ଖୋର୍ଦ୍ଧା: ଅଲୋଡା ହେଲା ଶିଶୁ ପୁତ୍ର । ବ୍ରିଜ ଉପରେ ପଡିରହିଛି ନବଜାତକ ଶିଶୁପୁତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ ଓଭର ବ୍ରିଜ ନିକଟରେ । କେହି ଦୁର୍ବୃତ୍ତ ଏକ ନବଜାତ ଶିଶୁପୁତ୍ରକୁ ଲୁଗାପଟାରେ ଘୋଡାଇ ଫିଙ୍ଗି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି।
ପୁଣି ଅଲୋଡା ନବଜାତକ, ବ୍ରିଜ ଉପରେ ଛାଡି ଚାଲିଗଲେ ଶିଶୁପୁତ୍ର - ଖୋର୍ଦ୍ଧା ବ୍ରିଜ ଉପରେ ନବଜାତକ ଶିଶୁ
ବ୍ରିଜ ଉପରେ ପଡିରହିଛି ମୃତ ନବଜାତକ । କେହି ଦୁର୍ବୃତ୍ତ ନବଜାତ ଶିଶୁକୁ ଲୁଗାପଟାରେ ଘୋଡାଇ ଫିଙ୍ଗି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ
ଅଲୋଡା ହେଲା ଶିଶୁ ପୁତ୍ର
ଅଲୋଡା ହେଲା ଶିଶୁ ପୁତ୍ର
ଆଜି(ବୁଧବାର) ସକାଳ ସମୟରେ ସ୍ଥାନୀୟ ଲୋକେ ପ୍ରାତଃ ଭମ୍ରଣ କରିବାକୁ ଯାଇଥିବା ବେଳେ ନବଜାତକ ପଡିରହିଥିବା ଦେଖିବାକୁ ପାଇଥିଲେ । ପରେ ତାଙ୍କୁ ଉଦ୍ଧାର କରିବା ବେଳେ ଶିଶୁପୁତ୍ରଟି ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ। ତେବେ କିଏ ଏପରି ଏକ ନବଜାତ ଶିଶୁ ପୁତ୍ରକୁ ଫୋପାଡି ଦେଇଚାଲିଗଲା ତାଙ୍କୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ