ଖୋର୍ଦ୍ଧା: ସବୁବେଳେ ନୂଆ କିଛି କରିବାର ଆଗ୍ରହ ତାଙ୍କୁ ଆଣିଦେଇଛି ପରିଚୟ । ସେଥିପାଇଁ ସେ ଲିମକା ବୁକ ଅଫ ରେକର୍ଡ଼ର ଅଧିକାରୀ ହୋଇ ପାରିଛନ୍ତି । କେତବେଳେ କାଚ ବୋତଲ ଭିତରେ ରଥ ତିଆରି କରନ୍ତି ତ ଆଉ କେତେବେଳେ ବୋଇତ ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟନ୍ତି ସେ । ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଈଶ୍ବର ରାଓ ।
ବୋତଲରେ କାରୁକାର୍ଯ୍ୟ କରି ନବବର୍ଷର ଶୁଭେଚ୍ଛା ଜଣାଇଲେ ଈଶ୍ବର - ବୋତଲ ଭିତରେ କାରୁକାର୍ଯ୍ୟ
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଈଶ୍ବର ରାଓ ବୋତଲ ଭିତରେ କାରୁକାର୍ଯ୍ୟ କରି ନବବର୍ଷର ଶୁଭେଚ୍ଛା ଜଣାଇଲେ ।
ବୋତଲ ଭିତରେ କାରୁକାର୍ଯ୍ୟ କରି ନବବର୍ଷର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ
ଈଶ୍ବର ସବୁବେଳେ ତାଙ୍କ ନିପୁଣ କାରୁକାର୍ଯ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି । କାଚ ବୋତଲ ଭିତରେ କରୁଥିବା କାରୁକାର୍ଯ୍ୟର ସ୍ରଷ୍ଟା ଭାବେ ପରିଚିତ ଈଶ୍ବର ରାଓ । ପ୍ରତିଥର ଭଳି ଏଥର ମଧ୍ୟ କାଚ ବୋତଲ ମଧ୍ୟରେ ନବବର୍ଷ 2020କୁ ସ୍ବାଗତ କରିବା ପାଇଁ କାରୁକାର୍ଯ୍ୟ କରିଛନ୍ତି । ଏହି କାରୁକାର୍ଯ୍ୟ ପାଇଁ ତାଙ୍କୁ ଚାରି ଦିନ ସମୟ ଲାଗିଥିବା ବେଳେ ଏଥିରେ ସେ ମାଟି, କାଗଜ, ଫାଇବାର, ପଥର ଏବଂ କାଚ ବ୍ୟବହାର କରିଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ