ଓଡିଶା

odisha

ETV Bharat / state

ଯାହାର ଜିତିବାର ସମ୍ଭାବନା ଅଧିକ, ତାକୁ ମିଳିବ ଟିକେଟ: ଅଜୟ କୁମାର - Congress to form Govt

Odisha Congress: ନବ ନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ଦୃଢ଼ୋକ୍ତି । ଓଡ଼ିଶା ଲୋକେ ଅଣଓଡ଼ିଆଙ୍କୁ ଚାହୁଁନାହାନ୍ତି । ଯାହାର ଜିତିବାର ସମ୍ଭାବନା ଅଧିକ, ତାକୁ ଟିକେଟ ଦିଆଯିବ କହିଲେ ଅଜୟ କୁମାର । ଅଧିକ ପଢ଼ନ୍ତୁ...

ଯାହାର ଜିତିବାର ସମ୍ଭାବନା ଅଧିକ, ତାକୁ ମିଳିବ ଟିକେଟ
ଯାହାର ଜିତିବାର ସମ୍ଭାବନା ଅଧିକ, ତାକୁ ମିଳିବ ଟିକେଟ

By ETV Bharat Odisha Team

Published : Jan 6, 2024, 9:12 PM IST

ଯାହାର ଜିତିବାର ସମ୍ଭାବନା ଅଧିକ, ତାକୁ ମିଳିବ ଟିକେଟ

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ କ୍ୟାମ୍ପ୍‌ରେ ଉତ୍ସାହ ଭରିଛନ୍ତି ନବ ନିଯୁକ୍ତ ପ୍ରଭାରୀ ଡକ୍ଟର ଅଜୟ କୁମାର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦୀର୍ଘ ବର୍ଷ ଧରି ଚାଲିଥିବା ପ୍ରଥାରେ ରୋକ ଲଗାଇବେ ବୋଲି କହିଛନ୍ତି ପ୍ରଭାରୀ ଅଜୟ କୁମାର । ଏଣିକି କାମ କରିବନି ଟିକେଟ୍‌ ଲବି । କାନ କୁହା କଥା ବି ଶୁଣିବେ ନାହିଁ ବୋଲି ସେ କହିଛନ୍ତି । କାହାର କିଏ ସମର୍ଥକ ବା କିଏ ବନ୍ଧୁ, ଏକଥା ମଧ୍ୟ ଗ୍ରହଣ କରିବେ ନାହିଁ । ଆଉ ସାଲିସ ରାଜନିତୀ ଚାଲିବ ନାହିଁ । ୱାନ୍‌ ଟୁ ୱାନ୍‌ ବୈଠକ କରି ଉପଯୁକ୍ତ ପ୍ରାର୍ଥିଙ୍କୁ ଟିକେଟ୍‌ ଦିଆଯିବ ବୋଲି ସେ କହିଛନ୍ତି । ତେବେ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରି ଓଡ଼ିଶା ଲୋକ ଏବେ ଓଡ଼ିଆଙ୍କୁ ଶାସନଭାର ଦେବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଅଜୟ ।

ଟିକେଟ୍‌ ବାଣ୍ଟିବାକୁ ନେଇ ଅଜୟ କୁମାର କହିଛନ୍ତି, "ବ୍ୟକ୍ତିଗତ ଭାବେ ସମସ୍ତଙ୍କ ସହ ଭେଟିବି, ବ୍ୟକ୍ତିଗତ ରିପୋର୍ଟ ନେବି । କିଏ କାହା ବିରୋଧରେ ଅଭିଯୋଗ ଆଣିବ ତାହାକୁ ଶୁଣିବି ନାହିଁ । ଯିଏ ଫିଟ୍‌ ସିଏ ନେବ ଟିକେଟ୍‌ । ଯିଏ ଜିତିବ, ସେ ପାଇବ ଟିକେଟ୍‌ । ପୁରୁଣା ହୁଅନ୍ତୁ କି ନୂଆ, ଯାହାର ଲୋକପ୍ରିୟତା ଥିବ, ତାହା ଟିକେଟ୍‌ ଚୟନର ହେବ ପ୍ରଥମ ମାପ କାଠି । ତେଲେଙ୍ଗାନା ଓ କର୍ଣ୍ଣାଟକରେ କଂଗ୍ରେସ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ହିଁ ଦଳକୁ ସଫଳତା ଦେଇଛି । ମାତ୍ର 3 -4 ମାସରେ ତେଲେଙ୍ଗାନାରେ ସବୁକିଛି ଓଲଟ ପାଲଟ ହୋଇଗଲା । କଂଗ୍ରେସ କ୍ଷମତାକୁ ଫେରିଲା ।" ଭୋଟ ଆଉ 4 ମାସ ବାକି ଥିବାବେଳେ ଓଡ଼ିଶାରେ କାହିଁକି ଏହା ସମ୍ଭବ ହେବନି ବୋଲି କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଓ ବରିଷ୍ଠ ନେତାଙ୍କୁ ନେଇ ହୋଇଥିବା ବୈଠକରେ ପ୍ରଶ୍ନ କରିଛନ୍ତି ନୂଆ ପ୍ରଭାରୀ ଅଜୟ କୁମାର । କେବଳ ବିଧାନ ସଭା ନୁହେଁ, ଲୋକସଭା ସିଟ ଉପରେ ଫୋକସ୍‌ କରିବାକୁ ଅଜୟ ଓଡ଼ିଶା କଂଗ୍ରେସ ନେତାଙ୍କୁ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ କଂଗ୍ରେସ ପ୍ରଭାରୀ ଅଜୟ, ପାଦ ଦେଉ ଦେଉ ପାଣ୍ଡିଆନଙ୍କୁ ଟାର୍ଗେଟ

ସେପଟେ ନୂଆ ପ୍ରଭାରୀଙ୍କୁ ପାଇ କଂଗ୍ରେସ ନେତା ଓ କର୍ମୀ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସମସ୍ତଙ୍କ ମିଳିତ ଉଦ୍ୟମରେ ଦଳକୁ କ୍ଷମତାକୁ ଅଣାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେହିଭଳି ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଇଛନ୍ତି ନବ ନିଯୁକ୍ତ ପ୍ରଭାରୀ । ଦଳରୁ ଯେଉଁମାନେ ଅନ୍ୟ ଦଳକୁ ଚାଲି ଯାଇଥିଲେ, ସେମାନଙ୍କୁ ଦଳକୁ ପୁନର୍ବାର ଫେରାଇ ଆଣିବାକୁ ପ୍ରୟାସ କରିବେ । ଦଳ କିପରି ଅଧିକ କ୍ରିୟାଶୀଳ ହେବ, ସେନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାରୀ ।" ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆଜି ନୂଆ ପ୍ରଭାରୀଙ୍କୁ ଭେଟିଲୁ, ବୈଠକ ହେଲା । ଆଗାମୀ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ, ସେନେଇ ଆଲୋଚନା ହେଲା । ଦଳରେ ଅନୁଶାସନ ମଧ୍ୟ କଠୋର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details