ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଶିକ୍ଷକ ନିଯୁକ୍ତି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟରେ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ବିଭିନ୍ନ ପ୍ରସ୍ତାବ ଆସୁଛି । ତେଣୁ ଖୁବଶୀଘ୍ର ୩୩୫ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ଏସ ଅଶ୍ବଥୀ ।
ଚଳିତ ବର୍ଷ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ବିଦ୍ୟାଳୟ ଖୋଲିବା, ଶିକ୍ଷକ ନିଯୁକ୍ତି ଏବଂ ସେମାନଙ୍କର ନିୟମିତ ଦକ୍ଷତା ବୃଦ୍ଧିକୁ ବିଭାଗ ଗୁରୁତ୍ବ ଦିଆଯାଇଛି । ରାଜ୍ୟରେ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ବିଭିନ୍ନ ପ୍ରସ୍ତାବ ଆସୁଛି । ଏଗୁଡ଼ିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତର୍ଜମା କରୁଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୁବଶୀଘ୍ର ୩୩୫ ନୂତନ ଶିକ୍ଷକ ନିଯୁକ୍ତି ପାଇବେ । ପରବର୍ତ୍ତୀ ପର୍ଯ୍ୟାୟରେ ୩୬୪ ଶିକ୍ଷକ ନିଯୁକ୍ତି ପାଇବେ । ଏଥିପାଇଁ ଓପିଏସସି ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ । ସେହିପରି ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ୫୫୫ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ବଥୀ ସୂଚନା ପ୍ରଦାନ କରିଛନ୍ତି ।
ଏହା ବି ପଢନ୍ତୁ...ନୂତନ ମୃତ୍ତିକା ନମୁନା ସଂଗ୍ରହ ଆପ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ଦାବି