ଭୁବନେଶ୍ବର:ରାଜ୍ୟ ସରକାରଙ୍କୁ NGT ଛାଟ । ରାଜ୍ୟରେ ୧୪ ହାତୀ କରିଡ଼ର ନେଇ ବିଜ୍ଞପ୍ତି ଜାରି ନକରିବା ପ୍ରସଙ୍ଗ । ବନ୍ୟପ୍ରାଣୀ PCCFଙ୍କୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (NGT)ଙ୍କ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । କାହିଁକି NGT ଆଇନ ଧାରା ୨୬ ଅନୁସାରେ PCCFଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବ, ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ମାସ ଭିତରେ ବିଜ୍ଞପ୍ତି ଜାରି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସରକାର ବିଜ୍ଞପ୍ତି ଜାରି କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ଅସନ୍ତୋଷ ପ୍ରକାଶ କରି ଏନଜିଟି କାରଣ ଦର୍ଶାଅ ନୋଟିସ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ହାତୀ କରିଡ଼ର ନେଇ ବିଜ୍ଞପ୍ତି ଜାରି କରିବାକୁ ୨୦୨୧ ଅଗଷ୍ଟ ୧୭ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ NGT । ଏଥିପାଇଁ ୨ ମାସ ସମୟ ଦେଇଥିଲେ । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ସରକାର ବିଜ୍ଞପ୍ତି ଜାରି କରିବାରେ ବିଫଳ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରି ଏହି ନିର୍ଦ୍ଦେଶ ଦେଇଛନ୍ତି NGT । ୨ ମାସ ଭିତରେ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଥିଲେ ମଧ୍ୟ ତାହା ହୋଇନଥିବା ଏନଜିଟିରେ ଅଭିଯୋଗ ହୋଇଥିଲା । ସରକାର ବିଜ୍ଞପ୍ତି ଜାରି କରିବାରେ ବିଫଳ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରି ବନ୍ୟପ୍ରାଣୀ ପିସିସିଏଫଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି NGT ।
ଏହା ବି ପଢନ୍ତୁ- ଜଙ୍ଗଲ ନିଆଁ ମନୁଷ୍ୟକୃତ, ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି: ଜଙ୍ଗଲ ପରିବେଶ ମନ୍ତ୍ରୀ