ଓଡିଶା

odisha

ଅଗଷ୍ଟ ୪ରେ ପରଦାକୁ ଆସିବ ମହର୍ଷି, ବଖାଣିବ ଜୟୀ ରାଜଗୁରୁଙ୍କ ବୀରତ୍ବର ଗାଥା

By

Published : Aug 1, 2023, 7:29 AM IST

ଓଡ଼ିଆ ସ୍ବାଧିନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜୀବନୀକୁ ନେଇ ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ମହର୍ଷି । ଆସନ୍ତା ଅଗଷ୍ଟ ୮ ତାରିଖରେ ଚଳଚ୍ଚିତ୍ର ରିଲିଜ ହେବ । ଅଧିକ ପଢ଼ନ୍ତୁ

new odia movie maharshi
ଓଡ଼ିଆ ଚଳଚ୍ଚିତ୍ର ମହର୍ଷି

ଓଡ଼ିଆ ଚଳଚ୍ଚିତ୍ର ମହର୍ଷି

ଭୁବନେଶ୍ବର: ପାଇକ ବିଦ୍ରୋହର ମହାନ ବୀରତ୍ବ, ଦେଶପ୍ରେମ ଓ ସାହାସର ପ୍ରତୀକ ତଥା ମୁଖ୍ୟ କର୍ଣ୍ଣାଧାର ଜୟୀ ରାଜଗୁରୁ । ଯାହାଙ୍କ ଜୀବନୀକୁ ନେଇ ବିଗ୍ ବଜେଟରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ସିନେମାର ଶୀର୍ଷକ ରହିଛି ମହର୍ଷି । ଉତ୍କଳ ଇତିହାସର ଗାଥା କହୁଥିବା ଏହି କାହାଣୀ ଅଗଷ୍ଟ ୪ ତାରିଖରେ ବଡ଼ ପରଦାରେ ରିଲିଜ ହେବ। ରିଲିଜ ପୂର୍ବରୁ ଗୀତଗୋବିନ୍ଦ ସଦନ ଠାରେ ଏହାର ପ୍ରିରିଲିଜ ବା ସ୍ପେସିଆଲ ସ୍କ୍ରିନିଂ ହୋଇ ଯାଇଛି । ଡିଡି ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେରେ ଆସୁଛି ଏହି ସିନେମା ।

ଏହା ମଧ୍ୟ ପଢ଼ନ୍ତୁ:ପୁଣି ବଡ ପରଦାକୁ ଫେରିଲେ ଅରିନ୍ଦମ, ଘୋଷଣା ହେଲା ଫିଲ୍ମର ନାଁ

ଓଡ଼ିଶା ମାଟିର ବୀରତ୍ବର କାହାଣୀ କହିବ ଓଡ଼ିଆ ଚଳଚ୍ଚିତ୍ର ମହର୍ଷି । ପୂର୍ବରୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଥିବା ଅଭିନେତା ଚନ୍ଦନ କର ମହର୍ଷି ଭୂମିକାରେ ନଜର ଆସିଛନ୍ତି । କାହାଣୀରେ ସେ ଜୟୀ ରାଜଗୁରୁଙ୍କ ଭୂମିକାକୁ ଅତି ନିଖୁଣତାର ସହ ନିଭାଇଛନ୍ତି । ସିନେମାରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରଦୀପ ସାହୁ । ସଙ୍ଗୀତରେ ଅଛନ୍ତି ମଳୟ ମିଶ୍ର । ପ୍ରଥମ ଥର ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି VFXରେ ପ୍ରସ୍ତୁତ ସିନେମା ନେଇ ଆସୁଛି । ତେଣୁ ଓଡ଼ିଶାର କିମ୍ବଦନ୍ତୀକୁ ବଖାଣୁଥିବା ଏହି ସିନେମା ସିନେପ୍ରେମୀଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢ଼ନ୍ତୁ:ଇନ୍‌ଷ୍ଟାଗ୍ରାମ ସେନ୍ସେସନ ଓଡ଼ିଆ ପୁଅ ମୃଣ୍ମୟ, ବଲିଉଡ ସହ ଓଡ଼ିଆ ଗୀତର ଫ୍ୟୁଜନରେ ଜିତିଛନ୍ତି ମନ
ସିନେମାକୁ ନେଇ ଅଭିନେତା ଚନ୍ଦନ କର କହିଛନ୍ତି, "ପୁରା ଟିମ୍‌ VFXର ଏକ ନୂଆ ଅଧ୍ୟାୟକୁ ନେଇ ଅନେକ ପରିଶ୍ରମ କରିଛନ୍ତି । ୨ ବର୍ଷ ପୂର୍ବରୁ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଅଧିକ ସମୟ ଏହାର ପୋଷ୍ଟ ପ୍ରଡକ୍ସନରେ ଲାଗିଲା । ଯେଉଁଥି ପାଇଁ ଟିକେ ବିଳମ୍ବରେ ହେଲେବି ଅଗଷ୍ଟ ୪ରେ ସିନେମାଟି ରିଲିଜ ହେବାକୁ ଯାଉଛି । ଓଡ଼ିଶାର ବୀରତ୍ୱର କଥାବସ୍ତୁ ଉପରେ ସିନେମା ପର୍ଯ୍ୟବେଶିତ ଅଟେ । ଏଭଳି ପ୍ରକାର ଚଳଚ୍ଚିତ୍ର ନିଶ୍ଚୟ ଲୋକଙ୍କୁ ଭଲ ଲାଗିବ ବୋଲି ଆଶା ଅଛି ।" ଚଳଚ୍ଚିତ୍ରରେ ଅନ୍ୟ ଭୂମିକାରେ ଓଡ଼ିଶୀ ନୃତ୍ୟ ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ପ୍ରଶାନ୍ତ ନାୟକ, ମୁକେଶଙ୍କ ପରି ଜଣାଶୁଣା କଳାକାର ରହିଥିବା ବେଳେ ନିର୍ମଳ ନାୟକ ସିନେମାରେ ବେଶ ହୃଦୟସ୍ପର୍ଶୀ ଗୀତର ସ୍ୱର ସଂଯାଜନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଓଡ଼ିଆ ଚଳଚ୍ଚିତ୍ର 'ଅଭିସାର' ପୋଷ୍ଟର ରିଲିଜ, ଖୁବଶୀଘ୍ର ରିଲିଜ ହେବ ଫିଲ୍ମ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details