ଓଡିଶା

odisha

ETV Bharat / state

ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ, ଓଡ଼ିଶା ଚାଷୀଙ୍କ ସଂଘର୍ଷ କାହାଣୀ ବଖାଣୁଛି ଚଳଚ୍ଚିତ୍ର - ଓଡ଼ିଶା ଚାଷୀଙ୍କ ସଂଘର୍ଷ କାହାଣୀ ବଖାଣୁଛି ଚଳଚ୍ଚିତ୍ର

ଲୋକପ୍ରିୟ ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ନୂଆ କାହାଣୀକୁ ନେଇ ପୁଣି ଥରେ ପରଦାକୁ ଆସୁଛି ଉଦଣ୍ଡୀ ସୀତା । ଗତକାଲି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଯାଇଛି । ଅଧିକ ପଢ଼ନ୍ତୁ

new odia film udandi seeta trailer released
ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ

By

Published : Jul 16, 2023, 7:20 AM IST

ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ

ଭୁବନେଶ୍ବର: ନୂଆ ଓଡ଼ିଆ ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ ହୋଇଯାଇଛି । ଭୁବନେଶ୍ୱରର ସଦାସର୍ବଦା ଅଞ୍ଚଳ ଦୁଇ ନମ୍ବର ମାର୍କେଟ ବିଲଡିଂ ଠାରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଯାଇଛି । ଓଡ଼ିଶାର ଚାଷୀଙ୍କ ସଂଘର୍ଷର କାହାଣୀକୁ ନେଇ ଚଳଚ୍ଚିତ୍ରଟି ଆଧାରିତ ହୋଇଛି । ଚାଷୀ ବାପା ଯେତେବେଳେ ଅନେକ ସଂଘର୍ଷ ଭିତରେ ଉପଯୁକ୍ତ ସମ୍ମାନ ନପାଏ । ସମସ୍ତଙ୍କୁ ବଞ୍ଚାଇବା ପାଇଁ ପ୍ରତି ମୁହୁର୍ତ୍ତରେ କରୁଥିବା ପରିଶ୍ରମ ଭିତରେ ଯେତେବେଳେ ହାରିଯାଏ ଆଉ ଋଣର ବୋଝ ସହି ନପାରି ନିଜ ଜୀବନ ହାରେ ସେତେବେଳେ ସେହି ଚାଷୀର ଝିଅ ବାପା ପାଇଁ ସ୍ୱର ସାଜେ । ଆଉ ସ୍ବର୍ଗତ ବାପାଙ୍କୁ ପରିବର୍ତ୍ତିତ ପରିସ୍ଥିତି ସହ ଲଢ଼ି ନ୍ୟାୟ ଦିଏ । ସେହିଭଳି କିଛି କାହାଣୀକୁ ନେଇ ସିନେମାଟି ଗତିଶୀଳ ହୋଇଛି ।

ଚାଷୀ ଆତ୍ମହତ୍ୟା ଓ ରାଜନୀତିର ସମ୍ପର୍କକୁ ବଖାଣିବାର ପ୍ରୟାସ କରିଛି ଏ କାହାଣୀ । ସିନେମାର କାହାଣୀ ରଚନା, ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ବିନ ତ୍ରିପାଠୀ । ଏହି ଚଳଚିତ୍ରର ସଂଳାପ ଲେଖିଛନ୍ତି ଡ଼କ୍ଟର ରଜନୀ ରଞ୍ଜନ । ସଂଗୀତର ଭାର ଜାପାନୀ କାନ୍ଧେଇଥିବା ବେଳେ ଗୀତ ଲେଖିଛନ୍ତି ତପୁ ନାୟକ ।
ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ଓ ଋତୁରାଜ ମହାନ୍ତି ଚଳଚ୍ଚିତ୍ରର ଗୀତ ଗୁଡ଼ିକ ଗାଇଛନ୍ତି । ଚିତ୍ରତ୍ତୋଳନ ଦାୟିତ୍ୱ ଅକ୍ଷୟ କୁମାର ନାୟକ ନେଇଛନ୍ତି ଓ ସଂପାଦନା ମାନସ କୁମାର ସାହୁ ନେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ସିନେମା ଅଧୁରା ପ୍ରେମ କାହାଣୀ

ସୀତା ଭୂମିକାରେ ବା ମୁଖ୍ୟ ନାୟିକା ଭାବେ ଦେବଯାନୀ ନଜର ଆସିଥିବା ବେଳେ ମୁଖ୍ୟ ନାୟକ ଭୂମିକାରେ ଅଙ୍କିତ ପଟ୍ଟନାୟକ ଅଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଭୂମିକାରେ ସମରେଶ ରାଉତରାୟ, ଅନ୍ୟତମ ନେତା ଭୂମିକାରେ ସ୍ବର୍ଗତ ପିଣ୍ଟୁ ନନ୍ଦ ରହିଛନ୍ତି l ସରପଞ୍ଚ ଭୂମିକାରେ ଇଲୁ ବାନାର୍ଜୀ ଓ ଅନ୍ୟାନ୍ୟ ଭୂମିକାରେ ଶକ୍ତି ବରାଳ, ଅଙ୍କିତ, ଭବାନୀ, ଗୁଡ଼ୁ ତୃପ୍ତି ସିଂହା, ଶୁବାଶିଷ, ଚୌଧୁରୀ ବିକାଶ ଦାସ, ମିଲନ ଜୟସିଂହ, ଦେବସୂର୍ଯ୍ୟ ନାୟକ, ସୁଶାନ୍ତ ଦାଶ ମହାପାତ୍ର, ଶ୍ରୀକାନ୍ତ ଓ ମଣ୍ଡୁ ଅଭିନୟ କରିଛନ୍ତି l ଚଳଚ୍ଚିତ୍ରର ଟ୍ରେଲର ରିଜିଲ କାର୍ଯ୍ୟକ୍ରମରେ ଉଦଣ୍ଡୀ ସୀତାର କାହାଣୀ ରଚନା, ପ୍ରଯୋଜନା ତଥା ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ସଂଳାପକାର ଡ଼କ୍ଟର ରଜନୀ ରଞ୍ଜନ, ଅଭିନେତ୍ରୀ ଦେବଯାନୀ, ଅଭିନେତା ସୁଭାଶିଷ, ଡେଲିଭରୀ ବୟର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details