ଭୁବନେଶ୍ବର:ରାଜଧାନୀରେ ଅଲୋଡ଼ା ହେଲା ଶିଶୁକନ୍ୟା । ଦୁନିଆ କ'ଣ ଜାଣିବା ଆଗରୁ ହତାଦର କଲା ମାଆ ! ଜନ୍ମ ଦେବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇ ଚାଲିଗଲା । ନବଜାତ ଶିଶୁଟିର କାନ୍ଦ ଶୁଣି ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ଭୁବନେଶ୍ବର ସହିଦ ନଗର ଥାନା ଅଞ୍ଚଳରୁ । ଗତକାଲି(ବୁଧବାର) ଚାଇଲ୍ଡ ଲାଇନ ଓ କମିଶନରେଟ ପୋଲିସ ରାସ୍ତାକଡ଼ରେ ଅଳିଆ ଗଦାରେ ପଡିଥିବା ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି । ଶିଶୁକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।
ଚାଇଲ୍ଡ ଲାଇନର ସୂଚନା ମୁତାବକ, ବୁଧବାର ଦିନ ପ୍ରାୟ ୧ଟା ସମୟ । ଆଚାର୍ଯ ବିହାର ରାସ୍ତା କଡ଼ରେ ହଠାତ୍ ଏକ ଅଟୋ ଆସି ଲାଗିଲା । ଅଟୋରୁ ଜଣେ ମହିଳା ଓହ୍ଲାଇ ଗୋଟିଏ କପଡାରେ କିଛି ଗୁଡାଇ ରାସ୍ତାକଡ ଅଳିଆ ଗଦାରେ ଥୋଇଦେଲେ । ଏହାପରେ ପୁଣି ଅଟୋରେ ବସି ଚାଲିଗଲେ । ଏହାର କିଛି ସମୟ ପରେ ନୟାପଲ୍ଲୀ ଆଖଣ୍ଡଳ ମଣି ବସ୍ତିର ଜଣେ ମହିଳା କପଡ଼ାରେ ଗୁଡାଇ ହୋଇ କାନ୍ଦୁଥିବା ଶିଶୁଟିକୁ ଦେଖିବାକୁ ପାଇଥିଲେ । ଏହାଦେଖି ସେ ଅଳିଆ ଗଦା ଭିତରୁ ନିଷ୍ପାପ ଶିଶୁକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହୋଇଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା, ସମ୍ପତ୍ତି ବିବାଦ ସମାଧାନ କରିବାକୁ ଆସି ଗଲା ଜୀବନ