ଓଡିଶା

odisha

ETV Bharat / state

ଫ୍ରାଇଡେ ବ୍ଲକ ବଷ୍ଟର: ପରଦାକୁ ଆସିଲା ନୂଆ ସିନେମା ମାମା ୱେଡସ ପାପା - ଓଲିଉଡର ନୂଆ ଚଳଚ୍ଚିତ୍ର ମାମା ୱେଡସ ପାପା

କଟକ ବୃନ୍ଦାବନ ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିଛି ଓଲିଉଡର ନୂଆ ଚଳଚ୍ଚିତ୍ର 'ମାମା ୱେଡସ ପାପା' । ଅଧିକ ପଢ଼ନ୍ତୁ

ରିଲିଜ ହେଲା ଫିଲ୍ମ ମାମା ୱେଡସ ପାପା
odia film mama weds papa released

By

Published : Feb 17, 2023, 8:03 PM IST

ପରଦାକୁ ଆସିଲା ନୂଆ ସିନେମା ମାମା ୱେଡସ ପାପା

କଟକ: ଫ୍ରାଇଡେ ବ୍ଲକବାଷ୍ଟରରେ ରିଲିଜ ହୋଇଛି ଓଲିଉଡ଼ର ନୂଆ ଚଳଚ୍ଚିତ୍ର 'ମାମା ୱେଡସ ପାପା'। କଟକ ସ୍ଥିତ ବୃନ୍ଦାବନ ପ୍ରେକ୍ଷାଳୟରେ ଆଜି (ଶୁକ୍ରବାର) ଏହାର ଶୁଭମୁକ୍ତି ହୋଇଛି । ଜାଗରର ଗୋଟିଏ ଦିନ ପୂର୍ବରୁ ଏହାର ଶୁଭମୁକ୍ତି ହୋଇଥିବାରୁ ଫିଲ୍ମ ବଜାରରେ ଧୁମ ମଚାଇବ ବୋଲି ଆଶା ରଖିଛି ପୁରା ଟିମ । ଏହି ଚଳଚ୍ଚିତ୍ରରେ ବେଙ୍ଗଲ କୁଇନ ତଥା ନବାଗତା ଅଭିନେତ୍ରୀ ରିତିଶା ଗାଙ୍ଗୁଲି ମୁଖ୍ୟ ନାୟିକା ଭାବେ ନଜର ଆସିଥିବାବେଳେ ଅଭିଷେକ ନାୟକ ଭାବେ ନଜର ଆସିଛନ୍ତି ।

ଫିଲ୍ମଟି ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଦେବ । ଇମୋସନ, ରୋମାନ୍ସ , ଫାଇଟ ଓ କମେଡିର ଭରପୁର ପ୍ୟାକେଜ ପାଇବେ ଦର୍ଶକ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଲିଉଡ଼ର ଷ୍ଟାର କମେଡିଆନ କୃଷ୍ନା ଅଭିଷେକ ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି । ଯାହା ଦର୍ଶକମାନଙ୍କୁ ବେଶ ଭରପୁର ଆନନ୍ଦ ଦେବ । ଏହି ଫିଲ୍ମର କାହାଣୀ ଏକ ଛୋଟ ଝିଅ ଉପରେ ପର୍ଯ୍ୟବେଶିତ । ଫିଲ୍ମର ପ୍ରତିଟି ସିନରେ ନୂଆ ନୂଆ ସସପେନ୍ସ ଏହି ସିନେମା ରହିଛି ।

ଓଡ଼ିଶାର ଅଧିକାଂଶ ସ୍ଥାନରେ ଏହି ଫିଲ୍ମର ସୁଟିଂ କରାଯାଇଛି । ଯାହାକୁ ଓଡ଼ିଆ ସିନେପ୍ରେମୀ ବେଶ ପସନ୍ଦ କରିବେ ବୋଲି ମୁଖ୍ୟ ନାୟକ ଭୂମିକାରେ ଥିବା ଅଭିଷେକ କହିଛନ୍ତି । କୋଭିଡ ପୂର୍ବରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ବର୍ଷ କୋଭିଡର କଟକଣା ପରେ ଆଜି ଏହି ଫିଲ୍ମ ଶୁଭମୁକ୍ତି କରିଛି । ମୋଟ 5ଟି ଗୀତ ଏହି ଫିଲ୍ମରେ ରହିଛି । ଯାହା ଦର୍ଶକମାନଙ୍କ ମନକୁ ବେଶ ଛୁଇଁବ । କେବଳ କଟକ ନୁହେଁ ସାରା ରାଜ୍ୟରେ ଏହି ଫିଲ୍ମ ରିଲିଜ ହୋଇଛି । ତେବେ ରିଲିଜ ହେବାର ପ୍ରଥମ ଦିନରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଶ୍ରୀହାନ କ୍ରିଏସନସ ପକ୍ଷରୁ ଏହି ନୂଆ ଫିଲ୍ମ ଜାଗରରେ ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ନିର୍ଦ୍ଦେଶକ ଓ ପ୍ରଯୋଜକ । ନିର୍ଦ୍ଦେଶକ ଆପୁ କାନୁନଗୋ କହିଛନ୍ତି, ଏହି ଫିଲ୍ମଟି କପି ହୋଇନାହିଁ । ପୁରା ଚଳଚ୍ଚିତ୍ରର ଦିଗ ଏକ ସମାଜରେ ନୈତିକ ବାର୍ତା ପ୍ରଦାନ କରୁଛି । ଯାହା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ ।" ସେହିପରି ଏହି ଚଳଚ୍ଚିତ୍ରରେ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ। ଓ ଅନ୍ୟାନ୍ୟ ଚରିତ୍ର ମଧ୍ୟରେ ଦେବୁ ପଟ୍ଟନାୟକ, ପ୍ରଜ୍ଞା ଖଟୁଆ, ଗୁଡୁ, ଓ ଶିଶୁ କଳାକାର ଭାବରେ ମୁନି ଏହି ଫିଲ୍ମରେ ଅଭିନୟ କରିଛନ୍ତି । ତେବେ ଫିଲ୍ମକୁ ଦର୍ଶକମାନେ ବେଶ ଗ୍ରହଣ କରିବେ ବୋଲି ଫିଲ୍ମର ପୁରା ଟିମ ଆଶା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details