ଓଡିଶା

odisha

ETV Bharat / state

ବଢିଛି ତାପମାତ୍ରା, କମୁଛି ଶୀତ ପ୍ରକୋପ; ରାଜ୍ୟରେ ଆଉ ୨ଦିନ ରହିବ ଘନ କୁହୁଡି - ଘନ କୁହୁଡି ଦୃଶ୍ୟମାନ

ରାତ୍ରି ତାପମାତ୍ରା ବଢିବା ସହିତ ରାଜ୍ୟରେ କମିଛି ଶୀତ । ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ୨ ଦିନ ଯାଏଁ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଅଧିକ ପଢନ୍ତୁ

night temperature increase
night temperature increase

By

Published : Dec 26, 2022, 9:50 PM IST

night temperature increase

ଭୁବନେଶ୍ବର: ଉପକୂଳ ଓଡିଶାର କେତେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଗୁରୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଏପରି ଘନକୁହୁଡି ଦେଖାଦେଇଥିବା ସୂଚନା ମିଳିଛି। ଗରୁଚାପ ବଳୟ ପ୍ରଭାବରେ ରାଜ୍ୟର ସାମୁଦ୍ରିକ ବାୟୁର ପ୍ରଭାବ ସହ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ଏବଂ ଶୀତର ପ୍ରକୋପ ହ୍ରାସ ପାଇଛି। ଏହାକୁ ନେଇ ଟ୍ବିନ ସିଟି ଭୁବନେଶ୍ବର ରେ ୧୭.୬ ଡ଼ିଗ୍ରୀ ଏବଂ କଟକ ରେ ୧୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଏହାଛଡା ପାହାଡିଆ ଅଞ୍ଚଳରେ କୋରାପୁଟର ସିମିଲିଗୁଡା ରେ ସର୍ବନିମ୍ନ ୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ରାଜ୍ୟର ପ୍ରାୟ ଅଞ୍ଚଳରେ ଦୃଷ୍ଟାନ୍ତମୂଳକ ଭାବେ ତାପମାତ୍ରା ବୃଦ୍ଧି ଘଟିଛି।

ଅନ୍ୟପଟେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନ ଥିବା ବେଳେ ବାୟୁମଣ୍ଡଳର ତଳ ଭାଗରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଶୀତର ବିଶେଷ ପ୍ରକୋପ ରହିବ ନାହିଁ। ଏହା ସହ ୨ଦିନ ମଧ୍ୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବ। ଏଭଳି ଭାବେ ଆସନ୍ତା ୫ ଦିନ ଯାଏଁ ଶୁଖିଲା ପାଗ ରହିବ। ଆସନ୍ତା 2ଦିନ ଘନ କୁହୁଡିର ସମ୍ଭାବନା ଥିବାରୁ ଉପକୂଳ ଓ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଯେପରିକି ଭଦ୍ରକ କେନ୍ଦ୍ରାପଡ଼ା ଜଗତସିଂପୁର କଟକ ପୁରୀ ଗଞ୍ଜାମ ରେ ଘନ ଓ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି କହିଛି ପାଣିପାଗ ବିଭାଗ। ତେବେ ଉପକୂଳ ଓଡିଶାର କେତେକ ସ୍ଥାନ ଯେପରିକି କଟକ -୫୦ ମିଟର , ଭୁବନେଶ୍ବର- ୫୦ ମିଟର, ଚନ୍ଦବାଲି - ୬୦ ମିଟର, ପାରାଦୀପ- ୭୫ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details