୁଦ୍ରିକ ବାୟୁର ପ୍ରବାହ

ବାୟୁ ପ୍ରବାହକୁ ନେଇ ରାଜ୍ୟରେ କୋହଲା ପାଗ ପରିଲିକ୍ଷିତ । ରାଜ୍ୟରେ ସାମୁଦ୍ରିକ ବାୟୁର ପ୍ରବାହ ହେତୁ ବଢୁଛି ରାତ୍ରି ତାପମାତ୍ରା । ଅଧିକ ପଢନ୍ତୁ

night temperature increase
night temperature increase

By

Published : Jan 2, 2023, 10:05 PM IST

night temperature increase

ଭୁବନେଶ୍ବର:ବାୟୁ ପ୍ରବାହକୁ ନେଇ ରାଜ୍ୟରେ କୋହଲା ପାଗ ପରିଲିକ୍ଷିତ। ରାଜ୍ୟରେ ସାମୁଦ୍ରିକ ବାୟୁର ପ୍ରବାହ ହେତୁ ବଢୁଛି ରାତ୍ରି ତାପମାତ୍ରା । ପୁରୀରେ ୨୨.୧ ଡ଼ିଗ୍ରୀ , ଗୋପାଳପୁରରେ ୨୦.୮ , ପାରାଦୀପ ୨୦.୪, ଭୁବନେଶ୍ବର ୧୯.୯, କଟକରେ ୧୯.୬,ଚାନ୍ଦବାଲି ୧୯.୬ , ଛତ୍ରପୁର ୧୯.୦୦, ରାୟଗଡା ୧୯.୦୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ବାୟୁ ପ୍ରବାହକୁ ନେଇ ରାଜ୍ୟରେ କୋହଲା ପାଗ ପରିଲିକ୍ଷିତ ହେଉଛି ।

ଅନ୍ୟପଟେ ଗତ ୨୪ ଘଣ୍ଟା ଭିତରେ ପାଗ ଶୁଖିଲା ରହିଛି । ଭଦ୍ରକ ଓ ଯାଜପୁର ରେ ହାଲୁକା ବର୍ଷା ହୋଇଛି । କଟକ ,ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି ,କନ୍ଧମାଳ ଜିଲ୍ଲା ଗୁଡିକରେ କୁହୁଡି ଦୃଶ୍ୟମାନ ହୋଇଥିଲା। ଏଥିସହିତ ଗତ ୨୪ ଘଣ୍ଟା ଭିତରେ ପାଗ ଶୁଖିଲା ରହିଛି । ସୁନ୍ଦରଗଡ ୧୧.୦ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ମୟୁରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନ ନଥିବା ବେଳେ ମେଘୁଆ ପାଗ ସହ ମୁଖ୍ୟତ ରାଜ୍ୟରେ ଶୁଖିଲା ପାଗ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details