ଓଡିଶା

odisha

ETV Bharat / state

ବିବାହର 3 ମାସ ନପୁରୁଣୁ ନବଦମ୍ପତିଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି - Newly married Couple suicide

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରି ଗାଁରେ ନବଦମ୍ପତିଙ୍କ ଆତ୍ମହତ୍ୟା । ବିବାହର ତିନି ମାସ ନପୁରୁଣୁ ଉଭୟ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିିଧି, ଖୋର୍ଦ୍ଧା

By

Published : Oct 4, 2019, 1:56 PM IST

ଖୋର୍ଦ୍ଧା: ପାରିବାରିକ କଳହ ଓ ଆର୍ଥିକ ଅନଟନ ନେଲା ନବଦମ୍ପତିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରି ଗାଁରେ । ମୃତ ଦମ୍ପତି ହେଲେ ନଇରି ଗାଁ ବଡ଼ସାହିର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ସନାତନ ସାହୁ(୨୦) ଏବଂ ବସନ୍ତପୁର(ବିଜିପୁର) ଗାଁର ବାଜିଆ ଜେନାଙ୍କ ଝିଅ ଶିବାନୀ ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ଖୋର୍ଦ୍ଧା

ସୂଚନାନୁସାରେ ଗତ ତିନି ମାସ ତଳେ ସନାତନ ଶିବାନୀଙ୍କୁ ପ୍ରେମ ବିବାହ କରି ନିଜ ଗାଁରେ ରହୁଥିଲେ । ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ସନା ଗତ 4 ଦିନ ତଳେ ନିଜ ଘର ଛାଡ଼ି ନିକଟସ୍ଥ ପଞ୍ଚାୟତ ପଛ ଅଞ୍ଚଳରେ ଏକ ଘର ଭଡାରେ ନେଇ ଶିବାନୀ ସହ ରହୁଥିଲେ । ସନା ଘରେ ନଥିବାବେଳେ କୌଣସି କାରଣରୁ ଶିବାନୀ ଗୁରୁବାର ରାତି 10ଟାରେ ଘର ଓରାରେ ଶାଢିରେ ଆତ୍ମହତ୍ୟା କରିଥିଲା । ସେ ଘରେ ପହଞ୍ଚି ଶିବାନୀକୁ ଏଭଳି ଅବସ୍ଥାରେ ଦେଖି ତା' ମୃତଦେହକୁ ନିଜ ବଡ଼ସାହି ଘରକୁ ନେଇଥିଲା । ସେଠାରେ ସେ ଦୁଃଖରେ ଭାଙ୍ଗି ପଡ଼ି ନିଜେ ମଧ୍ୟ ସେହିଭଳି ରଶି ଦେଇ ଆତ୍ମହତ୍ୟା କରିଥିଲା ।

ଖବର ପାଇ ଚିଲିକାର ଅତିରିକ୍ତ ତହସିଲଦାର ଅର୍ଣ୍ଣପୂର୍ଣ୍ଣିଆ ଭୋଇଙ୍କ ସମେତ ବାଣପୁର ପୋଲିସ ଅଧିକାରୀ ସଞ୍ଜୟ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଭୟ ଦମ୍ପତିଙ୍କ ମୃତଦେହକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ନବଦମ୍ପତିଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବେ ଜଣାପଡିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details